
ତିଳେଇବଣି ବ୍ଲକ ପିଏମଶ୍ରୀ ଅପୂର୍ବ ସରକାରୀ ଉଚ୍ଚ ବିଦ୍ୟାଳୟ ସୁଗୁଡା ପରିସରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଅଛି। ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଦମୟନ୍ତୀ ବେହେରା, ପରିଚାଳନା ସମିତି ସଭାପତି ଶାନ୍ତନୁ କୁମାର ସାହୁ, ଉପସଭାପତି ଅନୁପମା ବେହେରା, ସି.ଆର.ସି.ସି. ପ୍ରାଣବନ୍ଧୁ ଘଡେଇ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ବିଦ୍ୟାଳୟ ସ୍ତରରୁ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ଜୁନିଅର ବର୍ଗରେ ୨୩ଟି ଓ ସିନିଅର ବର୍ଗରେ ୧୭ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ବିଚାରକ ଭାବେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବିଜ୍ଞାନ ଶିକ୍ଷୟିତ୍ରୀ ମମିତା ପ୍ରଧାନ, ସୁନାମୁଣ୍ଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ବିଜ୍ଞାନ ଶିକ୍ଷକ ସଂଜୀବ କୁମାର ବେହେରା ଦାୟିତ୍ୱ ନିର୍ବାହ କରିଥିଲେ। ଜୁନିଅର ସ୍ତରରୁ ୫ ଟି ଓ ସିନିଅର ବର୍ଗରେ ୫ ଟି ପ୍ରକଳ୍ପ ବ୍ଲକ ସ୍ତର ନିମନ୍ତେ ଚୟନ କରାଯାଇଥିଲା।କାର୍ଯ୍ୟକ୍ରମ ପରିଚାଳନାରେ କେ. ଅନିଲ କୁମାର, ପ୍ରତିଭା ଭୋଇ, ମନୋଜ କୁମାର ବେହେରା, ପରମେଶ୍ୱର ସିଂ, ସତ୍ୟନାରାୟଣ ବେହେରା, ହରିପ୍ରିୟା ସାହୁ,ସୁନନ୍ଦା ପାତ୍ର,ସାଫଲ୍ୟ ଆଚାର୍ଯ୍ୟ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।






