
କେନ୍ଦୁଝର: ରାସ୍ତା କଡ଼ରେ ନବଜାତକକୁ ଝୁଣି ଖାଇଲା କୁକୁର । ଏମିତି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ସହରରେ । ଗୋବିନ୍ଦମୁଣ୍ଡା ଛକ ନିକଟ ରାସ୍ତାକଡ଼ରେ ଏକ ବୁଲା କୁକୁର ଶିଶୁକୁ ଝୁଣି ଝୁଣି ଖାଇଛି ।
ସୂଚନା ଅନୁଯାୟୀ, ଶିଶୁକୁ ଝୁଣି ଖାଉଥିବାର ଦେଖି ସ୍ଥାନୀୟ ଲୋକେ ତୁରନ୍ତ କୁକୁରକୁ ଘଉଡ଼ାଇଥିଲେ ଏବଂ ଶିଶୁଟିର ଶରୀରକୁ ଘୋଡ଼ାଇ ଦେଇ ପୁଲିସକୁ ଖବର ଦେଇଥିଲେ। କେନ୍ଦୁଝର ଟାଉନ ଥାନା ପୁଲିସ ଖବର ଘଟଣାସ୍ଥଳରେ ପହଞ୍ଚି ମୃତ ନବଜାତକକୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ କିଏ କେଉଁ ପରିସ୍ଥିତିରେ ନବଜାତ ଶିଶୁକୁ ରାସ୍ତାକଡ଼ରେ ଛାଡ଼ି ଚାଲିଗଲା ? ଶିଶୁଟି ଜୀବିତ ଅବସ୍ଥାରେ ରାସ୍ତାକଡ଼ରେ ପଡିଥିଲା ନା ମୃତ ଅବସ୍ଥାରେ। ତାହା ତଦନ୍ତକୁ ଅପେକ୍ଷା ରଖୁଛି । ଏହି ହୃଦୟବିଦାରକ ଘଟଣା କିନ୍ତୁ ସମଗ୍ର ଅଞ୍ଚଳରେ ଚହଳ ପକାଇଛି ।




