ଆଜିଠୁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

କେନ୍ଦ୍ରାପଡ଼ା: ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲିଛି ଭିତରକନିକା ଜାତୀୟ ଉଦ୍ୟାନ । କୁମ୍ଭୀର ପ୍ରଜନନ ପାଇଁ ଦୀର୍ଘ ତିନି ମାସ ଧରି ବନ୍ଦ ଥିବା ଜାତୀୟ ଉଦ୍ୟାନକୁ ଆଜିଠାରୁ ଖୋଲାଯାଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମେ’ ମାସ ୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଭିତରକନିକା ଉଦ୍ୟାନ ମଧ୍ୟକୁ ପର୍ଯ୍ୟଟକମାନଙ୍କ ପ୍ରବେଶ ନିଷେଧ ହୋଇଥିଲା । ଏହି ତିନିମାସରେ କୁମ୍ଭୀର ଅଣ୍ଡାଦେବା ସହ ସେହି ଅଣ୍ଡାଗୁଡିକୁ ଜଗି ରହିଥିବାରୁ ଅନ୍ୟ ସମୟ ଅପେକ୍ଷା ହିଂସ୍ର ହୋଇଥାନ୍ତି । ଉକ୍ତ ସମୟ ମଧ୍ୟରେ କୁମ୍ଭୀର ଆକ୍ରମଣ ଭୟ ଆଶଙ୍କା ରହିଥିବାରୁ ପର୍ଯ୍ୟଟକମାନଙ୍କୁ ଭିତରକନିକା ସୋନ୍ଦର୍ଯ୍ୟ ଉପଭୋଗ କରିବାରୁ ବାରଣ କରାଯାଇଥାଏ ।
ରାଜନଗର ବନଖଣ୍ଡ ଅଧିକାରୀ ଭରଦରାଜ୍ ଗାଓଁକର କହିଛନ୍ତି, “ଭିତରକନିକା ମଧ୍ୟରେ ରହୁଥିବା ବଉଳା କୁମ୍ଭୀରମାନଙ୍କ ଅଣ୍ଡାଦାନ ପାଇଁ ତିନି ମାସ ଧରି ଜାତୀୟ ଉଦ୍ୟାନ ମଧ୍ୟକୁ ପ୍ରବେଶ ବାରଣ ରହିଥିଲା । ଅଗଷ୍ଟ ୧ ଅର୍ଥାତ୍ ଆଜି ଠାରୁ ଏହା ପର୍ଯ୍ୟଟକମାନଙ୍କ ପାଇଁ ଖୋଲାଯାଇଛି ।ଚଳିତଥର ପର୍ଯ୍ୟଟକମାନଙ୍କ ପାଇଁ ପ୍ରକୃତିର ସୁନ୍ଦରତା ଉପଭୋଗ କରିବା ପାଇଁ ଯଥେଷ୍ଟ ବ୍ୟବସ୍ଥା କରାଯାଇଛି । ଏହାସହ ପ୍ଲାଷ୍ଟିକ ବ୍ୟବହାର କରିବା ସମ୍ପୂର୍ଣ୍ଣ ବାରଣ ରହିଛି । ଭିତ୍ତିଭୂମିର ବିକାଶ ସହ ଅତ୍ୟାଧୁନିକ ବୋଟିଂ ସୁବିଧା ପର୍ଯ୍ୟଟକମାନଙ୍କ ପାଇଁ ଉପଲବ୍ଧ ହେବ ।”ତେବେ କୁମ୍ଭୀର ଅଣ୍ଡାଦାନ ପାଇଁ ବନ୍ଦ ରହିଥିବା ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତବର୍ଷ ୧୧୭ଟି ବଉଳା କୁମ୍ଭୀର ବସା ଚିହ୍ନଟ କରାଯାଇଛି । ଏହା ଗତବର୍ଷ ତୁଳନାରେ ମାତ୍ର ଗୋଟିଏ ବଢ଼ିଛି । ଭିତରକନିକାର ନଦୀ ନାଳରେ ବାସ କରୁଥିବା ବଉଳା କୁମ୍ଭୀରଙ୍କ ୧୧୭ ବସା ଚିହ୍ନଟ ହୋଇଥିବା ବନବିଭାଗ ସୂତ୍ରରୁ ସୂଚନା ଦିଆଯାଇଥିଲା ।

  • Related Posts

    କେବେ ସୁଧୁରିବ ମାଙ୍କଡିଆ ଜନଜାତିର ଅବସ୍ଥା: ଏବେ ବି ବହୁ ଲୋକ ମୌଳିକ ସୁବିଧାରୁ ବଞ୍ଚିତ

    ଦେବଗଡ଼:ଗରୀବଲୋକଙ୍କୁ ପକ୍କା ବାସଗୃହ ଯୋଗାଇ ଦେବା ଲକ୍ଷ୍ୟରେ ସରକାର କାର୍ଯ୍ୟକାରୀ କରିଛନ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ଏହା କେତେ ଦୂର କାର୍ଯ୍ୟକାରୀ ହେଉଛି ତାହା ଉପାନ୍ତ ଅଞ୍ଚଳର ଦୃଶ୍ୟ ହିଁ ବୟାନ କରୁଛି।ଉକ୍ତ ମାଙ୍କଡିଆ ସାହିରେ କିଛି ଲୋକ ଆବାସ…

    Continue reading
    ରାଜ୍ୟସ୍ତରୀୟ କବାଡି ପ୍ରତିଯୋଗିତା ପାଇଁ ଖେଳାଳୀ ଚୟନ ଶିବିର

    ଦେବଗଡ଼:ଆସନ୍ତା ଅଗଷ୍ଟ ୧୩ ରୁ ୧୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ଵରରେ ୫୨ତମ ଜୁନିୟର ରାଜ୍ୟସ୍ତରୀୟ କବାଡି(କୋଡିଏ ବର୍ଷ ରୁ କମ ବାଳକ ଓ ବାଳିକା ବର୍ଗ)ପ୍ରତିଯୋଗିତା ଅନୁଷ୍ଠିତ ହେବ।ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଆଜି ଜିଲ୍ଲା କ୍ରୀଡା ସଂସଦ ପକ୍ଷରୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ