ଇସ୍ତଫା ଦେଇପାରନ୍ତି ୧୪ ବିଜେଡି କର୍ପୋରେଟର

କଟକ : ନିଜ ପଦରୁ ଇସ୍ତଫା ଦେଇପାରନ୍ତି ୧୪ ଜଣ ବିଜେଡି କର୍ପୋରେଟର। କଟକ ଚୌଦ୍ବାର ଅଞ୍ଚଳର ଏହି କର୍ପୋରେଟର ମାନେ ଦଳ ଛାଡିବାକୁ ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି । କଟକ ଚୌଦ୍ବାର ନେତା ପ୍ରଭାତ ବିଶ୍ବାଳ ଏବଂ ସୌଭିକ ବିଶ୍ବାଳଙ୍କ ପ୍ରତି ହୋଇଥିବା ଅନ୍ୟାୟକୁ ନେଇ ଏହି କର୍ପୋରେଟରମାନେ ଦଳ ଛାଡିବେ।
କଟକ ଚୌଦ୍ବାର ଅଞ୍ଚଳର କର୍ପୋରେଟର ଅରବିନ୍ଦ ଜେନା କହିଛନ୍ତି, ପ୍ରଭାତ ଏବଂ ସୌଭିକଙ୍କ ପ୍ରତି ଯେଉଁଭଳି ଅନ୍ୟାୟ ହୋଇଛି ତାକୁ ବରଦାସ୍ତ କରିହେବନି। ଖାଲି କର୍ପୋରେଟର ନୁହଁନ୍ତି କଟକ ଚୌଦ୍ବାର ଅଞ୍ଚଳର ଅନେକ ସରପଞ୍ଚ, ସମିତି ସଭ୍ୟ ମଧ୍ୟ ଦଳ ଛାଡିପାରନ୍ତି । ପ୍ରଭାତଙ୍କୁ ଯେଉଁଭଳି ଭାବେ ଦଳରୁ ବହିଷ୍କାର କରାଗଲା ତାହା ଗ୍ରହଣୀୟ ନୁହେଁ। ଦଳ କେମିତି ଆଗକୁ ଯିବ ତାକୁ ନେଇ ସବୁ ବେଳେ ଚିନ୍ତିତ ପ୍ରଭାତ। ପ୍ରଭାତ ଏବଂ ସୌଭିକଙ୍କ ଯଦି କୁଶପୁତ୍ତଳିକା କଟକ ଚୌଦ୍ବାର ଅଞ୍ଚଳରେ ଦାହ କରାଯାଏ ତେବେ ଆମେ ଫ୍ରଣ୍ଟ ଟୁ ଫ୍ରଣ୍ଟ ବିରୋଧ କରିବୁ। ଆମ ପାଇଁ ପ୍ରଭାତ ବିଶ୍ବାଳ ଆଗ ତା ପରେ ଦଳ। ପ୍ରଭାତଙ୍କ ଲୋକପ୍ରିୟତା ଅଛି ତାଙ୍କୁ ଦଳରୁ ବାହାର କରାଯିବା ଠିକ ହୋଇନି ବୋଲି କହିଛନ୍ତି କର୍ପେରେଟର ବିଶ୍ବ ବନ୍ଦିତା ପଣ୍ଡା।

ସିଏମସିରେ ୫୯ କର୍ପୋରେଟର ଥିବା ବେଳେ ଚୌଦ୍ବାର କଟକରୁ ଅଛନ୍ତି ୧୪ ଜଣ। ବିଜେଡିର ମୋଟ କର୍ପୋରେଟର ଅଛନ୍ତି ୪୨ ଜଣ। କଟକ ଚୌଦ୍ବାର ସବୁ କର୍ପୋରେଟରଙ୍କ ଦାୟିତ୍ବ ପ୍ରଭାତ ବିଶ୍ବାଳ ନେଇଥିବା ବେଳେ କଟକ ବାରବାଟୀର ସବୁ ରର୍ପୋରେଟଙ୍କ ଦାୟିତ୍ବ କୁଆଡ଼େ ନେଇଛନ୍ତି ପ୍ରଭାତ ତ୍ରିପାଠୀ। ଆଗକୁ ଦୁଇ ପ୍ରଭାତ ମିଶି ସିଏମସିରେ ଭୁମିକମ୍ପ ସୃଷ୍ଟି କରିପାରନ୍ତି। ଏମାନେ ମେୟର ସୁବାସ ସିଂଙ୍କ ବିରୋଧରେ ଅନାସ୍ତା ପ୍ରସ୍ତାବ ଆଣିପାରନ୍ତି। ଏବେ କଂଗ୍ରେସରୁ ୮ ଜଣ ଏବଂ ବିଜେପିରୁ ମଧ୍ୟ ୮ ଜଣ କର୍ପୋରେଟର ଅଛନ୍ତି । ୨ ଜଣ ସ୍ବାଧୀନ କର୍ପୋରେଟର ମଧ୍ୟ ନିର୍ବାଚିତ ହୋଇଛନ୍ତି। ଏଭଳି ହେଲେ ମେୟର ସୁବାସ ସିଂଙ୍କ ଆସନ ଟଳମଳ ନିଶ୍ଚିତ । ସେପଟେ ମେୟର ସୁବାସ ସିଂ କହିଛନ୍ତି ଜଣେ ଦୁଇ ଜଣ କର୍ପୋରେଟର ପଳାଇଲେ କିଛି ଫରକ ପଡିବନି।

  • Related Posts

    ବାଚସ୍ପତିଙ୍କୁ ଚିଠି ଲେଖିଲେ ବିଧାୟକ ପ୍ରକାଶ ସେଠୀ

    କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟ ଚିଫ୍ ୱାର୍ଡେନ୍ ଏବଂ କଟକ ସଦର ବିଧାୟକ ପ୍ରକାଶ ସେଠୀଙ୍କ ମଧ୍ୟରେ ବଢିଲା କଳି । ଗୋଟିଏ ପଟେ ବିଧାୟକ କ୍ଷମା ମାଗନ୍ତୁ ବୋଲି ବିଶ୍ବବିଦ୍ୟାଳୟ ୱାର୍ଡେନ୍ ସଂଘ ଅଡି ବସିଛି । ଅନ୍ୟ ପଟେ ବିଧାୟକ…

    Continue reading
    ବିଧାନସଭା ଉପନିର୍ବାଚନରେ ପ୍ରଶାନ୍ତ କିଶୋର ଆଗୁଆ

    ପାଟନା: ବିହାର, ଗୁଜରାଟ ଏବଂ ମଧ୍ୟପ୍ରଦେଶର ଗୋଟିଏ ଲେଖାଏଁ ଆସନର ହୋଇଥିବା ଉପନର୍ବାଚନରେ ଫଳାଫଳ ଆଜି ପ୍ରକାଶ ପାଇବ । ଏ ନେଇ ଭୋଟ୍ ଗଣତି ଜାରି ରହିଛି । ଏଥିରେ ବିହାରର ବାଙ୍କୀପୁର, ବିଧାନସଭା ଉପନିର୍ବାଚନର ଭୋଟ୍ ଗଣତିରେ ଜନ୍…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ