କଳାଧନ ପ୍ରସଙ୍ଗ: ତ୍ୱରିତ ଶୁଣାଣି ଜରୁରୀ – ଜଷ୍ଟିସ ଅରିଜିତ ପଶାୟତ

ଭୁବନେଶ୍ୱର: କେବଳ କଳାଧନକୁ ଠାବ କରିବା ଯଥେଷ୍ଟ ନୁହେଁ, ବରଂ ଆଇନ ଅଦାଲତରେ ସେ ସମ୍ପର୍କିତ ମାମଲାର କିପରି ତ୍ୱରିତ ଶୁଣାଣି ହୋଇ ପାରିବ ତା ଉପରେ ତଦନ୍ତକାରୀ ସଂସ୍ଥା ମାନେ ଗୁରୁତ୍ୱ ଦିଅନ୍ତୁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ତଦନ୍ତକାରୀ ଟାସ୍କଫୋର୍ସର ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ। କଳାଧନ ଠାବ କରିବା ସଂକ୍ରାନ୍ତରେ ଗଠିତ ହୋଇଥିବା ଏସଆଇଟିର ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ କହିଛନ୍ତି, ୧୦ଟି ମଧ୍ୟବର୍ତ୍ତିକାଳୀନ ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ ହୋଇସାରିଛି ଓ ଆସନ୍ତା ଜୁଲାଇ ମାସ ସୁଦ୍ଧା ଆଉ ଏକ ରିପୋର୍ଟ ଦେବାକୁ ସେ ପ୍ରସ୍ତୁତ ହେଉଛନ୍ତି।
ସେ କହିଛନ୍ତି, କଳାଧନ ଠାବ କରିବା ଲାଗି ବିଭିନ୍ନ ତଦନ୍ତକାରୀ ସଂସ୍ଥା ମାନେ ମିଳିତ ଭାବେ କାମ କରିବାକୁ ଯେଉଁ ନିର୍ଦେଶ ହୋଇଥିଲା ତାହା ଗତ ୬ ମାସ ଭିତରେ ଖୁବ ଫଳବତୀ ହୋଇଛି, ଯାହାର ପରିଣାମ ସ୍ୱରୂପ ଆଶା ଠାରୁ ଅଧିକ ଦୁର୍ନୀତି ସମ୍ପର୍କିତ ମାମଲା ରୁଜୁ ହୋଇ ପାରିଛି। ଆଜି କଟକରେ ଅନୁଷ୍ଠିତ ବୈଠକ ପରେ ଉପାଧ୍ୟକ୍ଷ ପଶାୟତ ରାଜ୍ୟ ଭିଜିଲାନ୍ସ ବିଭାଗ ପକ୍ଷରୁ ଆଜି ଯେଉଁ ରିପୋର୍ଟ ପ୍ରଦାନ କରାଯାଇଛି, ତାକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି। କିନ୍ତୁ କେବଳ ମାମଲା ରୁଜୁ କରିଲେ ହେବନାହିଁ, ବରଂ ଆଇନ ଅଦାଲତରେ ସେଗୁଡିକର କିପରି ତ୍ୱରିତ ଶୁଣାଣି ହୋଇ ପାରିବ ଆଜିର ବୈଠକରେ ସେନେଇ ବିଶେଷ ଆଲୋଚନା ହୋଇଛି।
ଚଳିତ ବର୍ଷ ବ୍ୟାପକ ଗଂଜେଇ ନଷ୍ଟ କରାଯାଇଛି। ଆଶା ଠାରୁ ଅଧିକ ବେଆଇନ ନିଶା କାରବାର ସମ୍ପର୍କିତ ମାମଲା ରୁଜୁ ହୋଇଛି ଏବଂ ଦୁର୍ନୀତି ନିବାରଣ କ୍ଷେତ୍ରରେ ମଧ୍ୟ ଉଲ୍ଲେଖନୀୟ ପଦକ୍ଷେପ ନିଆଯାଇଥିବା ବିଭିନ୍ନ ବିଭାଗର ରିପୋର୍ଟ ଆଧାରରେ ସୂଚନା ଦେଇଛନ୍ତି ଜଷ୍ଟିସ ପଶାୟତ। ତେବେ ଦେଶରେ ବଢ଼ି ଚାଲିଥିବା ଜିଏସଟି ଠକେଇ, ଅନ ଲାଇନ ଠକେଇକୁ ରୋକିବା ଦିଗରେ ବ୍ୟାପକ ପଦକ୍ଷେପ ସହିତ ଜନ ସଚେତନତା ବୃଦ୍ଧି କରିବା ଲାଗି ବିଭିନ୍ନ ବିଭାଗକୁ ପରାମର୍ଶ ଦେଇଛନ୍ତି ଏସଆଇଟି ଉପାଧ୍ୟକ୍ଷ।

  • Related Posts

    ସୌମ୍ୟ ହତ୍ୟା ମାମଲା :୧୧ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ

    ବାଲିଅନ୍ତାର ବହୁଚର୍ଚ୍ଚିତ ସୌମ୍ୟ ହତ୍ୟାକାଣ୍ଡ ମାମଲାରେ ବଡ଼ ଖବର । ଏହି ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଆଜି କୋର୍ଟରେ ୧୧ ଜଣ ଅଭିଯୁକ୍ତଙ୍କ ବିରୋଧରେ ୭୬୭ ପୃଷ୍ଠାର ଏକ ବିସ୍ତୃତ ଚାର୍ଜସିଟ୍ ଦାଖଲ କରିଛି । ଦୀର୍ଘ ଦିନର ତଦନ୍ତ ପରେ…

    Continue reading
    ପାଠ୍ୟପୁସ୍ତକ ତ୍ରୁଟି ମାମଲା; ୨୦୦ରୁ ୨୫୦ ଜଣ ସମ୍ପୃକ୍ତ କହିଲେ କ୍ରାଇମବ୍ରାଞ୍ଚ ଡିଜି

    ଭୁବନେଶ୍ୱର: ସ୍କୁଲ ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ କ୍ରାଇମବ୍ରାଞ୍ଚ ଟିମ୍ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଛି । ଏହି ଘଟଣାରେ ମଙ୍ଗଳବାର କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । ଏହି ମାମଲାରେ ପ୍ରାୟ ୨୦୦ରୁ ୨୫୦…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ