ଶ୍ରୀରାମନବମୀରେ ହେବେ କି ଭାଗ୍ୟଶାଳୀ ?

ଚଳିତ ବର୍ଷ ୬ ଏପ୍ରିଲ, ରବିବାର ଏହି ଦିନ ପାଳନ କରାଯାଉଛି ଶ୍ରୀରାମନବମୀ । ଚୈତ୍ର ମାସର ଶୁକ୍ଳପକ୍ଷର ନବମୀ ତିଥିରେ ରାମନବମୀ ପର୍ବ ପାଳନ କରାଯାଇଥାଏ । ଏହି ଦିନ ପ୍ରଭୁ ଶ୍ରୀରାମଙ୍କ ସହ ମା’ଦୁର୍ଗାଙ୍କ ମଧ୍ୟ ଉପାସନା କରାଯାଏ । ଏହାସହ ଚୈତ୍ର ନବରାତ୍ରୀର ସମାପନ ମଧ୍ୟ ହୋଇଥାଏ ।
ଚଳିତ ବର୍ଷର ରାମନବମୀକୁ ଖୁବ୍‌‌ ଖାସ୍‌‌ ବୋଲି କୁହାଯାଇଛି । କାରଣ ଏହି ଦିନ ଚନ୍ଦ୍ରମା କର୍କଟ ରାଶିରେ ଚଳନ କରିବେ । ନବମୀ ସହ ପୁଷ୍ୟ ନକ୍ଷତ୍ର ରେ ରବି ପୁଷ୍ୟ ଯୋଗ ଓ ସର୍ବାର୍ଥ ସିଦ୍ଧି ଯୋଗ ମଧ୍ୟ ସୃଷ୍ଟି ହେଉଛି । ତେବେ ଏହି ରାମନବମୀରେ କେଉଁ କେଉଁ ରାଶି ଭାଗ୍ୟଶାଳୀ ହେବେ ଜାଣନ୍ତୁ..

ମେଷ- ଏହି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭ ଫଳ ପ୍ରାପ୍ତି ହେବ । ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହେବ । ବ୍ୟବସାୟରେ ଜବରଦସ୍ତ ଲାଭ ମିଳିବ । ଆମଦାନୀର ସ୍‌ରୋତ ବୃଦ୍ଧି ହେବ । ଧନ ସଞ୍ଚୟ କରିବେ । କର୍ମକ୍ଷେତ୍ରରେ ଆର୍ଥିକ ଲାଭର ଅନେକ ସୁଯୋଗ ମିଳିବ । ମାତା-ପିତାଙ୍କ ଆଶୀର୍ବାଦ ମିଳିବ । ଚାକିରି କରୁଥିବା ବ୍ୟକ୍ତି ବିଶେଷଙ୍କ ଦରମା ବୃଦ୍ଧି ହେବ ।

କର୍କଟ- ଜୀବନରେ ହସଖୁସି ବୃଦ୍ଧି ପାଇବ । ନୂଆ କାମର ଆରମ୍ଭ କରିବେ । ଅଟକି ଥିବା ଧନ ମିଳିବ । ମାନ-ସମ୍ମାନ ବୃଦ୍ଧି ହେବ । ବ୍ୟବସାୟରେ ଆର୍ଥିକ ସ୍ଥିତିରେ ହଠାତ୍‌‌ ପରିବର୍ତ୍ତନ ହେବ । ପରିବାରରେ ମାଙ୍ଗଳିକ କାର୍ଯ୍ୟର ଯୋଗ ରହିଛି । ନୂଆ ଚାକିରିର ଯୋଗ ରହିଛି । ବିଦେଶ ଯାତ୍ରାର ଯୋଗ ରହିଛି ।

ଧନୁ- ଜୀବନରେ ସୁଖସମୃଦ୍ଧି ବୃଦ୍ଧି ହେବ । କର୍ମକ୍ଷେତ୍ରରେ ନୂଆ ସୁଯୋଗ ମିଳିବ । ଆର୍ଥିକ ସ୍ଥିତି ମଜଭୁତ ହେବ । ଅଟକି ଥିବା ସମସ୍ତ କାମ ପୂରଣ ହେବ । ଆମଦାନୀରେ ବୃଦ୍ଧି ସହ ପରିବାରରେ ହସଖୁସିର ବାତାବରଣ ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଚାକିରିର ସୁଯୋଗ ମିଳିବ । ବ୍ୟବସାୟରେ ମଧ୍ୟ ଲାଭ ହେବ । ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଶୁଭଙ୍କର ।

  • Garvita Odia

    Related Posts

    ୧୯ଟି ମାଛର ଦାମ ୩୩ ଲକ୍ଷ

    ଭୋଗରାଇ : ମାଛ କରିଦେଲା ଲକ୍ଷପତି । ୧୯ଟି ମାଛର ଦାମ ୩୩ ଲକ୍ଷ । ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ତେଲିଆ ଭୋଳା ମାଛ । ଯାହାକୁ ଦେଖିବାକୁ ଦୀଘା ମୁହାଣରେ ପର୍ୟ୍ୟଟକଙ୍କ ଭିଡ଼ ଲାଗିଛି । ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ…

    ଆନନ୍ଦ ଉଲ୍ଲାସ ନେଇ ଆସିଛି ରଜ ପର୍ବ

    ଭୁବନେଶ୍ୱର: ବର୍ଷେ ଅପେକ୍ଷା ପରେ ଆନନ୍ଦ ଉଲ୍ଲାସ ନେଇ ଆସିଛି ରଜ ପର୍ବ । ଗଣପର୍ବର ଆଜି ପହିଲି ରଜ । ପିଠା-ମିଠାର ବାସ୍ନାରେ ମହକୁଛି ଗାଁରୁ ସହର । ପାନ ଖିଲ ପାଟିରେ ମାରି, ଦୋଳି ଖେଳି ସମସ୍ତେ ରଜ…

    Leave a Reply

    Your email address will not be published. Required fields are marked *

    You Missed

    ଅଧ୍ୟାପକ ଗୋପୀକାନ୍ତ ସୁନା ନିଲମ୍ବିତ

    ଅଧ୍ୟାପକ ଗୋପୀକାନ୍ତ ସୁନା  ନିଲମ୍ବିତ

    ଆମକୁ ନ୍ୟୁଜର ହେଡ ଲାଇନରେ ରଖିବା ଦରକାର ନାହିଁ, ବିଜେପିକୁ ରଖନ୍ତୁ

    ଆମକୁ  ନ୍ୟୁଜର ହେଡ ଲାଇନରେ ରଖିବା ଦରକାର ନାହିଁ,  ବିଜେପିକୁ ରଖନ୍ତୁ

    ବିରୋଧୀଙ୍କ ଉପରେ ବର୍ଷିଲେ ଅପରାଜିତା

    ବିରୋଧୀଙ୍କ ଉପରେ ବର୍ଷିଲେ  ଅପରାଜିତା

    ଇନ୍ଦୋର ଦେଶର ସବୁଠାରୁ ସଫା ସହର

    ଇନ୍ଦୋର ଦେଶର ସବୁଠାରୁ ସଫା ସହର

    ବନ୍ଦ କୋଠରୀରୁ ମିଳିଲା ଯୁବତୀ ଝୁଲନ୍ତା ମୃତଦେହ

    ବନ୍ଦ କୋଠରୀରୁ ମିଳିଲା ଯୁବତୀ ଝୁଲନ୍ତା ମୃତଦେହ

    ମହିଳା ହେଲପଲାଇନ ନଂ-୧୮୧

    ମହିଳା ହେଲପଲାଇନ ନଂ-୧୮୧