flood in nepal ନେପାଳରେ ପ୍ରଳୟଙ୍କରୀ ବନ୍ୟା: 160ରୁ ଅଧିକ ମୃତ

କାଠମାଣ୍ଡୁ: ନେପାଳରେ ତାଣ୍ଡବ ରଚିଛି ପ୍ରଳୟଙ୍କରୀ ବନ୍ୟା । ତିବ୍ଦତରୁ ଆସିଥିବା ଏହି ଭୟଙ୍କର ବନ୍ୟା ନେପାଳର ମଧ୍ୟଭାଗକୁ ପ୍ରବାହିତ ହେବା ପରେ ପ୍ରାୟ 160 ଜଣଙ୍କର ମୃତ୍ୟୁ ଘଟିଛି । 133 ଜଣ ଭାରତୀୟ ନାଗରିକଙ୍କ ସମେତ 750ରୁ ଅଧିକ ଲୋକ ନିଖୋଜ ଅଛନ୍ତି । ଏହା ମଧ୍ୟରେ କିଛି ଓଡ଼ିଆ ଥିବାର ମଧ୍ୟ ଆଶଙ୍କା ପ୍ରକାଶ ପାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ନେପାଳ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହଙ୍କ ସହ କଥା ହୋଇ ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦିଆଯିବାର ପ୍ରତିଶ୍ରୁତି ଦେଇଛନ୍ତି । କାଠମାଣ୍ଡୁରେ ଥିବା ଭାରତୀୟ ଦୂତାବାସ ଆକସ୍ମିକ ବନ୍ୟା ଦ୍ୱାରା ପ୍ରଭାବିତ ଭାରତୀୟ ନାଗରିକଙ୍କ ସହ ଜଡିତ ସହାୟତା ଏବଂ ସୂଚନା ପାଇଁ ଜରୁରୀକାଳୀନ ନମ୍ବର ଜାରି କରିଛି । Xରେ ଏକ ପୋଷ୍ଟରେ, କୁହାଯାଇଛି ଯେ, ଲୋକମାନେ +977 985 131 6807 କିମ୍ବା +977 970 910 7500 ରେ ଯୋଗାଯୋଗ କରିପାରିବେ ।

ନେପାଳରେ ଘଟିଥିବା ବନ୍ୟାରେ ପ୍ରଭାବିତ ଭାରତୀୟ ନାଗରିକଙ୍କ ପାଇଁ ଶୀଘ୍ର ଉଦ୍ଧାର ଏବଂ ସହାୟତା ପାଇଁ ଭାରତୀୟ ଦୂତାବାସ ନେପାଳ ସରକାରଙ୍କ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହ ଜଡିତ ରହିଛି । ନେପାଳ ସରକାରଙ୍କ ସହିତ ସମନ୍ୱୟରେ ଉଦ୍ଧାର ଏବଂ ରିଲିଫ ପ୍ରୟାସକୁ ଆହୁରି ମଜବୁତ କରାଯାଉଛି ବୋଲି Xରେ ଏକ ପୋଷ୍ଟରେ କହାଯାଇଛି ।

ଅଧିକାରୀମାନେ କହିଛନ୍ତି ଯେ ନିଖୋଜଙ୍କ ମଧ୍ୟରେ ଅତି କମରେ 133 ଜଣ ଭାରତୀୟ ଏବଂ 37 ଜଣ ପ୍ରବାସୀ ଭାରତୀୟ (NRI) ଅଛନ୍ତି । ଭାରତୀୟଙ୍କ ମଧ୍ୟରୁ ପାଖାପାଖି 50 ଜଣ କୈଳାସ ମାନସରୋବର ଯାତ୍ରା ପାଇଁ ତୀର୍ଥଯାତ୍ରୀ ଥିଲେ । ଭାରତରେ ଅବସ୍ଥିତ ଏକ ନନ୍‌-ପ୍ରଫିଟ ଅର୍ଗାନାଇଜେସନ, ଇଶା ଫାଉଣ୍ଡେସନ କହିଛି ଯେ, ଇମିଗ୍ରେସନ ସେଣ୍ଟରରେ ଥିବା ଏହାର 77 ଜଣ ସଦସ୍ୟ ନିଖୋଜ ଅଛନ୍ତି । “ଇମିଗ୍ରେସନ ଅଫିସରେ ଥିବା ଲୋକଙ୍କ ବିଷୟରେ କୌଣସି ସରକାରୀ ସୂଚନା ମିଳିନାହିଁ । 495 ଜଣ ସୁରକ୍ଷିତ ଭାବରେ ଫେରି ଆସିଛନ୍ତି ।” ବୋଲି ଏହାର ପ୍ରତିଷ୍ଠାତା ସଦଗୁରୁ କହିଛନ୍ତି ।ଭାରତୀୟ ଏବଂ ପ୍ରବାସୀ ଭାରତୀୟଙ୍କ ବ୍ୟତୀତ, ନିଖୋଜ ପର୍ଯ୍ୟଟକମାନେ ଆମେରିକା, ମାଲେସିଆ, ୟୁକେ, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଏବଂ ନେଦରଲ୍ୟାଣ୍ଡ ଦେଶର ଥିଲେ । ଏହା ବ୍ୟତୀତ, 44 ଜଣ ନେପାଳ ସେନା କର୍ମଚାରୀଙ୍କ ସମେତ 80 ଜଣ ସୁରକ୍ଷା କର୍ମୀ ବିଭିନ୍ନ ସ୍ଥାନରେ ନିଖୋଜ ହୋଇଛନ୍ତି ବୋଲି ବୈଦେଶିକ ମନ୍ତ୍ରୀ ଶିସିର ଖାନଲ ସୂଚନା ଦେଇଛନ୍ତି ।

  • Related Posts

    ନେପାଳରେ ଜଳପ୍ରଳୟ : ଶତାଧିକ ମୃତ

    କାଠମାଣ୍ଡୁ/ନୂଆଦିଲ୍ଲୀ : ନେପାଳ-ତିବ୍‌ବତ ସୀମାନ୍ତ ରସୁୱା ଜିଲାର ଭୋଟେକୋଶୀ ନଦୀରେ ଆକସ୍ମିକ ବନ୍ୟା ଆସି ସମଗ୍ର ଅଞ୍ଚଳରେ ତାଣ୍ଡବ ରଚିଛି। ନେପାଳରେ ବୁଧବାର ହୋଇଥିବା ଏହି ପ୍ରଳୟଙ୍କରୀ ବନ୍ୟାରେ ଶତାଧିକ ପ୍ରାଣ ହରାଇଥିବାବେଳେ ୪୦୦ରୁ ଅଧିକ ଲୋକ ନିଖୋଜ ହୋଇଛନ୍ତି। ନିଖୋଜ…

    Continue reading
    accident 6 dead ଟ୍ରକ୍‌କୁ ପଛରୁ ଧକ୍କା ଦେଲା ବସ୍‌, ୬ ମୃତ

    ତେଲେଙ୍ଗାନା: କଣ୍ଟେନର ଟ୍ରକ୍‌କୁ ପଛରୁ ଧକ୍କା ଦେଲା ଯାତ୍ରୀବାନୀ ଘରୋଇ ବସ୍‌ । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ 6 ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ 20 ଜଣ ଆହତ ହୋଇଛନ୍ତି । ତେଲେଙ୍ଗାନାର ସୂର୍ଯ୍ୟାପେଟ ଜିଲ୍ଲାର କୋଡାଡ ମଣ୍ଡଳର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ