
ଭୁବନେଶ୍ଵର : ଖୁବ୍ ଶୀଘ୍ର ଓଡିଶା ପାଇବ ନୂଆ ଡିଜିପି। ଓଡ଼ିଶା ପୁଲିସ୍ ପ୍ରଶାସନରେ ବଡ଼ ପରିବର୍ତ୍ତନ ହେବ । ଆସନ୍ତା ୩୦ ତାରିଖରେ ବରିଷ୍ଠ ଆଇପିଏସ୍ ଅଧିକାରୀ ତଥା ଓଡ଼ିଶା ପୁଲିସର ଅନ୍ତରୀଣ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର ଅବସର ନେବେ। ତାଙ୍କୁ ଅବସର ନେବା ପାଇଁ ଗୃହ ବିଭାଗ ଅନୁମତି ଦେଇଛି । ୧୯୯୩ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ର ଅଗଷ୍ଟ ୧୬ ତାରିଖରେ ଓଡ଼ିଶା ପୋଲିସ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଥିଲେ। ଦୀର୍ଘ ବର୍ଷ ଧରି ପୁଲିସ୍ ବିଭାଗରେ ବିଭିନ୍ନ ଦାୟିତ୍ୱ ତୁଲାଇଥିବା ଏହି ବରିଷ୍ଠ ଅଧିକାରୀଙ୍କ ଅବସର ପରେ ଖାଲି ପଡ଼ିବାକୁ ଥିବା ଡିଜି ପଦବୀରେ କିଏ ନିଯୁକ୍ତ ହେବେ, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।






