କଲକାତା-ସାଇରଙ୍ଗ ଏକ୍ସପ୍ରେସ”ର ୬ ବଗି ଲାଇନଚ୍ୟୁତ

ଗୌହାଟି: ବୁଧବାର ସକାଳେ ଆସାମର କାମରୂପ (ମେଟ୍ରୋ) ଜିଲ୍ଲାରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣାରୁ ଅଳ୍ପକେ ଟଳି ଯାଇଛି। ଗୌହାଟି ନିକଟସ୍ଥ ଦିଗାରୁ ରେଳ ଷ୍ଟେସନରେ ଟ୍ରେନ ନମ୍ବର ୧୩୧୨୫ “କଲକାତା-ସାଇରଙ୍ଗ ଏକ୍ସପ୍ରେସ”ର ଇଞ୍ଜିନ ଏବଂ ପାଞ୍ଚଟି କୋଚ୍ ଲାଇନଚ୍ୟୁତ ହୋଇଛି। ସୌଭାଗ୍ୟବଶତଃ, ଏହି ଘଟଣାରେ କୌଣସି ଯାତ୍ରୀ ଅଧିକ ଗୁରୁତର ହୋଇ ନାହଁନ୍ତି। କିଛି ଯାତ୍ରୀ ଆହତ ହୋଇଥିବା କୁହାଯାଉଛି। ମାତ୍ର ସୁରକ୍ଷିତ ଅଛନ୍ତି। ଉତ୍ତର-ପୂର୍ବ ସୀମାନ୍ତ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ଙ୍କ ଅନୁଯାୟୀ, ଏହି ଘଟଣା ନଭେମ୍ବର ୧୧, ୨୦୨୬ ସକାଳ ପ୍ରାୟ ୬:୫୪ ସମୟରେ ଘଟିଥିଲା। କଲକାତା-ସାଇରଙ୍ଗ ଏକ୍ସପ୍ରେସକୁ ଅନ୍ୟ ଏକ ଟ୍ରେନକୁ ରାସ୍ତା ଦେବା ପାଇଁ ଦିଗାରୁ ଷ୍ଟେସନରେ ଲୁପ୍ ଲାଇନରେ ନିଆଯାଉଥିଲା। ଲୋକୋ ପାଇଲଟ୍ ଟ୍ରେନ୍ ର ଗତି ଉପରେ ନିୟନ୍ତ୍ରଣ ହରାଇଥିଲେ, ଯାହା ଫଳରେ ଇଞ୍ଜିନ ଏବଂ ପାଞ୍ଚଟି କୋଚ୍ ଲାଇନଚ୍ୟୁତ ହୋଇଥିଲା।

ଟ୍ରେନର ଇଞ୍ଜିନ ଏବଂ କୋଚ୍ ଲାଇନଚ୍ୟୁତ ହେବା ମାତ୍ରେ ଏକ ଜୋରଦାର ବିସ୍ଫୋରଣ ଶବ୍ଦ ଶୁଣି ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। ଦୁର୍ଘଟଣାରେ ଅନେକ ଯାତ୍ରୀ ଆହତ ହୋଇ ଛନ୍ତି। ଘଟଣା ବିଷୟରେ ସୂଚନା ପାଇବା ମାତ୍ରେ ରେଳ ପ୍ରଶାସନ, ସ୍ଥାନୀୟ ପୁଲିସ ଏବଂ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆହତମାନଙ୍କୁ ସୁରକ୍ଷିତ ଭାବରେ କୋଚ୍‌ରୁ ବାହାର କରାଯାଇ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଥିଲା ଏବଂ ଗୁରୁତର ଆହତ ଯାତ୍ରୀମାନଙ୍କୁ ନିକଟସ୍ଥ ସୋନାପୁର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ରେଳବାଇ ସିପିଆରଓ କହିଛନ୍ତି ଯେ ପ୍ରାରମ୍ଭିକ ରିପୋର୍ଟରେ କୌଣସି ଜୀବନହାନି ହୋଇନାହିଁ ବୋଲି ଦର୍ଶାଯାଇଛି। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ରେଳ ପ୍ରଶାସନ ତୁରନ୍ତ ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ପରିବହନ କରିବା ପାଇଁ ଏକ ବିକଳ୍ପ ଟ୍ରେନ୍ ବ୍ୟବସ୍ଥା କରିଛି।
ଦୁର୍ଘଟଣାର ଖବର ପାଇବା ପରେ ରେଳ ବିଭାଗ, ଉତ୍ତର-ପୂର୍ବ ସୀମାନ୍ତ ରେଳବାଇର ମହାପ୍ରବନ୍ଧକ (ଜିଏମ୍) ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳକୁ ଯାଇଥିଲେ। ଘଟଣାସ୍ଥଳରେ ଉଦ୍ଧାର କାର୍ୟ୍ୟ ଶୀଘ୍ର ଆରମ୍ଭ କରାଯାଇଛି। ଏହି ରୁଟ୍‌ରେ ଯଥାଶୀଘ୍ର ରେଳ ଚଳାଚଳ ପୁନଃସ୍ଥାପିତ କରିବା ପାଇଁ ଟ୍ରାକ୍ ସଫା କରିବା ଏବଂ ଲାଇନଚ୍ୟୁତ କୋଚ୍‌ଗୁଡ଼ିକୁ ହଟାଇବା ପାଇଁ କାର୍ୟ୍ୟ ଚାଲିଛି। ରେଳ ପ୍ରଶାସନ ପରିସ୍ଥିତି ଉପରେ ନିରନ୍ତର ନଜର ରଖିଛି।

  • Related Posts

    ଭୟଙ୍କର ସଡ଼କ ଦୁର୍ଘଟଣା:୩ ଭାରତୀୟଙ୍କ ସମେତ ୧୪ ମୃତ

    ନୂଆଦିଲ୍ଲୀ; ୟୁନାଇଟେଡ୍ ଆରବ ଏମିରେଟସ୍ ର ଫୁଜୈରାହରେ ଭୟଙ୍କର ସଡ଼କ ଦୁର୍ଘଟଣା । ଗୁରୁବାର ବିଳମ୍ବିତ ରାତିରେ ନିୟନ୍ତ୍ରଣ ହରାଇ ଏକ ଟ୍ରକ୍ ୨୩ଟି ଗାଡ଼ିକୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ୩ ଭାରତୀୟଙ୍କ ସମେତ ୧୪ ଜଣଙ୍କ ମୃତ୍ୟୁ ହୋଇଛି…

    Continue reading
    ୟୁପି ରାଜନୀତି: ଓୱେସୀ-ଚନ୍ଦ୍ରଶେଖରଙ୍କ ମେଣ୍ଟ

    ଲକ୍ଷ୍ନୌ: ୨୦୨୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ରାଜ୍ୟ ରାଜନୀତିରେ ନୂଆ ସମୀକରଣ ସୃଷ୍ଟି ହୋଇଛି। ଏଆଇଏମଆଇଏମ୍‌ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ ଓ ଆଜାଦ ସମାଜ ପାର୍ଟିର ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ଏକାଠି ହୋଇ ନୂଆ ରାଜନୈତିକ ମେଣ୍ଟ ଗଠନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି