ଆଜି ଗୋଟିଏ ମଞ୍ଚରେ ଏକାଠି ହେବେ ମୋଦୀ ଓ ଟ୍ରମ୍ପ

ଆଜି ଗୋଟିଏ ମଞ୍ଚରେ ଏକାଠି ହେବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଫିଲିପାଇନ୍ସର ରାଜଧାନୀ ମନିଲାରେ ଆଜି ଆୟୋଜିତ ହେବ କ୍ୱାଡ୍ ନେତାଙ୍କ ଶିଖର ସମ୍ମିଳନୀ । ଏହି ବୈଠକରେ ମୋଦୀ ଓ ଟ୍ରମ୍ପଙ୍କ ସମେତ ଜାପାନ ଓ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ମଧ୍ୟ ସାମିଲ ହେବେ ।ସୂଚନା ଅନୁସାରେ, ମୋଦୀ ଫିଲିପାଇନ୍ସରେ ପହଞ୍ଚି ସାରିଥିବା ବେଳେ ଆଜି ଟ୍ରମ୍ପ ସେଠାରେ ପହଞ୍ଚିବେ । ମନିଲାର ସ୍ଥାନୀୟ ସମୟ ସନ୍ଧ୍ୟା ୬ଟା ୧୫ ମିନିଟ୍‌ରେ କ୍ୱାଡ୍ ନେତାଙ୍କ ବୈଠକ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି ।
ଦୁଇ ବର୍ଷର ବ୍ୟବଧାନ ପରେ ହେଉଥିବା ଏହି ବୈଠକରେ ଚାରି ଦେଶର ନେତାମାନେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ପ୍ରସଙ୍ଗରେ ଆଲୋଚନା କରିବେ । ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆର ନେତାଙ୍କ ଏହି ମିଳିତ ବୈଠକ ଉପରେ ରହିଛି ସମସ୍ତଙ୍କ ନଜର ।

ବିଶେଷ କଥା ହେଉଛି, ଟ୍ରମ୍ପଙ୍କ ପ୍ରସ୍ତାବିତ ଚୀନ୍ ଗସ୍ତ ଏବଂ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ସହ ହେବାକୁ ଥିବା ଦ୍ୱିପାକ୍ଷିକ ବୈଠକ ପୂର୍ବରୁ ଏହି କ୍ୱାଡ୍ ସମ୍ମିଳନୀ ଆୟୋଜିତ ହେଉଛି । ତେଣୁ ଏହି ବୈଠକର ଆଲୋଚନା ଓ ନିଷ୍ପତ୍ତି ଉପରେ ଅନ୍ତର୍ଜାତୀୟ ମହଲର ନଜର ରହିଛି ।

  • Related Posts

    ଖାଇକୁ ଖସିଲା ବୋଲେରୋ-ବସ୍‌, ୧୨ ମୃତ

    ନୂଆଦିଲ୍ଲୀ:  ଭୟଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁର ତାଣ୍ଡବ ।  ଦୁଇ ଦୁଇଟି ଦୁର୍ଘଟଣାରେ ଚାଲିଗଲା ୧୨ ଜୀବନ । ୨୦ରୁ ଅଧିକ ଆହତ । ଉତ୍ତରାଖଣ୍ଡରେ ଦୁଇଟି ବଡ଼ ସଡ଼କ ଦୁର୍ଘଟଣା ଘଟିଛି । ରୁଦ୍ରପ୍ରୟାଗରେ ବୋଲେରୋ ଖାଇକୁ ଖସି ୪…

    Continue reading
    ଆସିଆନ୍ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ:ଆମ ପାଖରେ ସାମର୍ଥ୍ୟ ଏବଂ ସଂକଳ୍ପ ଅଛି

    ନୂଆଦିଲ୍ଲୀ: ଆସିଆନ୍-ଭାରତ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦୁନିଆ ଏବେ ବହୁ ସଙ୍କଟ ଦେଇ ଗତି କରୁଛି । ଏବେ ବିଶ୍ଵକୁ ଶାନ୍ତି ଏବଂ ସ୍ଥିରତାର ଆବଶ୍ୟକତା ରହିଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଆଜି ବିଶ୍ୱ ମଧୁମେହ ଦିବସ, ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ନିରାକରଣ

    ଆଜି ବିଶ୍ୱ ମଧୁମେହ ଦିବସ, ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ନିରାକରଣ

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !