ରାଇକିଆ: ବାତ୍ୟା ‘ଅର୍ଣ୍ଣବ’ରେ କ୍ଷତିଗ୍ରସ୍ତ ଓ ପ୍ରଭାବିତ ପରିବାରଙ୍କ ଦୁଃଖ ଦୁର୍ଦ୍ଦଶା ସମୟରେ ସହାୟତାର ହାତ ବଢ଼ାଇଛି କନ୍ଧମାଳ ପାଷ୍ଟର୍ସ ଆସୋସିଏସନ, ରାଇକିଆ। ଆସୋସିଏସନ ପକ୍ଷରୁ ବାତ୍ୟା ପ୍ରଭାବିତ ଦୁଇଟି ଅସ୍ଥାୟୀ ଆଶ୍ରୟସ୍ଥଳୀ ପରିଦର୍ଶନ କରି ସେଠାରେ ଆଶ୍ରୟ ନେଇଥିବା ପରିବାରବର୍ଗଙ୍କୁ ସାକ୍ଷାତ କରାଯାଇଥିଲା। ଏହି ଅବସରରେ ସେମାନଙ୍କ ଦୁଃଖ ଓ ସମସ୍ୟା ବୁଝିବା ସହ ସାନ୍ତ୍ୱନା ଦେଇ ମନୋବଳ ବଢ଼ାଇଥିଲେ ଆସୋସିଏସନର ସଦସ୍ୟମାନେ।
ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ କତିଙ୍ଗିଆ ପଞ୍ଚାୟତର କିଲାପାଙ୍ଗାସ୍ଥିତ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ରହୁଥିବା ବାତ୍ୟା ପ୍ରଭାବିତ ପରିବାରଙ୍କୁ ଶୀତବସ୍ତ୍ର ସହ କମ୍ବଳ ବଣ୍ଟନ କରାଯାଇଥିଲା। ସେହିପରି ରାଇକିଆ ବ୍ଲକର ମାଣିକେଶ୍ୱରଠାରେ ଥିବା ଅନ୍ୟ ଏକ ଆଶ୍ରୟସ୍ଥଳୀରେ ରହୁଥିବା ପରିବାରଙ୍କୁ ତସଲା ଓ କଡ଼େଇ ଆଦି ରୋଷେଇ ସାମଗ୍ରୀ ପ୍ରଦାନ କରାଯାଇଥିଲା। ଏହି ସହାୟତା ମାଧ୍ୟମରେ ପ୍ରଭାବିତ ପରିବାରଙ୍କ ଦୈନନ୍ଦିନ ଆବଶ୍ୟକତା ପୂରଣରେ କିଛିଟା ସହଯୋଗ କରିବା ସହ ସେମାନଙ୍କୁ ଆଶ୍ୱାସନା ଦିଆଯାଇଥିଲା।ଏହି ମାନବିକତାମୂଳକ ସେବା କାର୍ଯ୍ୟକ୍ରମରେ ଆସୋସିଏସନର ସଭାପତି ଥମାସ ନାୟକ, ଉପସଭାପତି ସନ୍ତୋଷ ଦିଗାଲ, ସମ୍ପାଦକ ଅମିତ ନାୟକ, ଯୁଗ୍ମ ସମ୍ପାଦକ ଅବକାଶ ନାୟକ, କୋଷାଧ୍ୟକ୍ଷ ବାବୁଲା ଦିଗାଲ, ଉପଦେଷ୍ଟା ପୁରନ୍ଦର ଦିଗାଲ, ଦାନିଏଲ ନାୟକ, ସୁନୀଲ ପରିଛା, ଅଜିତ ନାୟକ, ସନତାନ ପ୍ରଧାନ, ହନକ ଦିଗାଲ ଓ ଉମେଶ ଦିଗାଲ ପ୍ରମୁଖ ଉପସ୍ଥିତ ରହି ରିଲିଫ ବଣ୍ଟନ ଓ ସହଯୋଗ କାର୍ଯ୍ୟରେ ସାମିଲ ହୋଇଥିଲେ।
ରିପୋର୍ଟର ଦୁତୀ କୃଷ୍ଣ ପଣ୍ଡା
‘ଅକଭାନ୍’ର ଗତିପଥକୁ ନେଇ ସ୍କାଏମେଟ୍ ର ବଡ଼ ଆକଳନ
ଭୁବନେଶ୍ୱର: ବାତ୍ୟା ‘ଅକଭାନ୍ ’ର ଗତିପଥକୁ ନେଇ ସ୍କାଏମେଟ୍ ର ବଡ଼ ଆକଳନ । ବାତ୍ୟା ପାଇଁ ୩ଟି ସମ୍ଭାବ୍ୟ ଗତିପଥ, ତାମିଲନାଡୁ-ଆନ୍ଧ୍ର, ପଶ୍ଚିମବଙ୍ଗ-ବଙ୍ଗଳାଦେଶ ଓ ମିଆଁମାର ଉପକୂଳକୁ ନେଇ ଆକଳନ । ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ‘ଅକଭାନ୍ ’ର ଗତିପଥକୁ…






