କଳାଧନ ପ୍ରସଙ୍ଗ: ତ୍ୱରିତ ଶୁଣାଣି ଜରୁରୀ – ଜଷ୍ଟିସ ଅରିଜିତ ପଶାୟତ

ଭୁବନେଶ୍ୱର: କେବଳ କଳାଧନକୁ ଠାବ କରିବା ଯଥେଷ୍ଟ ନୁହେଁ, ବରଂ ଆଇନ ଅଦାଲତରେ ସେ ସମ୍ପର୍କିତ ମାମଲାର କିପରି ତ୍ୱରିତ ଶୁଣାଣି ହୋଇ ପାରିବ ତା ଉପରେ ତଦନ୍ତକାରୀ ସଂସ୍ଥା ମାନେ ଗୁରୁତ୍ୱ ଦିଅନ୍ତୁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ତଦନ୍ତକାରୀ ଟାସ୍କଫୋର୍ସର ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ। କଳାଧନ ଠାବ କରିବା ସଂକ୍ରାନ୍ତରେ ଗଠିତ ହୋଇଥିବା ଏସଆଇଟିର ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ କହିଛନ୍ତି, ୧୦ଟି ମଧ୍ୟବର୍ତ୍ତିକାଳୀନ ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ ହୋଇସାରିଛି ଓ ଆସନ୍ତା ଜୁଲାଇ ମାସ ସୁଦ୍ଧା ଆଉ ଏକ ରିପୋର୍ଟ ଦେବାକୁ ସେ ପ୍ରସ୍ତୁତ ହେଉଛନ୍ତି।
ସେ କହିଛନ୍ତି, କଳାଧନ ଠାବ କରିବା ଲାଗି ବିଭିନ୍ନ ତଦନ୍ତକାରୀ ସଂସ୍ଥା ମାନେ ମିଳିତ ଭାବେ କାମ କରିବାକୁ ଯେଉଁ ନିର୍ଦେଶ ହୋଇଥିଲା ତାହା ଗତ ୬ ମାସ ଭିତରେ ଖୁବ ଫଳବତୀ ହୋଇଛି, ଯାହାର ପରିଣାମ ସ୍ୱରୂପ ଆଶା ଠାରୁ ଅଧିକ ଦୁର୍ନୀତି ସମ୍ପର୍କିତ ମାମଲା ରୁଜୁ ହୋଇ ପାରିଛି। ଆଜି କଟକରେ ଅନୁଷ୍ଠିତ ବୈଠକ ପରେ ଉପାଧ୍ୟକ୍ଷ ପଶାୟତ ରାଜ୍ୟ ଭିଜିଲାନ୍ସ ବିଭାଗ ପକ୍ଷରୁ ଆଜି ଯେଉଁ ରିପୋର୍ଟ ପ୍ରଦାନ କରାଯାଇଛି, ତାକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି। କିନ୍ତୁ କେବଳ ମାମଲା ରୁଜୁ କରିଲେ ହେବନାହିଁ, ବରଂ ଆଇନ ଅଦାଲତରେ ସେଗୁଡିକର କିପରି ତ୍ୱରିତ ଶୁଣାଣି ହୋଇ ପାରିବ ଆଜିର ବୈଠକରେ ସେନେଇ ବିଶେଷ ଆଲୋଚନା ହୋଇଛି।
ଚଳିତ ବର୍ଷ ବ୍ୟାପକ ଗଂଜେଇ ନଷ୍ଟ କରାଯାଇଛି। ଆଶା ଠାରୁ ଅଧିକ ବେଆଇନ ନିଶା କାରବାର ସମ୍ପର୍କିତ ମାମଲା ରୁଜୁ ହୋଇଛି ଏବଂ ଦୁର୍ନୀତି ନିବାରଣ କ୍ଷେତ୍ରରେ ମଧ୍ୟ ଉଲ୍ଲେଖନୀୟ ପଦକ୍ଷେପ ନିଆଯାଇଥିବା ବିଭିନ୍ନ ବିଭାଗର ରିପୋର୍ଟ ଆଧାରରେ ସୂଚନା ଦେଇଛନ୍ତି ଜଷ୍ଟିସ ପଶାୟତ। ତେବେ ଦେଶରେ ବଢ଼ି ଚାଲିଥିବା ଜିଏସଟି ଠକେଇ, ଅନ ଲାଇନ ଠକେଇକୁ ରୋକିବା ଦିଗରେ ବ୍ୟାପକ ପଦକ୍ଷେପ ସହିତ ଜନ ସଚେତନତା ବୃଦ୍ଧି କରିବା ଲାଗି ବିଭିନ୍ନ ବିଭାଗକୁ ପରାମର୍ଶ ଦେଇଛନ୍ତି ଏସଆଇଟି ଉପାଧ୍ୟକ୍ଷ।

  • Related Posts

    ରାଜନଗରରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

    ରାଜନଗର: କେନ୍ଦ୍ରାପଡା ଜିଲ୍ଲା ରାଜନଗର ଠାରେ ରାକ୍ଷୀ ପୂର୍ଣ୍ଣମୀ ଦିନ କୋଲ୍ଡ ଡ୍ରିଙ୍କ୍‌ ପିଆଇବାକୁ ଡାକି ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁସାରେ ଗତ ରାକ୍ଷୀ ପୂର୍ଣ୍ଣିମା ଦିନ ପୀଡିତାଙ୍କୁ ସଂପର୍କୀୟ…

    Continue reading
    ଆଖିବୁଜିଲେ ବରଗଡ଼ ନାବାଳିକା

    ବରଗଡ଼: ଦୁଃଖଦ…ଆଖିବୁଜିଲେ ବରଗଡ଼ ଅର୍ଦ୍ଧଦଗ୍ଧ ନାବାଳିକା । ବୁର୍ଲାମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜିଛନ୍ତି । ବରଗଡ଼ରୁ ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ଆଜି ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଅଞ୍ଚଳରେଅଷ୍ଟମ ଶ୍ରେଣୀରେ ପଢ଼ୁଥିବା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ତଟରେଖା ଠାରୁ ଆକାଶରେଖା ପର୍ଯ୍ୟନ୍ତ ଓଡ଼ିଶା ସାମୁଦ୍ରିକ ବୋର୍ଡ ଏକ ଅସୀମ ସାମୁଦ୍ରିକ ଭବିଷ୍ୟତ ଆଡ଼କୁ ଅଗ୍ରସର ହେଉଛି

    ନିର୍ଦ୍ଧାରିତ ସମୟ ମଧ୍ୟରେ ରାଜ୍ୟବାସୀଙ୍କୁ ସ୍ଵଚ୍ଛ ନିରାପଦ ପାନୀୟ ଜଳ ଯୋଗାଣ ପାଇଁ ଉତ୍ତରଦାୟୀ ହେବେ ଅଧିକାରୀ ମନ୍ତ୍ରୀ

    ଜାତୀୟ ଆଇଟିଆଇ ଉନ୍ନତିକରଣ ଯୋଜନା ପାଇଁ ଉଚ୍ଚସ୍ତରୀୟ ପରାମର୍ଶଦାତା କର୍ମଶାଳାର ଆୟୋଜିତ

    “ସଶକ୍ତ ଯୁବଶକ୍ତି ହିଁ ସମୃଦ୍ଧ ରାଷ୍ଟ୍ରର ମୂଳଦୁଆ”

    ବିଶ୍ୱ ମୁଖ ଗହ୍ଵର ସ୍ୱାସ୍ଥ୍ୟ ଦିବସ ୨୦୨୫ ଏବଂ ତମାଖୁ ମୁକ୍ତ ଯୁବ ଅଭିଯାନ ୨.୦ ରେ ଓଡିଶା ସର୍ବଶ୍ରେଷ୍ଠ ରାଜ୍ୟ

    Govt approved 74 new food safety officers