ଉଜ୍ଜ୍ବଳା ଯୋଜନାରେ ବର୍ଷକୁ ୪ ସିଲିଣ୍ଡର

ନୂଆଦିଲ୍ଲୀ:ମଧ୍ୟପ୍ରାଚ୍ୟରେ ଚାଲିଥିବା ଇରାନ ବିରୋଧୀ ଆମେରିକା ଓ ଇସ୍ରାଏଲର ଯୁଦ୍ଧ ଏବଂ ତୈଳ ପରିବହନକାରୀ ହର୍ମୁଜ ପ୍ରଣାଳୀ ଗୁରୁତର ପ୍ରଭାବିତ ହେବା କାରଣରୁ ବିଶ୍ବବ୍ୟାପୀ ତୈଳ ସଙ୍କଟ ସୃଷ୍ଟି ହୋଇଛି। ଦେଶରେ ବଢ଼ୁଥିବା ଇନ୍ଧନ ଓ ତୈଳ ଚାହିଦାକୁ ଦୃଷ୍ଟିରେ ରଖି କେନ୍ଦ୍ରସରକାର ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନା(ପିଏମ୍‌ଇୱାଇ)ରେ ରିଆତିଯୁକ୍ତ ଏଲ୍‌ପିଜି ରିଫିଲ ଗ୍ୟାସ୍‌ ସିଲିଣ୍ଡର କୋଟା ବ୍ୟବସ୍ଥାକୁ ହ୍ରାସ କରିଛନ୍ତି। ପୂର୍ବରୁ ବର୍ଷକୁ ଏହି ଯୋଜନାରେ ୯ଟି ଗ୍ୟାସ୍‌ ସିଲିଣ୍ଡର ଦିଆଯାଉଥିବାବେଳେ ଏହାକୁ ଏବେ ୪ଟିକୁ କମାଇ ଦିଆଯାଇଛି। ୨୦୧୬ରୁ ଆରମ୍ଭ ହୋଇଥିବା ଉଜ୍ଜ୍ବଳା ଯୋଜନାରେ ୧୪.୨କିଲୋ ଏଲ୍‌ପିଜି ସିଲିଣ୍ଡର ଉପରେ ସରକାର ବର୍ଷକୁ ୧୨ଟି ଦେଉଥିଲେ। ପରବର୍ତ୍ତୀ ସମୟରେ ଏହାକୁ ୯କୁ କମାଇ ଦିଆଯାଇଥିଲା। ଏବେ ଅନ୍ତର୍ଜାତୀୟ ତୈଳ ବଜାରର ଯୋଗାଣ ବ୍ୟବସ୍ଥା ପ୍ରଭାବିତ ହୋଇଥିବାରୁ କେନ୍ଦ୍ରସରକାର ସୋମବାର ଏଭଳି ନିଷ୍ପତ୍ତି ନେଇଛନ୍ତି। ତେବେ ଏହି ଯୋଜନାର ହିତାଧିକାରୀମାନେ ପ୍ରତି ସିଲିଣ୍ଡର ଉପରେ ଯେଉଁ ୩୦୦ଟଙ୍କାର ରିଆତି ପାଉଥିଲେ ପୂର୍ବଭଳି ୪ଟି ସିଲିଣ୍ଡର ଉପରେ ଏହା ବଳବତ୍ତର ରହିବ। ସୂଚନାଯୋଗ୍ୟ ସିଲିଣ୍ଡର ବୁକିଂ ପାଇଁ ସହରାଞ୍ଚଳରେ ୨୫ଦିନ ଓ ଗ୍ରାମାଞ୍ଚଳରେ ୪୫ଦିନର ଅବଧି ରଖାଯାଇଛି। ଯୁଦ୍ଧଯୋଗୁଁ ଏଭଳି କଟକଣା କରାଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି।

  • Related Posts

    ଭୂକମ୍ପରେ ଥରିଲା କ୍ୟୁବା

    ନୂଆଦିଲ୍ଲୀ:ଭୂକମ୍ପରେ ଥରିଲା କ୍ୟୁବା। ଶକ୍ତିଶାଳୀ ଭୂକମ୍ପ କ୍ୟୁବାରେ ଅନୁଭୂତ। ୬.୧ ମ୍ୟାଗ୍ନିଚ୍ୟୁଡରେ ଥରିଲା କ୍ୟୁବା । ମେକ୍ପିକୋ ଏବଂ ଆମେରିକାର ଫ୍ଲୋରିଡା ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା ଭୂକମ୍ପର ଝଟକା । ମିଆମି, ଓର୍ଲାଣ୍ଡୋ, ଟାମ୍ପା, ଜ୍ୟାକ୍ସନଭିଲ୍ ଏବଂ ତାଲାହାସୀରେ ଭୂକମ୍ପର ଝଟକା…

    Continue reading
    ୧୬ରେ ରଜ ମହୋତ୍ସବ ପାଳନ କରିବେ ରାଷ୍ଟ୍ରପତି

    ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜୁନ୍‌ ୧୬ରେ ରଜ ମହୋତ୍ସବ ରାଷ୍ଟ୍ରପତି ଭବନରେ ପାଳନ କରିବେ । ଏହି ଅବସରରେ ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ରଠାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ । ଦୋଳିଖେଳ ହେବ ମୁଖ୍ୟ ଆକର୍ଷଣ । ପୋଡ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ