ଆଜି ଓଡ଼ିଶା ଆସୁଛନ୍ତି ଉପରାଷ୍ଟ୍ରପତି

ଭୁବନେଶ୍ୱର,: ବିଧାୟକଙ୍କୁ ତାଲିମ ଦେବେ ଉପରାଷ୍ଟ୍ରପତି । ଓଡ଼ିଶା ବିଧାନସଭାର ବିଧାୟକମାନଙ୍କ ପାଇଁ ସୋମବାର ଦିନିକିଆ ଓରିଏଣ୍ଟେସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଭୁବନେଶ୍ୱରର ଏକ ହୋଟେଲରେ । ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ହେବ । ଏଥିରେ ୩ଟି ଅଧିବେଶନ ରହିବ । ଉପରାଷ୍ଟ୍ରପତି ସି.ପି.ରାଧାକ୍ରିଷ୍ଣନ ଏଥିରେ ଯୋଗ ଦେଇ ବିଧାୟକମାନଙ୍କୁ ସଂସଦୀୟ ପରମ୍ପରା ଓ ପ୍ରଭାବଶାଳୀ କାର୍ଯ୍ୟଧାରା ନେଇ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଓ ପ୍ରଶିକ୍ଷଣ ଦେବେ ।
ସୂଚନା ଅନୁସାରେ ଉପରାଷ୍ଟ୍ରପତି ପୂର୍ବାହ୍ନ ପ୍ରାୟ ୯ଟା ୪୫ ମିନିଟ ସମୟରେ ଏହି କାର୍ଯ୍ୟକ୍ରମରେ ପହଞ୍ଚିବେ । ଏଥିରେ ରାଜ୍ୟପାଳ ବ୍ରଜମୋହନ ରାମ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରମୁଖ ଉପସ୍ଥିତ ରହିବେ । ବିଭିନ୍ନ ବିଭାଗର କାର୍ଯ୍ୟକାରିତା, ସରକାରୀ ଯୋଜନାର ରୂପାୟନ,କାର୍ଯ୍ୟଧାରା ନେଇ ବିଧାୟକମାନେ କିଭଳି ଗୃହରେ ପ୍ରଭାବଶାଳୀ ଭାବେ ନିଜର ମତ, ମନ୍ତବ୍ୟ ଓ ଉପସ୍ଥାପନା ରଖିପାରିବେ, ସେ ନେଇ ତାଲିମ ଦିଆଯିବ । ବିଶେଷ କରି ଆଗାମୀ ବଜେଟ ଅଧିବେଶନ ସମ୍ପର୍କିତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ବିଧାୟକମାନଙ୍କୁ ଅବଗତ କରାଯିବ ।
ବୈଠକରେ ବିଜେପି ଦଳର ସମସ୍ତ ବିଧାୟକ ଯୋଗଦେବେ ବୋଲି ଜଣାପଡ଼ିଛି । ମାତ୍ର ବିରୋଧୀ ଦଳର ଉପସ୍ଥିତି ନେଇ ଅନିଶ୍ଚିତତା ଦେଖା ଦେଇଛି । କଂଗ୍ରେସ ବିଧାୟକମାନେ ଏଥିରେ ଯୋଗଦେବାକୁ ରୋକଠୋକ ମନା କରିଦେଇଛନ୍ତି । ବିଜେଡି ବିଧାୟକ ଯୋଗଦେବା ନେଇ ଅନିଶ୍ଚିତତା ରହିଛି ।
କଂଗ୍ରେସ ରାଜ୍ୟ ସଭାପତି ଭକ୍ତଚରଣ ଦାସ ପୂର୍ବରୁ ସ୍ପଷ୍ଟ କରିଥିଲେ, ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ କଂଗ୍ରେସ ବିଧାୟକ ସାମିଲ ହେବେନି । ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି, ଆମେ କେହି ଆସିବୁ ନାହିଁ । ଯେଉଁମାନେ ବିରୋଧୀ ଦଳକୁ ସମ୍ମାନ ଦେଇ ଜାଣିନାହାନ୍ତି, ସେମାନେ କ’ଣ ସାମ୍ବାଧାନିକ ନୀତି, ନିୟମ ଶିଖାଇବେ? ଗଣତନ୍ତ୍ର ଓ ସମ୍ବିଧାନକୁ ଶାସକ ଦଳ ମାନୁନାହିଁ । ତା’ ଛଡ଼ା ଗଞ୍ଜାମରେ ବନ୍ୟା ସ୍ଥିତି ରାଜ୍ୟକୁ ଦୋହଲାଇ ଦେଇଛି । ଏହାକୁ ନିୟନ୍ତ୍ରଣ କରିବାରେ ସରକାର ବିଫଳ ହେଲେ। ଏଭଳି ସ୍ଥିତି ପ୍ରଶିକ୍ଷଣ କ’ଣ ଦିଆଯିବ?

ବିଜେଡି ବିଧାୟକମାନେ କହିଛନ୍ତି, ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପାଇଁ ବ୍ୟକ୍ତିଗତ ଭାବେ ନିମନ୍ତ୍ରଣ ମିଳିଛି । ମାତ୍ର ଯୋଗଦେବା ନେଇ ଦଳ ତରଫରୁ କୌଣସି ସୂଚନା କିମ୍ବା ନିର୍ଦ୍ଦେଶ ଆସିନାହିଁ । ଏଭଳି ଅସ୍ପଷ୍ଟ ଉତ୍ତରରୁ ଅନୁମାନ କରାଯାଉଛି, ବିଜେଡି ମଧ୍ୟ ଏହି କାର୍ଯ୍ୟକ୍ରମକୁ ବର୍ଜନ କରିପାରେ ।

  • Related Posts

    ୨୪ ହଜାର ୧୫୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ବିଧାନସଭାରେ ଉପସ୍ଥାପିତ

    ଭୁବନେଶ୍ବର: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ଆସିଛି ଅତିରିକ୍ତ ବଜେଟ୍। ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୪ ହଜାର ୧୫୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ବିଧାନସଭାରେ ଉପସ୍ଥାପିତ କରିଛନ୍ତି। ଅତିରିକ୍ତ ବଜେଟରେ କୃଷି ଓ କୃଷକଙ୍କ କଲ୍ୟାଣ…

    Continue reading
    ବାତ୍ୟା ‘ଅର୍ଣ୍ଣବ’ କ୍ଷୟକ୍ଷତି ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କଲେ ଦକ୍ଷିଣାଞ୍ଚଳ ଆର୍‌ଡିସି

    ଇନ୍ଦ୍ରଗଡ଼ ପଞ୍ଚାୟତ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ ରାଇକିଆ: କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକରେ ବାତ୍ୟା ‘ଅର୍ଣ୍ଣବ’ ଯୋଗୁଁ ଘଟିଥିବା ବ୍ୟାପକ କ୍ଷୟକ୍ଷତି ଏବଂ ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ସହ ଆଗାମୀ ବାତ୍ୟା ଆକଭନ ର ପ୍ରସ୍ତୁତ ସମ୍ପର୍କରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଆଜି ବିଶ୍ୱ ମଧୁମେହ ଦିବସ, ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ନିରାକରଣ

    ଆଜି ବିଶ୍ୱ ମଧୁମେହ ଦିବସ, ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ନିରାକରଣ

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !