ଜଳସେଚନ ବିଭାଗର ବଡ଼ ତତ୍ପରତା: ୩ ଡ୍ୟାମ୍‌ରୁ ଜଳ ନିଷ୍କାସନ ଆରମ୍ଭ

ଭୁବନେଶ୍ଵର : ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଜଳସେଚନ ବିଭାଗର ବଡ଼ ତତ୍ପରତା । ଗଞ୍ଜାମ, ଗଜପତି, କନ୍ଧମାଳରେ ବେଶୀ ବର୍ଷା ନେଇ EICଙ୍କ ସୂଚନା । ୨୧ରେ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ଅଛି । ସେଥିପାଇଁ ଆଗୁଆ ପଦକ୍ଷେପ ନିଆଯାଇଛି । ଆଜିଠାରୁ ବିଭିନ୍ନ ଡ୍ୟାମ୍ ରୁ ଜଳ ନିଷ୍କାସନ ଆରମ୍ଭ ହୋଇଛି । ୧୯ ତାରିଖ ସୁଦ୍ଧା ଜଳସ୍ତର ୬୦ ପ୍ରତିଶତକୁ ଆଣିବାକୁ ଲକ୍ଷ୍ୟ ରଖାଯାଇଛି ।
ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ହେବ । ଏଥିପାଇଁ IMD ଓଡ଼ିଶାକୁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରିଛି । ଏଥିପାଇଁ ଜଳସେଚନ ବିଭାଗ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇଛି । ଏନେଇ EIC ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଦକ୍ଷିଣ ଓଡ଼ିଶାର ଗଞ୍ଜାମର ଋଷିକୂଲ୍ୟାର ୬ଟି ଡ୍ୟାମ ଅଛି, ବହୁଡ଼ାରେ ଦୁଇଟି ଡ୍ୟାମ ଅଛି ଏବଂ ବଂଶଧରାରେ ଦୁଇଟି ଡ୍ୟାମ ଅଛି । ଋଷିକୂଲ୍ୟାର ସୋରଡାରେ ଡ୍ୟାମ ନାହିଁ, ଧାନେଇରେ ଅଟୋମୋଟିକ ଡ୍ୟାମ ଅଛି । ବାକି ବାଘୁଆ, ଭଞ୍ଜନଗର, ଡହ ଓ ଘୋଡ଼ଘଡ଼ରେ ଆଜିଠାରୁ ପାଣି ରିଲିଜ କରିଛୁ । ୬୦ ପ୍ରତିଶତକୁ ଆଣିବାକୁ ମାର୍ଗଦର୍ଶିକା ଜାରିକରିଛୁ । ଆଜି ସକାଳୁ ଅପରେସନ ଆରମ୍ଭ ହୋଇଛି । ଯେହେତୁ ତଳେ ଡ୍ୟାମେଜ୍ ହୋଇଛି, ସେଥିପାଇଁ କଣ୍ଟ୍ରୋଲ କରି ପାଣି ଛାଡ଼ିବୁ । ବଡ଼ ବନ୍ୟାର ଆଶଙ୍କା ନାହିଁ । ପାଖାପାଖି ୯ଶହଟି ଡ୍ୟାମେଜ୍ ଥିଲା । ପାଖାପାଖି ୨ଶହ ମରାମତି ସାରିଛି । କେନାଲରେ ପାଣି ଛଡାଯାଉଛି । ଡାଉନ୍ ଷ୍ଟ୍ରିମ୍ ରେ ଯେମିତି କିଛି ଅସୁବିଧା ନହେବ ତା ଉପରେ ନଜର ରହିଛି ବୋଲି କହିଛନ୍ତି ଜଳ ସେଚନ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ।

  • Related Posts

    ବିଧାନସଭା ପାଇଁ ଭୁବନେଶ୍ୱରରେ ଟ୍ରାଫିକ୍ କଟକଣା

    ଭୁବନେଶ୍ୱର:୧୮ରୁ ବିଧାନସଭାର ଅଷ୍ଟମ ଅଧିବେଶନ। ଭୁବନେଶ୍ୱରରେ ଟ୍ରାଫିକ୍ କଟକଣା ପାଇଁ ଘୋଷଣା । ଏନେଇ ବିଜ୍ଞପ୍ତି ଜାରି କଲା କମିଶନରେଟ୍ ପୋଲିସ୍ । ବିଧାନସଭା ଦେଇ ବା ସଂଲଗ୍ନ ରାସ୍ତାରେ ସର୍ବସାଧାରଣ ଯାତାୟତ ମନା । ବିଧାନସଭା ପରିସରରେ ସୁରକ୍ଷା ଦୃଷ୍ଟିରୁ…

    Continue reading
    ଆଖି ବୁଜିଲେ ଦୁଷ୍କର୍ମ ପୀଡ଼ିତା

    କେନ୍ଦୁଝର: ଦୁଷ୍କର୍ମ ପୀଡିତାଙ୍କ ମୃତ୍ୟୁ। ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଲେ ଦୁଷ୍କର୍ମ ପୀଡ଼ିତା। କେନ୍ଦୁଝର ତେଲକୋଇ ଅଂଚଳରେ ଜଣେ ବିଧବା ମହିଳାଙ୍କୁ ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ ହୋଇଥିଲା। ଏହାପରେ ତାଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକେ। ଉଦ୍ଧାର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଆଜି ବିଶ୍ୱ ମଧୁମେହ ଦିବସ, ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ନିରାକରଣ

    ଆଜି ବିଶ୍ୱ ମଧୁମେହ ଦିବସ, ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ନିରାକରଣ

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !