କେନ୍ଦୁଝର ସହରରେ ଆଦିବାସୀ ଅତ୍ୟାଚାର ବିରୁଦ୍ଧରେ ଏକତ୍ରିତ ହେବେ

ଭୁବନେଶ୍ୱର: ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ କଂଗ୍ରେସ ଆଦିବାସୀ ବିଭାଗର ଅଧ୍ୟକ୍ଷ ତଥା ପୂର୍ବତନ ସାଂସଦ ଶ୍ରୀ ଯଶବନ୍ତ ସିଂ ଲାଗୁରି ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ଓଡ଼ିଶାରେ ବିଜେପି ସରକାରରେ ଧାର୍ମିକ ଅସହିଷ୍ଣୁତା ସାଙ୍ଘାତିକ ଭାବେ ବଢ଼ିଚାଲିଛି । ଏହି ଅସହିଷ୍ଣୁତାରେ ଅଧିକ ଶିକାର ହେଉଛି ଆଦିବାସୀ ସଂପ୍ରଦାୟ । ଓଡ଼ିଶାର ଜନସଂଖ୍ୟାର ପ୍ରାୟ ୨୫ ପ୍ରତିଶତ ହେଉଛନ୍ତି ଆଦିବାସୀ ବର୍ଗର । ଆଦିବାସୀମାନଙ୍କର ବିକାଶକୁ ଯଦି ଅଣଦେଖା କରାଯାଏ ତେବେ ଏ ରାଜ୍ୟର ବିକାଶ ଅସମ୍ଭବ । ସରଳ ଆଦିବାସୀମାନଙ୍କର ଧର୍ମୀୟ ଭାବନାକୁ ନେଇ ଏକ ନିର୍ଦ୍ଦିଷ୍ଟ ଦଳ ହିଂସା ସୃଷ୍ଟି କରୁଛି ଏବଂ ନିରୀହ ଆଦିବାସୀମାନଙ୍କୁ ଅକଥନୀୟ ଅତ୍ୟାଚାର କରୁଛି ।
ଦଳିତ ଲୋକମାନଙ୍କୁ ମଧ୍ୟ ନିର୍ମମ ଅତ୍ୟାଚାର କରାଯାଉଛି । ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସିଙ୍ଗିପୁର ଅଞ୍ଚଳର ଦଳିତ ବର୍ଗର ନିରୀହ ଲୋକ ବୁଲୁ ନାୟକ ଓ ବାବୁଲା ନାୟକଙ୍କୁ ଗତ ତା. ୨୨ ଜୁନ୍ ୨୦୨୫ ରିଖରେ ଧରାକୋଟ ଥାନା ଅନ୍ତର୍ଗତ ଖାରିଗୁମା ଗ୍ରାମରେ ଯେଉଁଭଳି ଭାବରେ ଅମାନୁଷିକ ଅତ୍ୟାଚାର କରାଗଲା ତାହା ହୃଦୟ ବିଦାରକ ଏବଂ ଧର୍ମାନ୍ଦ ଲୋକଙ୍କଦ୍ୱାରା କିଭଳି ଅତ୍ୟାଚାର ବଢ଼ିଚାଲିଛି ତାହାର ଏକ ଜ୍ୱଳନ୍ତ ଉଦାହାରଣ । ତାଙ୍କୁ ବଳପୂର୍ବକ ଲଣ୍ଡା କରାଯିବା ସହ ଗୁରୁଣ୍ଡି ଗୁରୁଣ୍ଡି ଯିବାକୁ, ଘାସ ଓ ନର୍ଦ୍ଦମା ପାଣି ପିଇବାକୁ ବାଧ୍ୟ କରାଯାଇଥିଲା ।
ସେହିଭଳି ଘଟଣା କ୍ରମାଗତ ଘଟିଚାଲିଛି । କିନ୍ତୁ ସରକାର ନୀଦକ । ନିକଟରେ କେନ୍ଦୁଝର ଜିଲ୍ଲାର ଘସିପୁରା ବ୍ଲକ ଏବଂ ସୁନ୍ଦରଗଡ ଜିଲ୍ଲାର ବଣେଇଁ ବ୍ଲକରେ ମଧ୍ୟ ଏଭଳି ଅମାନୁଷିକ ଅତ୍ୟାଚାର ଘଟଣା ଘଟିବା ପରେ ସରକାର ନିରବ ବସିଛନ୍ତି । ବଣେଇଁର କେ ବଳଙ୍ଗ ଥାନା ଅନ୍ତର୍ଗତ ଝରବେଡା ଗ୍ରାମ ଠାରେ ଗାଈ ଚରେଇବାକୁ ନେଉଥିବା ପଟାଶମୁଣ୍ଡାଙ୍କ ଉପରେ କଥାକଥିତ ଗୋ ରକ୍ଷକ ଦଳର ସଭ୍ୟମାନଙ୍କ ପକ୍ଷରୁ ଅମାନୁଷିକ ଅତ୍ୟାଚାର କରାଯାଇଥିଲା । ଏହାକୁ ନେଇ ସ୍ଥାନୀୟ ଆଦିବାସୀ ଲୋକମାନେ ରାଜପଥ ଅବରୋଧ ଏବଂ ଥାନା ଘେରାଉ ମଧ୍ୟ କରିଛନ୍ତି ।
ସେହିଭଳି ଅକ୍ଟୋବର ୨୩ ତାରିଖ ୨୦୨୬ ରିଖ ଦିନ କେନ୍ଦୁଝର ଜିଲ୍ଲାର ଘସିପୁରା ଥାନା ଅନ୍ତର୍ଗତ ବସନ୍ତପୁର ଗ୍ରାମରେ ସାନ୍ତାଳ ଆଦିବାସୀମାନଙ୍କର ଧାର୍ମିକ ପୀଠ ଜାହେରାଥାନକୁ କିଛି ଅସାମାଜିକ ଲୋକମାନେ ଭଙ୍ଗାରୁଜା କରିଛନ୍ତି ଏବଂ ସେହି ନିରୀହ ଗ୍ରାମବାସୀ ଏପରିକି ପୁରୁଷ ଓ ସ୍ତ୍ରୀ ଉଭୟଙ୍କୁ ଶାରୀରିକ ଆକ୍ରମଣ କରିବା ସହ ତାଙ୍କୁ ଧମକ ଚମକ ଦିଆଯାଇଛି । ସେମାନଙ୍କର କଣ୍ଟ୍ରୋଲ ଚାଉଳ ଏବଂ ଅନ୍ୟାନ୍ୟ ସରକାରୀ ସହାୟତା ବନ୍ଦ କରିଦେବାକୁ ମଧ୍ୟ ସେହି ଅପରାଧିମାନେ ଧମକ ଦେଇଛନ୍ତି । ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶକ୍ରମେ ପ୍ରଦେଶ କଂଗ୍ରେସର ଏକ ତଥ୍ୟ ଅନୁଧ୍ୟାନକାରୀ ଦଳରେ ଆମେ ଘଟଣାସ୍ଥଳକୁ ଗସ୍ତ କରିଥିଲୁ । ଯେହେତୁ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଲା ନାହିଁ ସେଥିପାଇଁ ବିହିତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରିବା ପରେ ମଧ୍ୟ କୌଣସି ଫଳ ମିଳିଲା ନାହିଁ । ଆମେ ଗତକାଲି କଟକରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କୁ ସାକ୍ଷାତ କରି ଅତ୍ୟାଚାରିତ ଆଦିବାସୀଙ୍କ ନ୍ୟାୟ ଏବଂ କାର୍ଯ୍ୟାନୁଷ୍ଠାନ ନେଇନଥିôବା ପୁଲିସ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ କରିଥିଲେ । ଆଜି ମଧ୍ୟ ମହାମହିମ ରାଜ୍ୟପାଳଙ୍କୁ ଭେଟି ଓଡ଼ିଶା ପ୍ରଦେଶ କଂଗ୍ରେସ ଆଦିବାସୀ ବିଭାଗ ପକ୍ଷରୁ ଏ ସଂପର୍କରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛୁ ।
କେନ୍ଦୁଝର, ମୟୁରଭଞ୍ଜ ଓ ସୁନ୍ଦରଗଡ ଜିଲ୍ଲାର ଆଦିବାସୀ ସଂପ୍ରଦାୟର ଲୋକମାନେ ଆସନ୍ତା ନଭେମ୍ବର ୧୮ ତାରିଖ ଦିନ କେନ୍ଦୁଝର ସହରରେ ଏକତ୍ରିତ ହେବେ ଏବଂ ଗୈରିକ ସଂଗଠନମାନେ ଧର୍ମ ନାମରେ ନିରୀହ ଆଦିବାସୀମାନଙ୍କ ଉପରେ ଯେଉଁ ଅତ୍ୟାଚାର ଚଲାଇଛନ୍ତି ସେ ସଂପର୍କରେ ଏକ ସ୍ମାରକ ପତ୍ର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶାର ରାଜ୍ୟପାଳଙ୍କ ଉଦ୍ଦ୍ୟେଶରେ କେନ୍ଦୁଝର ଜିଲ୍ଲାପାଳଙ୍କୁ ପ୍ରଦାନ କରିବେ । ଓଡ଼ିଶା ସରକାର ଯଦି ଏହି ଜନବିରୋଧି ସଂଗଠନ ପ୍ରତି ସଜାଗ ଓ ସତର୍କ ନ ରହନ୍ତି, ଅତ୍ୟାଚାରିକ ଆଦିବାସୀମାନଙ୍କୁ ନ୍ୟାୟ ପ୍ରଦାନ ଏବଂ ଅପରାଧିମାନଙ୍କୁ ଦଣ୍ଡିତ ନ କରନ୍ତି ତେବେ ଆଗାମୀ ଦିନରେ ଏକ ଦୁର୍ବାର ଆନ୍ଦୋଳନକୁ ସାମ୍ନା କରିବାକୁ ସରକାର ସତର୍କ ରୁହନ୍ତୁ ବୋଲି ଶ୍ରୀ ଲାଗୁରି କହିଛନ୍ତି । ଏମାନଙ୍କୁ ପ୍ରୋତ୍ସାହନ ଓ ସୁଯୋଗ ନ ଦିଆଯାଉ ବୋଲି ଶ୍ରୀ ଲାଗୁରି ସରକାରଙ୍କୁ ଚେତାବନି ଦେଇଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ସାଂସଦ ରାମଚନ୍ଦ୍ର ହାଂସାଦା, ସୁନୀତା ବିଶ୍ୱାଳ, ଅନିମା ମିଞ୍ଜ ଉପସ୍ଥିତ ଥିଲେ ।

  • Related Posts

    ଶାହାଙ୍କୁ ଭେଟିଲେ ପ୍ରଦୀପ ପୁରୋହିତ

    ବରଗଡ଼: ବନ୍ଦ ପଡ଼ିଥିବା ବରଗଡ଼ ସମବାୟ ଚିନିକଳର ପୁନରୁଦ୍ଧାର ପାଇଁ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହା ପ୍ରତିଶ୍ରୁତି ଦେଇଛନ୍ତି। ବରଗଡ଼ MP ପ୍ରଦୀପ ପୁରୋହିତ ନୂଆଦିଲ୍ଲୀସ୍ଥିତ କର୍ତ୍ତବ୍ୟ ଭବନ-୩ କାର୍ଯ୍ୟାଳୟରେ ଶାହାଙ୍କୁ ଭେଟି ଚିନିକଳ ପୁନଃକାର୍ଯ୍ୟକ୍ଷମ କରିବା…

    Continue reading
    ଗଞ୍ଜାମ ବନ୍ୟା ପାଇଁ ୨୪ ବର୍ଷର ସରକାର ଦାୟୀ: ରାଜସ୍ବ ମନ୍ତ୍ରୀ

    ଭୁବନେଶ୍ଵର: ବନ୍ୟା ସ୍ଥିତି ପରିଚାଳନା ନେଇ ପ୍ରଶ୍ନ ଉଠିବା ପରେ ପୂର୍ବ ସରକାରଙ୍କୁ ଟାର୍ଗେଟ୍ କଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଗଞ୍ଜାମ ବନ୍ୟା ପାଇଁ ୨୪ ବର୍ଷର ବିଫଳତାକୁ ଦାୟୀ କଲେ ରାଜସ୍ବ ମନ୍ତ୍ରୀ । ସେ କହିଛନ୍ତି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି