ମୁଖ୍ୟମନ୍ତ୍ରୀଙ୍କ ସ୍ୱୀକାରୋକ୍ତି, ରାଜ୍ୟରେ ଶାସନ ଚାଲିଛି ଏବିଭିପି ପରାମର୍ଶରେ: ବିଜେଡି

ଭୁବନେଶ୍ୱର: ଏବିଭିପି ଓ ବିଜେପି ସରକାରଙ୍କ ମଧ୍ୟରେ ସମ୍ପର୍କ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏବିଭିପି ରାଜ୍ୟସ୍ତରୀୟ ଛାତ୍ର ନେତା ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ଅଭିଭାଷଣକୁ ନେଇ ବିଭିନ୍ନ ପ୍ରଶ୍ନ ଉଠୁଛି । ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଶ୍ରୀ ଚିନ୍ମୟ ସାହୁ ଓ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଇପ୍ସିତା ସାହୁ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି ।
ଶ୍ରୀ ସାହୁ କହିଛନ୍ତି ଯେ, ଏବିଭିପି ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଛାତ୍ର ନେତା ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ । ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମୋହନ ଚରଣ ମାଝୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନା ଏବିଭିପିର ମୁଖ୍ୟମନ୍ତ୍ରୀ ବୋଲି ପ୍ରଶ୍ନ କରିଛନ୍ତି । ଏବିଭିପିର ପ୍ରସ୍ତୁତି ସରିବା ପରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ଘୋଷଣା କରାଯାଇଥିଲା । ଯାହାକି ପ୍ରମାଣିତ କରୁଛି ଯେ ଏବିଭିପିକୁ ସୁହାଇବା ଭଳି ନିର୍ବାଚନ ପାଇଁ ଏବିଭିପି କହିବା ପରେ ନିର୍ବାଚନ ହୋଇଥିଲା । ଖାଲି ଏତିକି ନୁହେଁ ଛାତ୍ର ସଂସଦ ନିର୍ବାଚନ ପରେ ଏବିଭିପିର ବିଜୟ ପ୍ରାର୍ଥୀମାନଙ୍କୁ ସେ ଶୁଭେଚ୍ଛା ଜଣାଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । କଟକ ସ୍ଥିତ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଏବିଭିପି ସହ ଜଡ଼ିତ ହୋଇ କାମ କରିବାକୁ ଆହ୍ୱାନ ଦେଇଥିଲେ । ସେ ସାରା ଓଡ଼ିଶାର ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ସେବା କରିବା ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । କିନ୍ତୁ ତାହାକୁ ସେ ଭଙ୍ଗ କରିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ନୀତି ନିୟମ ଅନୁସାରେ ଛାତ୍ର ସଂସଦ ନିର୍ବାଚନ ହେଉଥିବା । କିନ୍ତୁ ବିଜେପି ସରକାରରେ ତାହା ଅନୁପାଳନ ହେଲା ନାହିଁ । ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ହସ୍ତକ୍ଷେପ କରିବା । ଯାହା ପୂର୍ବରୁ କେବେ ହେଉନଥିଲା । ବିଜୁ ଛାତ୍ର ଜନତା ଦଳ ଯାହା ଅଭିଯୋଗ କରି ଆସୁଥିଲା, ତାହା ଏବେ ସତ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଗତକାଲିର ଅଭିଭାଷଣରୁ ତାହା ସମ୍ପୂର୍ଣ୍ଣ ଭାବେ ସ୍ପଷ୍ଟ ହୋଇଯାଇଛି । ଏବିଭିପିର ସବୁଜ ସଙ୍କେତ ମିଳିବା ପରେ ତରବରିଆ ଭାବେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ବିଜୁ ଛାତ୍ର ଜନତା ଦଳର ସଂଗଠନ ଯେଉଁଠି ଭଲ ଥିଲା, ସେଠି ଜାଣିଶୁଣି ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରାଯାଇଥିଲା । ଭୋଟ ଗଣତିରେ ମଧ୍ୟ ବିଳମ୍ୱ କରିଥିଲେ । ରମାଦେବୀ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବିଜୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାଯ୍ୟାଳୟରୁ ଫୋନ କରି ଚାପ ପ୍ରୟୋଗ କରା ଯାଇଥିଲା । ଯେଉଁ ସବୁ ଅଭିଯୋଗ ହେଉଥିଲା ସେ ସମସ୍ତ ଅଭିଯୋଗକୁ ଗତକାଲି ମୁଖ୍ୟମନ୍ତ୍ରୀ ମୋହର ମାରିଛନ୍ତି । ବିଜେପି ସରକାର ଏବିଭିପିକୁ ଛାତ୍ର ସଂସଦ ନିର୍ବାଚନ ଜିତାଇବା ପାଇଁ ମ୍ୟାଚ ଫିକ୍ସିଂ କରିବା ସତ୍ତ୍ୱେ ବିଜୁ ଛାତ୍ର ଜନତା ଦଳ ବିଜୟ ହାସଲ କରିଲା । ରାଜ୍ୟର ୬୦ ପ୍ରତିଶତରୁ ଉଦ୍ଧ୍ୱର୍ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଜିତିଲା । ସମସ୍ତ ଛାତ୍ରଛାତ୍ରୀ ମାନେ ବିଜେପିକୁ ପ୍ରତ୍ୟାଖାନ କରିଛନ୍ତି । ଚୌକି ପ୍ରିୟ ଓ କ୍ଷମତା ପ୍ରିୟ ମୁଖ୍ୟମନ୍ତ୍ରୀ ଏବିଭିପି ପାଇଁ ଅଭିଭାଷଣ ଦେଇ ନିଜ ପଦ ମର୍ଯ୍ୟାଦାକୁ ଭଙ୍ଗ କରିଛନ୍ତି । ସେ ନୈତିକତା ଦୃଷ୍ଟିରୁ କ୍ଷମତା ଚୌକିରୁ ଅପସରି ଯାଇ ଏବିଭିପି ସଂଗଠନ ସମ୍ଭାଳନ୍ତୁ ବୋଲି କହିଛନ୍ତି ।
ଇପ୍ସିତା ସାହୁ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ପଦବୀ ଏକ ସାମ୍ୱିଧାନିକ ଓ ସମ୍ମାନର ପଦବୀ । କିନ୍ତୁ ଉକ୍ତ ଗାରିମାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କ୍ଷୁର୍ଣ୍ଣ କରିଛନ୍ତି । ଛାତ୍ର ସଂସଦ ନିର୍ବାଚନ ହାତେଇବା ପାଇଁ ଏବିଭିପି ଓ ବିଜେପି ଯୁବମୋର୍ଚ୍ଚା ସରକାରୀ କଳ ଓ ବଳ ପ୍ରୟୋଗ କରିଛନ୍ତି ବୋଲି ବିଜେଡ଼ି ଅଭିଯୋଗ କରି ଆସୁଥିଲା । ତାହା ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣରୁ ସ୍ପଷ୍ଟ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ଅସହାୟ । ତେଣୁକରି ଛାତ୍ର ସଂସଦ ନିର୍ବାଚନ ପାଇଁ ଏବିଭିପିର ସହାୟତା ଲୋଡ଼ିଥିଲେ । ଏବିଭିପି ରେଡି କହିବା ପରେ ନିର୍ବାଚନ ଲାଗି ତାରିଖ ଘୋଷଣା କରିଥିଲେ । ଏବିଭିପିକୁ ଜିତାଇବା ପାଇଁ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସାଂସଦ, ବିଧାୟକ, ଜିଲ୍ଲା ପ୍ରଶାସନ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କାମ କରୁଥିଲେ । କିନ୍ତୁ ଏଥିପରେ ମଧ୍ୟ ବିଜୁ ଛାତ୍ର ଜନତା ଦଳ ବଡ ବିଜୟ ହୋଇଛି । ତେବେ ଏବିଭିପିର ନେତା ମାନେ ବାରମ୍ବାର କହୁଛନ୍ତି ଯେ ଆମେ ବିଜେପିର ଅଂଶ ନୁହେଁ । ତେବେ ବିଜେପି ଓ ଏବିଭିପି ମଧ୍ୟରେ କଣ ସମ୍ପର୍କ ରହିଛି ବୋଲି ପ୍ରଶ୍ନ କରିଛନ୍ତି । ଓଡ଼ିଶାର ଜେନ-ଜି, ଛାତ୍ର, ଯୁବକ ମାନେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସହ ରହିଛନ୍ତି । ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ବିସେଜେଡିକୁ ଛାତ୍ରଛାତ୍ରୀ ମାନେ ସମର୍ଥନ ଜଣାଇ ବିଜୟ କରାଇଥିଲେ । ବିଜେଡି ଏକ ତରଫା ଭାବେ ନିର୍ବାଚନ ବିଜୟ ହୋଇଛନ୍ତି । ଏବିଭିପି ହାରିବା ପରେ ମଧ୍ୟ ତାହାକୁ ସ୍ୱୀକାର କରି ପାରୁନାହାନ୍ତି । ମୁଖ୍ୟମନ୍ତ୍ରୀ ବାରମ୍ବାର କାର୍ଯ୍ୟକ୍ରମରେ ଏବିଭିପି ପାଇଁ ଅଭିଭାଷଣ ଦେଉଛନ୍ତି । କିନ୍ତୁ ଜେନ-ଜି ମାନେ ବିଜେପି ସରକାରଙ୍କୁ ମୁହଁ ମୋଡ଼ି ଦେଇଛନ୍ତି । ଆଗକୁ ବିଜେପି ସରକାର ଛାତ୍ର ସଂସଦ ନିର୍ବାଚନ କରିବେ ନା ବିଭିନ୍ନ ଆଳ ଦେଖାଇ ବନ୍ଦ କରିବେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏବିଭିପି ଯେଉଁଠି ହାରିବା କଥା ରାଜ୍ୟ ସରକାର ଜାଣିଲେ, ସେଠି ନିର୍ବାଚନ ବଦଳରେ ଚୟନ ପ୍ରକ୍ରିୟା ହେଲା । ଯେଉଁଠି ବିଜେଡି ଜିତିଛି, ଅନେକ କଲେଜରେ ପ୍ରଶାସନ ଶପଥ ଗ୍ରହଣ କରାଇ ଦେଉନାହିଁ । ଏବିଭିପି ଓ ବିଜେପି ମଧ୍ୟରେ ସମ୍ପର୍କ କଣ ନେଇ ପ୍ରଶ୍ନ ଉଠିଛି । ଯାହାର ଉତ୍ତର ଜନତା ଆଗାମୀ ସମୟରେ ବିଚାର କରିବେ ବୋଲି କହିଛନ୍ତି ।

  • Related Posts

    ବନ୍ୟା ପରିଚାଳନାକୁ ନେଇ ଥମିବାର ନାଁ ଧରୁନି ରାଜ୍ୟ ରାଜନୀତି

    ଗଞ୍ଜାମ ଜିଲ୍ଲାରେ ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ପରିଚାଳନାକୁ ନେଇ ରାଜ୍ୟ ରାଜନୀତି ଥମିବାର ନାଁ ଧରୁନି। ବିରୋଧୀ କ୍ରମାଗତ ଭାବେ ଏହି ବନ୍ୟାକୁ ‘ମନୁଷ୍ୟକୃତ’ କହି ସରକାରଙ୍କୁ ଘେରିବାରେ ଲାଗିଥିବାବେଳେ ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ସ୍ପଷ୍ଟୀକରଣ ପରେ ପୁଣିଥରେ…

    Continue reading
    ଗଞ୍ଜାମ ବନ୍ୟାର ବ୍ୟବସ୍ଥିତ ପରିଚାଳନା ସଂକ୍ରାନ୍ତରେ ସୁରେଶ ପୂଜାରୀଙ୍କ ବକ୍ତବ୍ୟ

    ଭୁବନେଶ୍ୱର :ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ବନ୍ୟା,ବାତ୍ୟାର ପ୍ରକୋପ କିପରି ହେବ ; ଆମେ ତାହା ପୂର୍ବାନୁମାନ ଲଗାଇଥାଉ। ନିର୍ଦ୍ଦିଷ୍ଟ ତଥା ନିଖୁଣ ଭାବେ ପାଣିପାଗ ସମ୍ବନ୍ଧୀୟ ଆକଳନ କରିବା ଯଦିଓ କଷ୍ଟସାଧ୍ୟ ; ତଥାପି ସମସ୍ତ ପ୍ରକାର ପୂର୍ବ-ପ୍ରସ୍ତୁତି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି