fire in plant control room ପ୍ଲାଣ୍ଟ କଣ୍ଟ୍ରୋଲ ରୁମ୍‌ରେ ନିଆଁ, ୩ ଇଞ୍ଜିନିୟର ମୃତ

ଝାଡ଼ଖଣ୍ଡ,: ଝାଡ଼ଖଣ୍ଡ ରାମଗଡ଼ ଜିଲ୍ଲା ଅନ୍ତର୍ଗତ ପତ୍ରାତୁ ବ୍ଲକର ବରକାକାନା ଫାଣ୍ଡି ଅଞ୍ଚଳରେ ଥିବା ଏକ ସ୍ପଞ୍ଜ-ଆଇରନ୍ ଫ୍ୟାକ୍ଟ୍ରିରେ ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି । ଗତ ଶୁକ୍ରବାର ରାତିରେ ହେହେଲ ସ୍ଥିତ ‘ମା’ ଛିନ୍ନମସ୍ତିକା ସିମେଣ୍ଟ ଆଣ୍ଡ ଇସ୍ପାତ ପ୍ରାଇଭେଟ୍ ଲିମିଟେଡ଼’ ଫ୍ୟାକ୍ଟ୍ରିର ପାୱାର ପ୍ଲାଣ୍ଟରେ ହଠାତ୍ ପ୍ରଚଣ୍ଡ ଶବ୍ଦ ସହ ବିସ୍ଫୋରଣ ଘଟି ଭୀଷଣ ନିଆଁ ଲାଗିଯାଇଥିଲା । ଏହି ଅଭାବନୀୟ ଦୁର୍ଘଟଣାରେ ଗୁରୁତର ଭାବେ ପୋଡିହୋଇ ୩ ଜଣ ଇଞ୍ଜିନିୟରଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତ ଶ୍ରମିକ ଜଣକ ହଜାରୀବାଗ ନିବାସୀ ତରୁଣ ରଜୱାର ବୋଲି ଜଣାପଡ଼ିଛି । ତାଙ୍କୁ ଉଦ୍ଧାର କରାଯାଇ ରାଞ୍ଚି ରୋଡ୍ ସ୍ଥିତ ‘ଦି ହପ୍ ହସ୍ପିଟାଲ୍’ରେ ଭର୍ତ୍ତି କରାଯାଇଛି ।ମୃତ୍ୟୁ ହୋଇଥିବା ୩ ଇଞ୍ଜିନିୟର ହେଉଛନ୍ତି, ରାଞ୍ଚି ନିବାସୀ ଶିଫ୍ଟ ଇଞ୍ଚାର୍ଜ ୫୦ ବର୍ଷୀୟ ସଞ୍ଜୀବ କୁମାର କେସରୀ, ଜଗେଶ୍ୱର ବିହାର, ବୋକାରୋ ନିବାସୀ ୨୫ ବର୍ଷୀୟ ବିନୀତ ମହତୋ, ଗଡ଼ୱା ନିବାସୀ ୨୪ ବର୍ଷୀୟ ଅଭିଷେକ ପାଣ୍ଡେ । ସୂଚନା ଅନୁଯାୟୀ, ଘଟଣା ଦିନ ନାଇଟ୍ ସିପ୍ଟରେ ପାୱାର ପ୍ଲାଣ୍ଟ ସାଇଟ୍‌ରେ ଉତ୍ପାଦନ କାର୍ଯ୍ୟ ଜାରି ରହିଥିଲା । ହଠାତ୍ ବିସ୍ଫୋରଣ ହୋଇ ନିଆଁ ବ୍ୟାପିଯିବାରୁ ସେଠାରେ କାର୍ଯ୍ୟରତ ଶ୍ରମିକ ଓ କର୍ମଚାରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଖବର ପାଇ ରାତିରେ ହିଁ ଫ୍ୟାକ୍ଟ୍ରି କର୍ତ୍ତୃପକ୍ଷ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ରାମଗଡ଼ରୁ ୪ରୁ ୫ଟି ଦମକଳ ଗାଡ଼ି ଅଣାଯାଇ ନିଆଁକୁ ଆୟତ୍ତ କରାଯାଇଥିଲା ।

ଶନିବାର ସକାଳୁ ସ୍ଥାନୀୟ ଗ୍ରାମବାସୀ ଓ ମୃତକଙ୍କ ପରିବାରବର୍ଗ ଫ୍ୟାକ୍ଟ୍ରି ଗେଟ୍ ସମ୍ମୁଖରେ ଏକାଠି ହୋଇ ହଙ୍ଗାମା କରିଛନ୍ତି । ମୃତକଙ୍କ ଆଶ୍ରିତଙ୍କୁ ଉପଯୁକ୍ତ କ୍ଷତିପୂରଣ ଏବଂ ପରିବାରର ଜଣକୁ ଚାକିରି ଦାବିରେ ସେମାନେ ଫ୍ୟାକ୍ଟ୍ରି ଗେଟ୍ ଅବରୋଧ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି । ଅନ୍ୟପକ୍ଷରେ, ଫ୍ୟାକ୍ଟ୍ରିର ପାୱାର ପ୍ଲାଣ୍ଟ ୟୁନିଟ୍ ଇଞ୍ଚାର୍ଜ ଅନୁରାଗ ତ୍ରିପାଠୀ କହିଛନ୍ତି ଯେ, ପରିଚାଳନାଗତ ପ୍ରବଳ ଅବହେଳା ଯୋଗୁଁ ପ୍ଲାଣ୍ଟରେ ଓଭରହିଟିଂ ହେବାରୁ ଏହି ଦୁର୍ଘଟଣା ଘଟିଛି । ତାପମାତ୍ରା ନିୟନ୍ତ୍ରଣରେ ରଖିବା ପାଇଁ ସେଠାରେ ବାରମ୍ବାର ଏସି ଲଗାଇବାକୁ କୁହାଯାଇଥିଲେ ମଧ୍ୟ କର୍ତ୍ତୃପକ୍ଷ ସେଥିପ୍ରତି ଧ୍ୟାନ ଦେଇନଥିଲେ । ଘଟଣାସ୍ଥଳରେ ଉତ୍ତେଜନା ଜାରି ରହିଥିବାବେଳେ ପୁଲିସ ସ୍ଥିତି ଉପରେ ନଜର ରଖିଛି ଏବଂ ପରିସ୍ଥିତିକୁ ଶାନ୍ତ କରିବାକୁ ପ୍ରୟାସ କରୁଛି ।

  • Related Posts

    bullet proof jacketମାୟାବତୀ-ଅଖିଳେଶଙ୍କ ସମେତ ୪୪ ନେତାଙ୍କୁ ବୁଲେଟପ୍ରୁଫ୍ ଜ୍ୟାକେଟ୍

    ନୂଆଦିଲ୍ଲୀ: ଆଗାମୀ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଯୋଗୀ ସରକାର ରାଜନେତାଙ୍କ ସୁରକ୍ଷାକୁ ନେଇ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସୁରକ୍ଷା ସମୀକ୍ଷା ଏବଂ ଗୁଇନ୍ଦା ସୂଚନା ଆଧାରରେ, ଯୋଗୀ ସରକାର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଏବଂ ଅଖିଳେଶ ଯାଦବଙ୍କ…

    Continue reading
    bjp ଆଜି ବିଜେପି ମୁଖ୍ୟାଳୟରେ ନବନିଯୁକ୍ତ ପଦାଧିକାରୀ ବୈଠକ

    ନୂଆଦିଲ୍ଲୀ: ବିଜେପି ନବନିଯୁକ୍ତ ପଦାଧିକାରୀ ବୈଠକ। ଆଜି ବିଜେପି ମୁଖ୍ୟାଳୟରେ ନବନିଯୁକ୍ତ ପଦାଧିକାରୀ ବୈଠକ ପ୍ରଥମ ବୈଠକ। ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନେତୃତ୍ୱରେ ନୂଆ ଟିମ୍ ର ସଦସ୍ୟମାନେ ସାଙ୍ଗଠନିକ କାର୍ୟ୍ୟକ୍ରମ ଓ ଆଗାମୀ ରଣନୀତି ନେଇ ଆଲୋଚନା କରିବେ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ