ଶିବରାଜ ସିଂହ ଚୌହାନଙ୍କ ମା’ଙ୍କ ଦେହାନ୍ତ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ମାଆ କାଶୀ ବାଇଙ୍କର ଆଜି (ଶୁକ୍ରବାର, ଅକ୍ଟୋବର ୩୦) ପରଲୋକ ହାଇଛି। ଶୁକ୍ରବାର ସକାଳେ ଭୋପାଳ ସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ (ଏମ୍ସ) ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂହ ଚୌହାନ ମଧ୍ୟ ଏମ୍ସରେ ପହଞ୍ଚି ସାରିଛନ୍ତି। ସିହୋର ଜିଲାର ଜୈତ ଗ୍ରାମରେ ଆଜି ଅପରାହ୍ନ ୩ଟା ସମୟରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ।
ନିଜ ମାଆଙ୍କ ସ୍ମୃତିରେ ଶିବରାଜ ସିଂହ ଚୌହାନ ତାଙ୍କର ଅଫିସିଆଲ ‘ଏକ୍ସ’ (ପୂର୍ବରୁ ଟୁଇଟର) ଆକାଉଣ୍ଟରେ ଏକ ବାର୍ତ୍ତା ପୋଷ୍ଟ କରିଛନ୍ତି। ନିଜ ମାଆଙ୍କ ଏକ ଫଟୋଚିତ୍ର ଶେୟାର କରି ସେ ଲେଖିଛନ୍ତି, ‘ଆଜି ଆମ ପରିବାର ପାଇଁ ଅତ୍ୟନ୍ତ ଦୁଃଖ ଓ ଶୋକର ଦିନ। ଆମର ପୂଜ୍ୟ ମାତା, ଶ୍ରୀମତୀ କାଶୀ ବାଇ ଜୀ, ଆମକୁ ଛାଡ଼ି ଏକ ଅନନ୍ତ ଯାତ୍ରାରେ ବାହାରି ଯାଇଛନ୍ତି।’
କେନ୍ଦ୍ର ମନ୍ତ୍ରୀ ଲେଖିଛନ୍ତି, ‘ମା’ଙ୍କ ବିୟୋଗ ଜଣଙ୍କ ଜୀବନରେ ଏପରି ଏକ ଶୂନ୍ୟସ୍ଥାନ ସୃଷ୍ଟି କରେ ଯାହା କେବେବି ପୂରଣ ହୋଇପାରିବ ନାହିଁ। ଆଜି, ତାଙ୍କ ସ୍ମୃତି ଆମ ହୃଦୟରେ ଗଭୀର ଭାବନା ଜାଗ୍ରତ କରୁଛି। ଆମେ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛୁ ଯେ ସେ ତାଙ୍କୁ ନିଜର ଦିବ୍ୟ ଧାମରେ ସ୍ଥାନ ଦିଅନ୍ତୁ।’ ଅନ୍ୟପକ୍ଷରେ, ଶିବରାଜ ସିଂହ ଚୌହାନ ନିଜେ ଜଣାଇଛନ୍ତି ଯେ ତାଙ୍କ ମା’ଙ୍କ ଅନ୍ତିମ ସଂସ୍କାର ଶୁକ୍ରବାର ଅପରାହ୍ନ ୩ଟା ସମୟରେ ସିହୋର ଜିଲାରେ ଥିବା ସେମାନଙ୍କ ପୈତୃକ ଗ୍ରାମ ‘ଜୈତ’ (Jait) ଠାରେ ଅନୁଷ୍ଠିତ ହେବ।
ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ମଧ୍ୟ ଶିବରାଜ ସିଂହ ଚୌହାନଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ଏବଂ ତାଙ୍କ ମା’ଙ୍କ ଦୁଃଖଦ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଭଜନଲାଲ ଶର୍ମା ଲେଖିଛନ୍ତି, ‘ଶିବରାଜ ସିଂହ ଚୌହାନଙ୍କ ପୂଜ୍ୟ ମା’ଙ୍କ ବିୟୋଗ ଖବର ଅତ୍ୟନ୍ତ ହୃଦୟ ବିଦାରକ। ଦୁଃଖର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ, ମୁଁ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରୁଛି। ପରମେଶ୍ୱର ଦିବଂଗତ ଆତ୍ମାଙ୍କୁ ନିଜ ଚରଣରେ ସ୍ଥାନ ଦିଅନ୍ତୁ ଏବଂ ଏହି ଅପୂରଣୀୟ କ୍ଷତିକୁ ସହ୍ୟ କରିବା ପାଇଁ ପରିବାରକୁ ଶକ୍ତି ପ୍ରଦାନ କରନ୍ତୁ।’

  • Related Posts

    ଆକାଉଣ୍ଟକୁ ଗଲା ପିଏମ-କିଷାନ ଟଙ୍କା

    ନୂଆଦିଲ୍ଲୀ: ଦେଶର ଅନ୍ନଦାତାଙ୍କ ଆର୍ଥିକ ସଶକ୍ତୀକରଣ ଦିଗରେ ଆଉ ଗୋଟିଏ ବଡ଼ ପଦକ୍ଷେପ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ (ପିଏମ-କିଷାନ) ଯୋଜନାର ୨୪ ତମ କିସ୍ତି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ପଠାଇଛନ୍ତି। ଗୁଜରାଟର ବନାସକାଣ୍ଠା ଜିଲାରେ…

    Continue reading
    CBSE ଜାରି କଲା ନୂଆ ସର୍କୁଲାର : ଏବେ ୧୦ମ ଶ୍ରେଣୀରେ ପଢ଼ା ଯିବନି ‘Environmental Education’

    ନୂଆଦିଲ୍ଲୀ : ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (CBSE) ଏକ ନୂଆ ସର୍କୁଲାର ଜାରି କରିଛି । ଏଥିରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ନବମ ଶ୍ରେଣୀର ଛାତ୍ରଛାତ୍ରୀମାନେ କେଉଁ ବିଷୟଗୁଡ଼ିକ ପଢ଼ିବେ ଏବଂ ଦଶମ ଶ୍ରେଣୀରେ ସେମାନଙ୍କର ମୂଲ୍ୟାୟନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ