କଇଁଛଙ୍କ ପ୍ରଜନନ ଋତୁ: ନଭେମ୍ବର ୧ରୁ ଗହୀରମଥାରେ ମାଛଧରା ମନା

ରାଜନଗର: ଅଲିଭ୍‌ରିଡ୍‌ଲେ କଇଁଛଙ୍କ ପ୍ରଜନନ ଋତୁକୁ ଦୃଷ୍ଟିରେ ରଖି ଆସନ୍ତା ନଭେମ୍ବର ପହିଲାରୁ ୨୦୨୭ ମେ’ ମାସ ୩୧ ତାରିଖ ପର୍ଯ୍ୟନ୍ତ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ନିଷିଦ୍ଧାଞ୍ଚଳରେ ମାଛ ଧରିବା ଉପରେ କଟକଣା ଜାରି କରାଯାଇଛି । ଉପକୂଳରୁ ସମୁଦ୍ର ଭିତରକୁ ୨୦ କିଲୋମିଟର ଏବଂ ଧାମରା ମୁହାଣରୁ ମହାନଦୀ ମୁହାଣ ପର୍ଯ୍ୟନ୍ତ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ମାଛ ଧରିବା ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି ହୋଇଛି ।
ଲକ୍ଷ ଲକ୍ଷ ଅଲିଭ୍‌ରିଡ୍‌ଲେ କଇଁଛ ସୁଦୁର ଶ୍ରୀଲଙ୍କାରୁ ପ୍ରଶାନ୍ତ ମହାସାଗର, କୋଷ୍ଟାରିକା ଅଞ୍ଚଳ ଦେଇ ବଂଶ ବିସ୍ତାର କରିବା ପାଇଁ ହଜାର ହଜାର ମାଇଲ୍ ସାମୁଦ୍ରିକ ପଥ ଅତିକ୍ରମ କରି ଗହୀରମଥା ଅଞ୍ଚଳକୁ ଆସିଥାନ୍ତି । ଏମାନେ ମୁଖ୍ୟତଃ ଗହୀରମଥାର ନାସୀ, ଅଗରନାସୀ, ଏକକୂଳା, ବାବୁବାଲି, ଚିଞ୍ଚିରି ମୁହାଣ ଓ ସାତଭାୟା ଆଦି ସ୍ଥାନରେ ଅଣ୍ଡା ଦେଇଥାନ୍ତି । ଅଲିଭ୍‌ରିଡ୍‌ଲେ ଗହୀରମଥା ଉପକୂଳକୁ ଆସିଲେ ଅଧିକ ପରିମାଣରେ ମାଛ ଉପଲବ୍ଧ ହୋଇଥାନ୍ତି । ମାଛ ଯାଆଁଳକୁ ସମୁଦ୍ରରେ ଜେଲିଫିସ୍ ଖାଇ ଦେଇଥାଏ ।

ଅଲିଭ୍‌ରିଡ୍‌ଲେ କଇଁଛ ଜେଲିଫିସ୍‌କୁ ଖାଇମାଛ ବଂଶ ବୃଦ୍ଧିରେ ସହାୟକ ହୋଇଥାଏ । ଗହୀରମଥା ଓ ଏହାର ଆଖପାଖ ଅଞ୍ଚଳରେ ଏହି ସମୟରେ ପ୍ରଚୁର ପରିମାଣରେ ମାଛ ଉପଲବ୍ଧ ହେଉଥିବାରୁ ଟ୍ରଲର ମାଲିକମାନେ ନିଷିଦ୍ଧାଞ୍ଚଳରେ ପ୍ରବେଶ କରି ମାଛ ମାରିବା ସହିତ ଅଲିଭ୍‌ରିଡ୍‌ଲେ କଇଁଛଙ୍କ ମୃତ୍ୟୁର କାରଣ ହୋଇଥାନ୍ତି । ତେଣୁ ନଭେମ୍ବର ପ୍ରଥମ ସପ୍ତାହରୁ ଅଲିଭ୍‌ରିଡ୍‌ଲେ କଇଁଛ ଗହୀରମଥାକୁ ଆସିବା ଓ ଅଣ୍ଡାଦାନ କରି ଫେରିବା ପର୍ଯ୍ୟନ୍ତ ମେ ମାସ ୩୧ ତାରିଖ ପର୍ଯ୍ୟନ୍ତ ମାଛଧରା କଟକଣାକୁ କଡ଼ାକଡ଼ି କରାଯାଇଥାଏ ।

ଚଳିତବର୍ଷ ଅଲିଭ୍‌ରିଡ୍‌ଲେଙ୍କ ସୁରକ୍ଷା ପାଇଁ ମାଦେଳି ମୁହାଣ ଓ ବାବୁବାଲିଠାରେ ଦୁଇଟି କ୍ୟାମ୍ପ୍ କରାଯାଉଛି । ବନ ବିଭାଗ ତରଫରୁ ଅଲିଭିଆ ବୋଟ୍ ପାଟ୍ରୋଲିଂ ପାଇଁ ପ୍ରସ୍ତୁତ ହୋଇଥିବା ବେଳେ ଧାମରା ପୋର୍ଟ ତରଫରୁ ଗୋଟିଏ ବୋଟ୍ ଦିଆଯିବ । ଆଉ ଗୋଟିଏ ବୋଟ୍ ବନ ବିଭାଗ ଭଡ଼ାରେ ଆଣିବ ବୋଲି ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି ।

  • Related Posts

    ଗଞ୍ଜାମକୁ ଅତିରିକ୍ତ ୨୦ କୋଟି ଟଙ୍କା ରିଲିଫ୍ ସହାୟତା

    ବ୍ରହ୍ମପୁର: ବାତ୍ୟା ‘ଅର୍ଣ୍ଣବ’ ଓ ପରବର୍ତ୍ତୀ ପ୍ରବଳ ବର୍ଷା ଯୋଗୁଁ ଗଞ୍ଜାମ ସମେତ ଦକ୍ଷିଣ ଓଡ଼ିଶାରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ଓ ବ୍ୟାପକ କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅପରାହ୍ନରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା…

    Continue reading
    ୨୦୨୭ର ସରକାରୀ ଛୁଟି ତାଲିକା ଜାଣନ୍ତୁ

    ଭୁବନେଶ୍ୱର: ଆସନ୍ତା ୨୦୨୭ ବର୍ଷ ପାଇଁ ସରକାରୀ ଛୁଟି  ତାରିଖ ପ୍ରକାଶ ପାଇଛି । ପର୍ବପର୍ବାଣୀ, ସ୍ମରଣୀୟ ଦିବସ ପାଇଁ ରାଜ୍ୟର ସମସ୍ତ  ସରକାରୀ କାର୍ଯ୍ୟାଳୟ ଏବଂ ରାଜସ୍ୱ ଓ ମ୍ୟାଜିଷ୍ଟେରିଆଲ୍‌ କୋର୍ଟ (କାର୍ଯନିର୍ବାହୀ)  ପାଇଁ ଛୁଟି ଘୋଷଣା କରାଯାଇଛି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି