ଆପ୍‌କୁ ମିଳିବ ନାହିଁ ହ୍ୟାଟ୍ରିକ ବିଜୟ

ନୂଆଦିଲ୍ଲୀ: ହାଇଭୋଲଟେଜ ଦିଲ୍ଲୀ ବିଧାନସଭା ପାଇଁ ଭୋଟିଂ ଶେଷ ହୋଇଛି। ସମସ୍ତ ୭୦ଟି ଯାକ ଆସନରେ ଛିଡ଼ା ହୋଇଥିବା ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଯାଇଛି। ଆସନ୍ତା ୮ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ସନ୍ଧ୍ୟା ୫ଟା ସୁଦ୍ଧା ଦିଲ୍ଲୀରେ ପ୍ରାୟ ୫୮% ଭୋଟିଂ ହୋଇଛି। ଭୋଟିଂ ଶେଷ ହେବା ପରେ ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ବୁଥ ବାହୁଡ଼ା ମତ ବା ଏକଜିଟ ପୋଲ ରେଜଲ୍ଟ ଜାରି କରାଯାଇଛି। ଅଧିକାଂଶ ସର୍ଭେ ସଂସ୍ଥା ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲଙ୍କ ଆପ୍‌କୁ ହ୍ୟାଟ୍ରିକ ବିଜୟ ମିଳିବ ନାହିଁ ବୋଲି ଆକଳନ କରିଛନ୍ତି। ସେହିପରି ବିଜେପି ଦିଲ୍ଲୀ ବିଜୟ ପାଇଁ ଯେଉଁ ସ୍ୱପ୍ନ ଦେଖିଥିଲା, ତା’ହା ଏଥର ସାକାର ହେବ ବୋଲି ଏକଜିଟ ପୋଲରେ ଦାବି କରାଯାଇଛି। ୨୦୧୫ ଓ ୨୦୨୦ ଭଳି କଂଗ୍ରେସ ଏଥର ମଧ୍ୟ ଦିଲ୍ଲୀରେ ନୈରାଶ୍ୟଜନକ ରେଜଲ୍ଟ କରିବ।

୨୦୧୩ରେ ଆପ୍‌ ପ୍ରଥମଥର ଦିଲ୍ଲୀରେ କ୍ଷମତା ଦଖଲ କରିଥିଲା। ଏହି ସମୟରେ ଦଳ କଂଗ୍ରେସ ସମର୍ଥନରେ ସରକାର କରିଥିଲା। କିନ୍ତୁ ଅରବିନ୍ଦ କେଜ୍ରିୱାଲ ମାତ୍ର କିଛି ଦିନ ପରେ ଇସ୍ତଫା ଦେବାରୁ ୨୦୧୫ରେ ପୁଣି ବିଧାନସଭା ନିର୍ବାଚନ ହୋଇଥିଲା। ୨୦୧୫ରେ ଆପ୍‌ ଏକାକୀ ରେକର୍ଡ ୬୭ଟି ଆସନ ଜିତିଥିଲା। ବିଜେପି ୩ଟି ଓ କଂଗ୍ରେସ ଖାତା ଖୋଲି ପାରି ନଥିଲା। ୨୦୨୦ରେ ଆପ୍‌ ପୁଣି ୬୨ଟି ଓ ବିଜେପି ୮ଟି ଆସନରେ ବାଜିମାତ କରିଥିଲା।

୨୦୨୫ରେ ବିଜେପି ଜତିବା ସହ ୨୭ ବର୍ଷ ପରେ କ୍ଷମତାକୁ ଫେରିବ ବୋଲି ଅଧିକାଂଶ ଏକଜିଟ ପୋଲରେ କୁହାଯାଇଛି। ୨୭ ବର୍ଷ ପରେ ବିଜେପି ଦିଲ୍ଲୀରେ ପଦ୍ମ ଫୁଟାଇବାକୁ ସକ୍ଷମ ହେବ। କିନ୍ତୁ ମ୍ୟାଟ୍ରିଜ ନାମକ ସଂସ୍ଥା ଦିଲ୍ଲୀରେ କାଣ୍ଟେ କା ଟକ୍କର ହେବ ବୋଲି ଆକଳନ କରିଛି। ସେହିପରି ୱି ପ୍ରିସାଇଡ କହିଛି ଯେ ବିଜେପି ୧୮ରୁ ୨୩, ଆପ୍‌ ୪୬ରୁ ୫୨ ଓ କଂଗ୍ରେସ ଶୂନରୁ ୧ଟି ଆସନ ଜିତିବ।

  • Related Posts

    ଆସନ୍ତା ଆର୍ଥିକ ବର୍ଷରୁ ପ୍ଲାଷ୍ଟିକ୍‌ ନୋଟ୍‌

    ମୁମ୍ବାଇ: ଆସନ୍ତା ଆର୍ଥିକ ବର୍ଷ ୧ା ୨୦୨୭-୨୮ଠାରୁ ଦେଶରେ ପ୍ଲାଷ୍ଟିକ୍ ନୋଟ୍‌ ପ୍ରଚଳନ ଆରମ୍ଭ କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଲକ୍ଷ୍ୟ ରଖିଛି। ଏ ସମ୍ପର୍କରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି ଯେ ଯୋଜନା ଅନୁସାରେ ପରୀକ୍ଷଣ ସଫଳ…

    Continue reading
    ରେପୋରେଟ୍ ସ୍ଥିର ରଖିଲା RBI

    ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଦ୍ରାସ୍ପୀତି ବୈଠକରେ ବଡ଼ ନିଷ୍ପତ୍ତି ନେଇଛି । ରେପୋରେଟ୍ ହାରକୁ ୫.୨୫% ରେ ସ୍ଥିର ରଖିବାକୁ ନିଷ୍ପତ୍ତି ନେଇଛି ଆରବିଆଇ । ଯାହାର ଅର୍ଥ ହେଉଛି ଆପଣଙ୍କର EMI ବର୍ତ୍ତମାନ ପାଇଁ ହ୍ରାସ ପାଇବ ନାହିଁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ