ଅନ୍ତର୍ଜାତୀୟ ବଜାରରେ ଖସିଲା ଅଶୋଧିତ ତୈଳ ଦର

ନୂଆଦିଲ୍ଲୀ:ଆମେରିକା-ଇରାନ ଯୁଦ୍ଧ ଶେଷ ହେବା ପରେ ଅଶୋଧିତ ତୈଳ ମୂଲ୍ୟ ୪%ରୁ ଅଧିକ ହ୍ରାସ ପାଇଛି। ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୮୧. ୧୫ ଡଲାରକୁ ଖସିଛି। ଯୁଦ୍ଧ ଶେଷ ନେଇ ଚୁକ୍ତି ଉପରେ ସହମତି ହେବା ପରେ ଅନ୍ତର୍ଜାତୀୟ ତୈଳ ବଜାରରେ ଏହି ହ୍ରାସ ଦେଖାଦେଇଛି। ଏସୀୟ ବାଣିଜ୍ୟ କାରବାରରେ ଅଶୋଧିତ ତୈଳ ମୂଲ୍ୟରେ ତୀବ୍ର ହ୍ରାସ ଘଟିଛି।

ଅଶୋଧିତ ତୈଳ ମୂଲ୍ୟ ୪.୩୯ ପ୍ରତିଶତ ହ୍ରାସ ପାଇ ପ୍ରତି ବ୍ୟାରେଲ ୮୧.୧୫ ଡଲାରରେ ପହଞ୍ଚିଛି। ଅଶୋଧିତ ତୈଳ ଦର ଖସିବା ପରେ ଭାରତରେ ତେଲ ଶସ୍ତା ହେବ କି ଏ ନେଇ ଆମ ଦେଶରେ ଲୋକଙ୍କ ମନରେ ପ୍ରଶ୍ନ ଉଠିଛି। ଅଶୋଧିତ ତୈଳ ମୂଲ୍ୟହ୍ରାସ ଭାରତ ଭଳି ତୈଳ ଆମଦାନୀକାରୀ ଦେଶ ପାଇଁ ସ୍ୱାଗତଯୋଗ୍ୟ ଆଶ୍ୱସ୍ତି ଭାବେ ବିବେଚନା କରାଯାଉଛି।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ହ୍ରାସ ପାଇବା ପରେ ଆଗାମୀ ଦିନରେ ତୈଳ କମ୍ପାନୀଗୁଡ଼ିକ କିଛି ଆଶ୍ୱସ୍ତି ପ୍ରଦାନ କରିବେ ବୋଲି ଲୋକେ ଆଶା କରିଛନ୍ତି। ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ଘଟିନାହିଁ। ଗତ ୧୫ ମେ’ ପରଠାରୁ ଦୁଇ ସପ୍ତାହ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପ୍ରାୟ ସାଢେ ୭ ଟଙ୍କା ପ୍ରତି ଲିଟର ବୃଦ୍ଧି ପାଇଛି।ଏବେ ଭୁବନେଶ୍ୱରରେ ତୈଳଦର ପ୍ରାୟ ୧୦୯ ଟଙ୍କା ପ୍ରତି ଲିଟର ରହିଛି।

  • Related Posts

    ବଦଳିଲା ରେଳବାଇର ନିୟମ; ବିନା ଟିକେଟ୍‌ରେ ଯାତ୍ରା କଲେ ଦୁଇଗୁଣା ଜରିମାନା ସହ ଜେଲ ଦଣ୍ଡ

    ନୂଆଦିଲ୍ଲୀ,: ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଉଥିବା ଟ୍ରେନ, ଲୋକଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ। କମ ଭଡ଼ା ହେବା ସତ୍ତ୍ୱେ ମଧ୍ୟ କିଛି ଯାତ୍ରୀ ବିନା ଟିକେଟରେ ଟ୍ରେନରେ ଯାତ୍ରା କରିବାକୁ ଲାଗନ୍ତି, କିନ୍ତୁ…

    Continue reading
    କୋଲକାତାରେ ଯୋଗ କଲେ ପ୍ରଧାନମନ୍ତ୍ରୀ

    ନୂଆଦିଲ୍ଲୀ; ଆଜି ୧୨ ତମ ଯୋଗ ଦିବସରେ ଦେଶ ଯୋଗମୟ ହୋଇଛି । ଦେଶବିଦେଶରେ ମହା ଆଡମ୍ବରରେ ପାଳନ ହୋଇଛି ଯୋଗ ଦିବସ । ଚଳିତବର୍ଷର ଥିମ୍ ରହିଛି କୋଲକାତାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିଲେ “ସୁସ୍ଥ ଆୟୁ ପାଇଁ ଯୋଗ”…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ