ଏଟିଏମ ଲୁଟ୍ ଘଟଣା: ୬ ଗିରଫ

ଭୁବନେଶ୍ବର : ଓଲଡ ଟାଉନ ଲିଙ୍ଗରାଜ ଅଞ୍ଚଳର ଶ୍ରୀରାମନଗରରେ ଏସବିଆଇ ଏଟିଏମ୍ ଲୁଟ ଘଟଣାର କମିସନରେଟ ପୋଲିସ ପର୍ଦ୍ଦାଫାସ କରିଛି। ପୋଲିସ ୬ ଜଣଙ୍କୁ ଗିରଫ କରିଛି। ଏମାନଙ୍କ ନିକଟରୁ ଏକ ଲକ୍ଷ ୭୦ ହଜାର ଟଙ୍କା ପୋଲିସ ଜବତ୍ କରିଛି । ଏହି ଘଟଣାରେ ଜଡିତ ଅନ୍ୟ ୨ ଜଣ ପଶ୍ଚିମବଙ୍ଗ ଲୁଟେରା ଫେରାର ରହିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ବିକି ଓରଫ ଦେବୀ ପ୍ରସାଦ ମଲିଆ , କ୍କାଂହା ଓରଫ ରମାକାନ୍ତ ସାହୁ , ସାଗର ସାମଲ , ବରୁ ଓରଫ ବୀରେନ ରାଉତ , ଆକାଶ ମହାପାତ୍ର ଏବଂ ଆକାଶ ମୁଖାର୍ଜୀ ।
ଗତ ୨୦୨୨ ମସିହାରେ ଧଉଳି ଅଞ୍ଚଳର ଏକ ଏଟିଏମ୍ ଲୁଟ ମାମଲାରେ ପଶ୍ଚିମବଙ୍ଗର ବିଜୁ ଓରଫ ଏସ କେ ମିର୍ୟୁମାନ ରେହମାନ ଓ ରୁସ୍ତମ୍ ଦୁହେଁ ସଂପୃକ୍ତି ରହିଥିଲେ। ସେମାନେ ଗତ ୨୫ ଡିସେମ୍ବର ୨୦୨୪ ମସିହାରୁ ଜେଲରୁ ବାହାରିଥିଲେ। ଜେଲରେ ଥିବା ବେଳେ ସ୍ଥାନୀୟ ଲୁଟେରାଙ୍କ ସହ ମିଶି ଏଟିଏମ ଲୁଟ ପାଇ ଯୋଜନା କରିଥିଲେ। ଗତ ୨୪ ତାରିଖରେ ଶ୍ରୀରାମନଗର ଏଟିଏମ ଲୁଟ୍ କରିଥିଲେ। ଏ ଟି ଏମ୍ ମେସିନରୁ ସମୁଦାୟ ୨୧ଲକ୍ଷ ୭୭ ହଜାର ଟଙ୍କାରୁ ଭାଗ ବଣ୍ଟା କରାଯାଇଥିଲେ । ଅଭିଯୁକ୍ତ ବିକି ଓରଫ ଦେବିପ୍ରସାଦ ମାଳିଆ ଲୁଟ ଟଙ୍କାରେ ଘର ଡିଜାଇନ୍ ସହ ସୁନା ଚେନ କିଣିଥିଲା । ରାଉରକେଲାରୁ ଅଭିଯୁକ୍ତ ଆକାଶ ମୁଖାର୍ଜୀ ୩ ଲକ୍ଷ , ଅନ୍ୟ ଦୁଇ ଜଣ ଫେରାର କଲିକତାର ଅଭିଯୁକ୍ତ ୧୦ ଲକ୍ଷ ନେଇଥିଲେ । ଅନ୍ୟ ମାନେ ଏହାକୁ ଭାଗ କରି ନେଇଯାଇଥିଲେ । ଅଭିଯୁକ୍ତ ବିକି ଓରଫ ଦେବପ୍ରସାଦ ମାଲିଆ ଏକ ହତ୍ୟା କେସରେ ଝାରପଡ଼ା ଜେଲରେ ଥିଲା ସେହି ସମୟର ଦୁଇ ଜଣ ପଶ୍ଚିମବଙ୍ଗ ଲୁଟେରାଙ୍କ ସହ ସମ୍ପର୍କ ହୋଇଥିଲା ।

  • Related Posts

    ବିଷ ପିଇ ଦେଲେ ସ୍ବାମୀ-ସ୍ତ୍ରୀ

    ମାହାଙ୍ଗା: ଆତ୍ମହତ୍ୟା ଉଦ୍ୟମ କଲେ ଦମ୍ପତି । ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । କଟକ ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ପତରାଜପୁର ଗ୍ରାମରେ ଘଟିଛି ଏଭଳି ଇଭାବନୀୟ ଘଟଣା । ସୂଚନାଯୋଗ୍ୟ ଯେ, ବିଷ…

    ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ; ଥର୍ କାର ଜବତ

    ଭୁବନେଶ୍ବର: ରାଜଧାନୀରେ ହିଟ ଆଣ୍ଡ ରନ୍ କେସ। କାର ଜବତ। ଏବେ ବି କାର୍ ମାଲିକ ଫେରାର ରହିଥିବା ବେଳେ ଉଭୟ ସ୍କର୍ପିଓ ଓ ଚାଳକଙ୍କୁ ଧରିବାକୁ ପୁଲିସ ଚଢ଼ାଉ ଜାରି ରଖିଛି । ଶନିବାର ବରମୁଣ୍ଡାରୁ ରେସ୍ କରି ଆସୁଥିବା…

    Leave a Reply

    Your email address will not be published. Required fields are marked *

    You Missed

    ବିଷ ପିଇ ଦେଲେ ସ୍ବାମୀ-ସ୍ତ୍ରୀ

    ବିଷ ପିଇ ଦେଲେ ସ୍ବାମୀ-ସ୍ତ୍ରୀ

    ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ; ଥର୍ କାର ଜବତ

    ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ;  ଥର୍ କାର ଜବତ

    ରେଙ୍ଗାଲି ଜଳ ଭଣ୍ଡାରରୁ ଛଡାଗଲା ବର୍ଷା ଜଳ

    ରେଙ୍ଗାଲି ଜଳ ଭଣ୍ଡାରରୁ ଛଡାଗଲା ବର୍ଷା ଜଳ

    ଅଙ୍ଗନଓ୍ବାଡ଼ି ଛାତ ଉପରୁ ନାବାଳକ ମୃତଦେହ ଉଦ୍ଧାର

    ଅଙ୍ଗନଓ୍ବାଡ଼ି ଛାତ ଉପରୁ ନାବାଳକ ମୃତଦେହ ଉଦ୍ଧାର

    ୩ ବନ୍ଦେ ଭାରତ ଏକ୍ସପ୍ରେସ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

    ୩ ବନ୍ଦେ ଭାରତ ଏକ୍ସପ୍ରେସ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

    କୁକୁର କାମୁଡ଼ାରେ ଦୁଇ ମୃତ

    କୁକୁର କାମୁଡ଼ାରେ ଦୁଇ ମୃତ