କୋଟିଆ ପ୍ରସଙ୍ଗରେ ଏକାଠି ହେଲେ ସବୁ ଦଳ

ଭୁବନେଶ୍ୱର: ନିଜ ଦଖଲକୁ ନେବା ପାଇଁ ଆନ୍ଧ୍ର ଆଖେଇଥିବା ଓଡ଼ିଶାର କୋଟିଆ ପ୍ରସଙ୍ଗକୁ ନେଇ ବସିଲା ସର୍ବଦଳୀୟ ବୈଠକ। ଏକାଠି ହେଲେ ଓଡ଼ିଶାର ସବୁଦଳର ନେତା ଏବଂ ଅଧିକାରୀ। ବୈଠକରେ ଆଇନଶୃଙ୍ଖଳା ସହ ସୁରକ୍ଷା ଓ ଆନ୍ଧ୍ରର ନିର୍ବାଚନୀ ଉପରେ ଆଲୋଚନା ହୋଇଛି। କୋରାପୁଟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ କୋଟିଆରେ ଶାନ୍ତି ସହ ସଦଭାବନା ବଜାୟ ରଖିବା, ଲୋକଙ୍କ ସ୍ୱାର୍ଥ ସୁରକ୍ଷା ଏବଂ ପ୍ରଶାସନିକ ସ୍ତରରେ ପରବର୍ତ୍ତୀ ପଦକ୍ଷେପ ନେଇ ଆଲୋଚନା ହୋଇଥିଲା। ତାସହ ଲୋକଙ୍କ ବିଶ୍ୱାସ ଓ ଭବିଷ୍ୟତର ବିକାଶ ପାଇଁ ଆଲୋଚନା କରାଯାଇଥିଲା।

ସମସ୍ତେ ଏକଜୁଟ ହୋଇ ଆନ୍ଧ୍ରକୁ ଚେକ୍ ଦିଆଯିବ ବୋଲି ମିଳିତ ନିଷ୍ପତ୍ତି ନେଇଛନ୍ତି ବିଜେପି, ବିଜେଡି ଓ କଂଗ୍ରେସ। ସେପଟେ ଜିଲ୍ଲାପାଳ କହିଛନ୍ତି, ଏକ ଗ୍ରାମ ବିକାଶ କମିଟି ଗଠନ କରିବା ସହ ପ୍ରକୃତ ହିତାଧିକାରୀଙ୍କୁ ଚିହ୍ନଟ କରି ସେମାନଙ୍କ ଆବଶ୍ୟକତା ଅନୁଯାୟୀ ପ୍ରକଳ୍ପ ତାଲିକା ପ୍ରସ୍ତୁତ କରାଯିବ। ତାସହ ଅମାନିଆ ହୋଇ ନିର୍ବାଚନୀ ପ୍ରକ୍ରିୟା ଜାରି ରଖିଲେ ଆନ୍ଧ୍ର ସରକାରୀ କର୍ମଚାରୀଙ୍କ ବିରୋଧରେ କାର୍ୟ୍ୟନୁଷ୍ଠାନ ନିଆଯିବ ଏବଂ ଧାରା ୧୬୩ ଲାଗୁ କରାଯିବ ବୋଲି କହିଛନ୍ତି।

  • Related Posts

    ପଞ୍ଜାବ ବିଧାନସଭା ନିର୍ବାଚନ: ପ୍ରଥମ ପ୍ରାର୍ଥୀ ତାଲିକା ଜାରି କଲା ଆପ୍

    ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି ।  ଦିଲ୍ଲୀରେ ଆମ୍ ଆଦମୀ ପାର୍ଟିର ଆବାହକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ରାଜନୈତିକ ବ୍ୟାପାର କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା…

    Continue reading
    ବିଜେଡିରେ ସାମିଲ ହେଲେ ରେଙ୍ଗାଲିର ପୂର୍ବତନ ବିଧାୟକ ରମେଶ ପଟୁଆ

    ଭୁବନେଶ୍ୱର: ବିଜେଡିରେ ସାମିଲ ହୋଇଛନ୍ତି ରେଙ୍ଗାଲିର ପୂର୍ବତନ ବିଧାୟକ ଶ୍ରୀ ରମେଶ ପଟୁଆ । ସେ ଶତାଧିକ ସମର୍ଥକଙ୍କ ସହ ବିଜେଡି ମୁଖ୍ୟାଳୟ ଶଙ୍ଖ ଭବନଠାରେ ଆଜି ଆୟୋଜିତ ଏକ ମିଶ୍ରଣ ପର୍ବରେ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ଯୋଗଦାନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି