
କେନ୍ଦୁଝର: ଦୁଷ୍କର୍ମ ପୀଡିତାଙ୍କ ମୃତ୍ୟୁ। ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଲେ ଦୁଷ୍କର୍ମ ପୀଡ଼ିତା। କେନ୍ଦୁଝର ତେଲକୋଇ ଅଂଚଳରେ ଜଣେ ବିଧବା ମହିଳାଙ୍କୁ ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ ହୋଇଥିଲା। ଏହାପରେ ତାଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକେ। ଉଦ୍ଧାର ପରେ ମହିଳା ଜଣକ କଟକ ଏସସିବିକୁ ସ୍ଥାନାନ୍ତର ହୋଇଥିଲେ।
ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଗତ ୧୦ ତାରିଖରେ ହୋଇଥିଲା ମହିଳାଙ୍କୁ ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ ହୋଇଥିଲା। ଏକ ବୁଦା ମୂଳରୁ ମୁମୂର୍ଷୁ ଅବସ୍ଥାରେ ସେ ଉଦ୍ଧାର ହୋଇଥିଲେ। ହାଟରୁ ଫେରିବା ବେଳେ ନିଖୋଜ ହୋଇଯାଇଥିଲେ। ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ରହିଥିଲା।
ପ୍ରଥମେ ତେଲକୋଇ ଓ ପରେ କେନ୍ଦୁଝର ଡାକ୍ତରଖାନାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ହାଟରୁ ଫେରିବା ବେଳେ ତାଙ୍କ ସହ ଜଣେ ବ୍ୟକ୍ତି ଥିବା କିଛି ଲୋକ ଦେଖିଥିଲେ। ଏହାର ପରଦିନ ବ୍ୟକ୍ତିଜଣକ ସେହି ଗାଁ ଛାଡ଼ି ଚାଲିଯାଇଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି।






