ନାବାଳିକାକୁ ଦୁଷ୍କର୍ମ: ଯୁବକ ଗିରଫ

ଦେବଗଡ:୫ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ କରିଛି ଜଣେ ଯୁବକ। ଏଭଳି ଅଭାବନୀୟ ଘଟଣା ଘଟିଛି‌ ଦେବଗଡ ଥାନାଚଂଳରେ। ଏନେଇ ପୀଡିତାଙ୍କ ମା ଦେବଗଡ ଥାନାରେ ଅଭିଯୋଗ କରିବା ପ‌ରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହାସହିତ ଆଜି ପୁଲିସ ଅଭିଯୁକ୍ତ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ କୁଣ୍ଢେଇଗୋଳା ଥାନାର କରଲଗା ଗ୍ରାମର ଗୋଲିୟାଡ ଖାନ। ପୁଲିସ ଅଭିଯୁକ୍ତ ଆଜି କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ,ଦେବଗଡ ଥାନାଞ୍ଚଳର ଜଣେ ସ୍ବାମୀ ପରିତ୍ୟକ୍ତା ମହିଳା ନିଜ ପାଞ୍ଚ ବର୍ଷର ଶିଶୁ କନ୍ୟା ସହ ବାପା ଘରେ ରହି ଶ୍ରମିକ ଭାବେ କାମ କରୁଥିଲେ। ଗତକାଲି ପୀଡିତାର ମା କାମ ପାଇଁ ବାହାରକୁ ଯାଇଥିବା ବେଳେ ଘରେ ନାବାଳିକା ଜଣକ ଘରେ ଥିଲେ। ତେବେ ଅଭିଯୁକ୍ତ ଗୋଲିୟାଡ ନାବାଳିକାର ମାମୁଁଙ୍କ ସହ ସାଙ୍ଗ ହେଉଥିଲା। ତେବେ ଗତକାଲି ନାବାଳିକା ଜଣକ ଘରେ ଏକୁଟିଆ ଥିବା ସୁଯୋଗ ପାଇ ଅଭିଯୁକ୍ତ ଗୋଲିୟାଡ ନାବାଳିକାକୁ ଘର ପଛ କଡକୁ ନେଇ ଦୁଷ୍କର୍ମ କରିଥିଲା। ନାବାଳିକାର ଅବସ୍ଥା ସଂଙ୍କଟାପନ୍ନ ହେବାରୁ ତାଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପରେ ଅବସ୍ଥା ଗୁରୁତର ହେବାରୁ ନାବାଳିକାକୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଏନେଇ ପୀଡିତାର ମା ଦେବଗଡ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତ ଗୋଲିୟାଡକୁ ଗିରଫ କରି କୋର୍ଟ ଚାଲାଣ କରିଛି।

  • Related Posts

    ଭିଏଏମଏଲ ପକ୍ଷରୁ କଳାହାଣ୍ଡି ଓ ରାୟଗଡ଼ାର ୩୩୦ରୁ ଅଧିକ ପରିବାରଙ୍କୁ ଇନ୍ଧନ-ଦକ୍ଷ ଚୁଲା ବିତରଣ

    ଭୁବନେଶ୍ୱର ୧୭/୧୧/୨୦୨୬ : ଓଡ଼ିଶାରେ ଗ୍ରାମୀଣ ବିକାଶକୁ ଆଗକୁ ବଢ଼ାଇବା ପାଇଁ ନିଜର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରି, ବେଦାନ୍ତ ଆଲୁମିନିୟମ ମେଟାଲ ଲିମିଟେଡ୍ (ଭିଏଏମଏଲ୍), ଲାଞ୍ଜିଗଡ଼, କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାରେ ଏହାର କାର୍ଯ୍ୟକ୍ଷେତ୍ର ନିକଟବର୍ତ୍ତୀ ଗ୍ରାମଗୁଡ଼ିକରେ ଇନ୍ଧନ-ଦକ୍ଷ ଚୁଲା…

    Continue reading
    ସୋଆ କପ୍‌ ୨୦୨୬ ଉଦ୍‌ଘାଟିତ

    ଭୁବନେଶ୍ୱର, ୧୭/୧୧: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ବାର୍ଷିର୍କ କ୍ରୀଡା ଉତ୍ସବ ‘ସୋଆ କପ୍‌’ ମଙ୍ଗଳବାର ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ୫ ସୋଆ ଷ୍ଟାଡିୟମ୍‌ ଠାରେ ଉଦ୍‌ଘାଟିତ ହୋଇଯାଇଛି । ପ୍ରାୟ ୧ ମାସରୁ ଊଦ୍ଧ୍ୱର୍ ଦିନ ଧରି ଚାଲିବାକୁ ଥିବା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଆଜି ବିଶ୍ୱ ମଧୁମେହ ଦିବସ, ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ନିରାକରଣ

    ଆଜି ବିଶ୍ୱ ମଧୁମେହ ଦିବସ, ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ନିରାକରଣ

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !