ମହାନଦୀ ଜଳ ବିବାଦ: ୨୦ରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲୁସି) ମହାନଦୀ ଜଳ ଆବଣ୍ଟନ ନେଇ ଖୁବ୍ଶୀଘ୍ର ତାହାର ଚୂଡାନ୍ତ ରିପୋର୍ଟ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ଓ କେନ୍ଦ୍ର ସରକାରଙ୍କ ଜଳ ସମ୍ପଦ ମନ୍ତ୍ରଣାଳୟକୁ ପ୍ରଦାନ କରିବ । ଏହାଫଳରେ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲର ପରବର୍ତ୍ତୀ ଶୁଣାଣି ନଭେମ୍ବର ୨୦ରେ ହେବ ବୋଲି ସ୍ଥିର କରାଯାଇଛି ।ଟ୍ରିବ୍ୟୁନାଲ ଆସନ୍ତା ଦୁଇ ମାସ ମଧ୍ୟରେ ଏହି ବିବାଦର ସମାଧାନ କରିବାକୁ ଚାହାନ୍ତି କାରଣ ଟ୍ରିବ୍ୟୁନାଲଙ୍କ କାର୍ଯ୍ୟକାଳ ଆସନ୍ତା ବର୍ଷ ଜାନୁଆରୀ ୧୩ରେ ଶେଷ ହେବାକୁ ଯାଉଛି । ଟ୍ରିବ୍ୟୁନାଲ ଅଧ୍ୟକ୍ଷା ବେଲା ଏମ୍ ତ୍ରିବେଦୀଙ୍କ ନେତୃତ୍ୱରେ ମହାନଦୀ ଜଳ ବିବାଦର ସମାଧାନ ନେଇ ସୋମବାର ଶୁଣାଣି ହୋଇଥିଲା । ଓଡିଶା ସରକାରଙ୍କ ଏଜି ପିତାମ୍ବର ଆଚାର୍ଯ୍ୟ ଓ ଛତିଶଗଡ଼ ଏଜି ଶୁଣାଣି ବେଳେ ଉପସ୍ଥିତ ଥିଲେ । ସେମାନେ ଦର୍ଶାଇଥିଲେ ଯେ, ଉଭୟ ରାଜ୍ୟ ଏହି ବିବାଦର ଶୀଘ୍ର ସମାଧାନ ଚାହାନ୍ତି । ଏଥିଲାଗି ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି । ଶୁଣାଣି ସମୟରେ ଓଡିଶା ଏଜି ପରବର୍ତ୍ତୀ ତାରିଖ ପାଇଁ କିଛି ଅଧିକ ସମୟ ମାଗିଥିଲେ । ତେବେ ଟ୍ରିବ୍ୟୁନାଲ ଏଥିରେ ରାଜି ନ ହୋଇ ପରବର୍ତ୍ତୀ ଶୁଣାଣି ନଭେମ୍ବର ୨୦ରେ ହେବ ବୋଲି ସ୍ଥିର କରିଥିଲେ ।ଶୁଣାଣି ପରେ ଶ୍ରୀ ଆଚାର୍ଯ୍ୟ ଗଣମାଧ୍ୟମକୁ କହିଥିଲେ ଯେ, ସିଡବ୍ଲୁସି ଅଧ୍ୟକ୍ଷତାରେ ପାଞ୍ଚ ଥର ଉଭୟ ରାଜ୍ୟର ବୈଷୟିକ ଟିମ୍‌ର ବୈଠକ ହୋଇସାରିଛି । କେନ୍ଦ୍ର ସରକାରଙ୍କ ଜଳ ସମ୍ପଦ ମନ୍ତ୍ରଣାଳୟ ଏଥିରେ ମଧ୍ୟସ୍ଥତା କରୁଛି । ଜଳ ଆବଣ୍ଟନ ନେଇ ଉଭୟ ରାଜ୍ୟ ସେମାନଙ୍କ ସମସ୍ତ ତଥ୍ୟ ପ୍ରଦାନ କରିସାରିଛନ୍ତି ।

  • Related Posts

    ଭିଏଏମଏଲ ପକ୍ଷରୁ କଳାହାଣ୍ଡି ଓ ରାୟଗଡ଼ାର ୩୩୦ରୁ ଅଧିକ ପରିବାରଙ୍କୁ ଇନ୍ଧନ-ଦକ୍ଷ ଚୁଲା ବିତରଣ

    ଭୁବନେଶ୍ୱର ୧୭/୧୧/୨୦୨୬ : ଓଡ଼ିଶାରେ ଗ୍ରାମୀଣ ବିକାଶକୁ ଆଗକୁ ବଢ଼ାଇବା ପାଇଁ ନିଜର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରି, ବେଦାନ୍ତ ଆଲୁମିନିୟମ ମେଟାଲ ଲିମିଟେଡ୍ (ଭିଏଏମଏଲ୍), ଲାଞ୍ଜିଗଡ଼, କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାରେ ଏହାର କାର୍ଯ୍ୟକ୍ଷେତ୍ର ନିକଟବର୍ତ୍ତୀ ଗ୍ରାମଗୁଡ଼ିକରେ ଇନ୍ଧନ-ଦକ୍ଷ ଚୁଲା…

    Continue reading
    ସୋଆ କପ୍‌ ୨୦୨୬ ଉଦ୍‌ଘାଟିତ

    ଭୁବନେଶ୍ୱର, ୧୭/୧୧: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ବାର୍ଷିର୍କ କ୍ରୀଡା ଉତ୍ସବ ‘ସୋଆ କପ୍‌’ ମଙ୍ଗଳବାର ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ୫ ସୋଆ ଷ୍ଟାଡିୟମ୍‌ ଠାରେ ଉଦ୍‌ଘାଟିତ ହୋଇଯାଇଛି । ପ୍ରାୟ ୧ ମାସରୁ ଊଦ୍ଧ୍ୱର୍ ଦିନ ଧରି ଚାଲିବାକୁ ଥିବା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଆଜି ବିଶ୍ୱ ମଧୁମେହ ଦିବସ, ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ନିରାକରଣ

    ଆଜି ବିଶ୍ୱ ମଧୁମେହ ଦିବସ, ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ନିରାକରଣ

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !