ବାତ୍ୟା ମୁକାବିଲାରେ ଲୋକଙ୍କ ସାଙ୍ଗରେ ରୁହ: ନବୀନ

ଭୁବନେଶ୍ୱର: ବାତ୍ୟା ‘ଅକ୍ୱାନ୍‌’କୁ ଦୃଷ୍ଟିରେ ରଖି ବିପଦ ସମୟରେ ଲୋକଙ୍କ ସହିତ ରହିବା ପାଇଁ ସମସ୍ତ ବିଜେଡି ନେତା ଓ କର୍ମୀଙ୍କୁ ଦଳର ସଭାପତି ନବୀନ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି। ଏକ ଭିଡିଓ ବାର୍ତ୍ତା ଜରିଆରେ ନବୀନ କହିଛନ୍ତି, ଓଡ଼ିଶା ଉପକୂଳରେ ଆଉ ଏକ ବାତ୍ୟା ଅକ୍ୱାନର ଲ୍ୟାଣ୍ଡଫଲ ଆଶଙ୍କା ସୃଷ୍ଟି ହେବା ତାଙ୍କୁ ଚିନ୍ତାରେ ପକାଇଛି। ଏହି ବାତ୍ୟାରେ ବିଶେଷ କରି ଦକ୍ଷିଣ ଓ ଉପକୂଳ ଓଡ଼ିଶା ପ୍ରଭାବିତ ହେବ ବୋଲି ସତର୍କ ସୂଚନା ମିଳିଛି। ଗତ ମାସରେ ଅର୍ଣ୍ଣବ ବାତ୍ୟା ଓ ବନ୍ୟା ଦ୍ୱାରା ଗଞ୍ଜାମ, ଗଜପତି ଓ କନ୍ଧମାଳ ଆଦି ଜିଲା ବିଶେଷ କ୍ଷତି ସହିଥିଲା। ଏହି ଜିଲାଗୁଡ଼ିକର ଲୋକଙ୍କ କଷ୍ଟ ସମସ୍ତଙ୍କୁ ବହୁତ ଦୁଃଖ ଦେଇଛି। ସମସ୍ତେ ସତର୍କ ରହିବା ସହ ପ୍ରଶାସନକୁ ସହଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି। ଏଭଳି ବିପଦ ସମୟରେ ବିଜେଡିର ସବୁ ନେତା ଓ କର୍ମୀ ଲୋକଙ୍କ ସହ ରହି ସେମାନଙ୍କୁ ସାହାଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତଙ୍କ ସହଯୋଗ, ସତର୍କତା ଓ ମହାପ୍ରଭୁଙ୍କ କରୁଣାରୁ ଓଡ଼ିଶା ଏ ବିପଦକୁ ସଫଳ ଭାବେ ମୁକାବିଲା କରିପାରିବ ବୋଲି ନବୀନ କହିଛନ୍ତି।

  • Related Posts

    ମାଝୀ ପାର୍ଗନା ଓ ମିଳିତ ଆଦିବାସି ମଞ୍ଚର ବିରାଟ ଆନ୍ଦୋଳନ : ସମର୍ଥନ ଜଣାଇ ସାମିଲ ହେଲା ବିଜୁ ଜନତା ଦଳ

    ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝରରେ ଆଦିବାସୀଙ୍କ ଧାର୍ମିକ ପୂଜାସ୍ଥଳୀରେ ଆଦିବାସୀ ମାନଙ୍କୁ ଆକ୍ରମଣ ଘଟଣାକୁ ବିରୋଧ କରି ବିରାଟ ଆନ୍ଦୋଳନ ହୋଇଛି। ମାଝୀ ପାର୍ଗନା ମହଲ ଓ ମିଳିତ ଆଦିବାସି କଲ୍ୟାଣ ମଞ୍ଚ ମିଳିତ ଭାବେ ଆନ୍ଦୋଳନ ଡାକରାରେ କେନ୍ଦୁଝରରେ ବିରାଟ…

    Continue reading
    ବଜେଟର ୩୬% ଖର୍ଚ୍ଚ ଡବଲ ଇଞ୍ଜିନ ସରକାରର ଅପରାଗତା, ଅସହାୟତା ଓ ବିଫଳତା: ବିଜେଡି

    ଭୁବନେଶ୍ୱର: ଅକ୍ଟୋବେର ୨୦୨୬ ସୁଦ୍ଧା ବଜେଟର ୩୬% ଖର୍ଚ୍ଚ ହେବା ଡବଲ ଇଞ୍ଜିନ ସରକାରଙ୍କ ଆର୍ଥିକ ଓ ପ୍ରଶାସନିକ ବିଫଳତା । ୨୦୨୬-୨୭ ଆର୍ଥିକ ବର୍ଷର ବଜେଟରେ ବିପୁଳ ପରିମାଣର ଅର୍ଥ ଥିବା ସତ୍ତ୍ୱେ ସରକାର ମାତ୍ର ୩୬ ପ୍ରତିଶତ ଖର୍ଚ୍ଚ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଆଜି ବିଶ୍ୱ ମଧୁମେହ ଦିବସ, ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ନିରାକରଣ

    ଆଜି ବିଶ୍ୱ ମଧୁମେହ ଦିବସ, ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ନିରାକରଣ

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !