ଆଜି ୫୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଭତ୍ତା ବାଣ୍ଟିବେ ମୁଖ୍ୟମନ୍ତ୍ରୀ

ବାଲେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାଲେଶ୍ୱର ଗସ୍ତରେ ଆସୁଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେବେ । ପରେ ମଧୁବାବୁ ପେନସନ ଯୋଜନାରେ ରାଜ୍ୟରେ ମୋଟ ୫୦ଲକ୍ଷ ୫ ହଜାର ୮୧୭ ଜଣ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରିବେ ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ଗସ୍ତ ସୂଚନା ଅନୁଯାୟୀ ଶ୍ରୀ ମାଝୀ ପୂର୍ବାହ୍ଣ ୧୧ଟା ସମୟରେ ସ୍ଥାନୀୟ ପୁଲିସ୍‌ ଲାଇନ ପଡ଼ିଆରେ ପହଞ୍ଚିବେ । ସେଠାରେ ଆୟୋଜିତ ସାଧାରଣ ସଭାରେ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ପ୍ରଭାତୀ ପରିଡ଼ା, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ଉଚ୍ଚ ଶିକ୍ଷା, କ୍ରୀଡ଼ା, ଯୁବ ବ୍ୟପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର, ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସମେତ ବାଲେଶ୍ୱର, ଭଦ୍ରକ ସାଂସଦ ଉପସ୍ଥିତ ରହିବେ । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ସମେତ ଅତିଥିମାନେ ୟୁପିଏମପି ପୋର୍ଟାଲକୁ ଲଞ୍ଚ କରିବେ । ଅପରାହ୍ଣ ୧.୦୫ ମିନିଟ୍‌ରେ ଶ୍ରୀ ମାଝୀ ପୁନଶ୍ଚ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ ।

  • Related Posts

    ବାତ୍ୟା ସହାୟତାରେ ପାତରଅନ୍ତର ଅଭିଯୋଗ, ମୁହାଁମୁହିଁ ବିଜେଡି-ବିଜେପି

    ବାତ୍ୟା ସହାୟତାକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ। ଅର୍ଣ୍ଣବ ବାତ୍ୟା କ୍ଷତିଗ୍ରସ୍ତଙ୍କୁ ସହାୟତା ବଣ୍ଟନରେ ଅବହେଳା ଓ ପାତରଅନ୍ତର ଅଭିଯୋଗ। ପ୍ରତିବାଦରେ ସାନଖେମୁଣ୍ଡି ବିଜେଡି ପକ୍ଷରୁ ବ୍ଲକ ଓ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା। ପାଟପୁର ଗାନ୍ଧୀ ଛକରୁ ଶହ…

    Continue reading
    ତିନି ଗୁଣ ବୃଦ୍ଧି ପାଇଛି ସାମାଜିକ ସୁରକ୍ଷା ବଜେଟ୍: ଓଡ଼ିଶାରେ ୬୧ ଲକ୍ଷ ୬୫ ହଜାରକୁ ଛୁଇଁଲା ଉପଭୋକ୍ତାଙ୍କ ସଂଖ୍ୟା

    ଭୁବନେଶ୍ବର: ଓଡ଼ିଶାରେ ସାମାଜିକ ସୁରକ୍ଷା ଏବଂ ଭତ୍ତା ବଣ୍ଟନକୁ ନେଇ ଚାଲିଥିବା ରାଜନୈତିକ ବୟାନବାଜି ଭିତରେ ବାସ୍ତବ ଚିତ୍ର କ’ଣ ତାକୁ ନେଇ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳଙ୍କ ସାମ୍ବାଦିକ ସମ୍ମିଳନୀ ।ଓଡ଼ିଶାରେ ସାମାଜିକ ସୁରକ୍ଷା ଓ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି