୩୬ ଚାନ୍ଦି ମେଢ଼, ପିତଳ,କାଠ ଓ କାଚର ମେଢ଼ରେ ଝଲସୁଛି ରୌପ୍ୟନଗରୀ
କଟକ,30।09: ଏଥର ଦଶହରାରେ କଟକର ୩୬ ପୂଜାମଣ୍ଡପରେ ଶୋଭାପାଉଛି ଚାନ୍ଦିମେଢ଼। ଏଥି ସହ ୧୧ଟି ପୂଜା ମଣ୍ଡପରେ ମା’ ଦୁର୍ଗାଙ୍କ ସମେତ ପାର୍ଶ୍ବଦେବଦେବୀ ପରିଧାନ କରିଛନ୍ତି ସୁନାମୁକୁଟ ଓ ସୁନାର ଚମ୍ପାହାର। ଚଳିତ ବର୍ଷ ଦୁଇଟି ନୂଆ ଚାନ୍ଦିମେଢ଼ ନିର୍ମାଣ ହୋଇଛି।…


