ଏଟିଏମ ଲୁଟ୍ ଘଟଣା: ୬ ଗିରଫ

ଭୁବନେଶ୍ବର : ଓଲଡ ଟାଉନ ଲିଙ୍ଗରାଜ ଅଞ୍ଚଳର ଶ୍ରୀରାମନଗରରେ ଏସବିଆଇ ଏଟିଏମ୍ ଲୁଟ ଘଟଣାର କମିସନରେଟ ପୋଲିସ ପର୍ଦ୍ଦାଫାସ କରିଛି। ପୋଲିସ ୬ ଜଣଙ୍କୁ ଗିରଫ କରିଛି। ଏମାନଙ୍କ ନିକଟରୁ ଏକ ଲକ୍ଷ ୭୦ ହଜାର ଟଙ୍କା ପୋଲିସ ଜବତ୍ କରିଛି । ଏହି ଘଟଣାରେ ଜଡିତ ଅନ୍ୟ ୨ ଜଣ ପଶ୍ଚିମବଙ୍ଗ ଲୁଟେରା ଫେରାର ରହିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ବିକି ଓରଫ ଦେବୀ ପ୍ରସାଦ ମଲିଆ , କ୍କାଂହା ଓରଫ ରମାକାନ୍ତ ସାହୁ , ସାଗର ସାମଲ , ବରୁ ଓରଫ ବୀରେନ ରାଉତ , ଆକାଶ ମହାପାତ୍ର ଏବଂ ଆକାଶ ମୁଖାର୍ଜୀ ।
ଗତ ୨୦୨୨ ମସିହାରେ ଧଉଳି ଅଞ୍ଚଳର ଏକ ଏଟିଏମ୍ ଲୁଟ ମାମଲାରେ ପଶ୍ଚିମବଙ୍ଗର ବିଜୁ ଓରଫ ଏସ କେ ମିର୍ୟୁମାନ ରେହମାନ ଓ ରୁସ୍ତମ୍ ଦୁହେଁ ସଂପୃକ୍ତି ରହିଥିଲେ। ସେମାନେ ଗତ ୨୫ ଡିସେମ୍ବର ୨୦୨୪ ମସିହାରୁ ଜେଲରୁ ବାହାରିଥିଲେ। ଜେଲରେ ଥିବା ବେଳେ ସ୍ଥାନୀୟ ଲୁଟେରାଙ୍କ ସହ ମିଶି ଏଟିଏମ ଲୁଟ ପାଇ ଯୋଜନା କରିଥିଲେ। ଗତ ୨୪ ତାରିଖରେ ଶ୍ରୀରାମନଗର ଏଟିଏମ ଲୁଟ୍ କରିଥିଲେ। ଏ ଟି ଏମ୍ ମେସିନରୁ ସମୁଦାୟ ୨୧ଲକ୍ଷ ୭୭ ହଜାର ଟଙ୍କାରୁ ଭାଗ ବଣ୍ଟା କରାଯାଇଥିଲେ । ଅଭିଯୁକ୍ତ ବିକି ଓରଫ ଦେବିପ୍ରସାଦ ମାଳିଆ ଲୁଟ ଟଙ୍କାରେ ଘର ଡିଜାଇନ୍ ସହ ସୁନା ଚେନ କିଣିଥିଲା । ରାଉରକେଲାରୁ ଅଭିଯୁକ୍ତ ଆକାଶ ମୁଖାର୍ଜୀ ୩ ଲକ୍ଷ , ଅନ୍ୟ ଦୁଇ ଜଣ ଫେରାର କଲିକତାର ଅଭିଯୁକ୍ତ ୧୦ ଲକ୍ଷ ନେଇଥିଲେ । ଅନ୍ୟ ମାନେ ଏହାକୁ ଭାଗ କରି ନେଇଯାଇଥିଲେ । ଅଭିଯୁକ୍ତ ବିକି ଓରଫ ଦେବପ୍ରସାଦ ମାଲିଆ ଏକ ହତ୍ୟା କେସରେ ଝାରପଡ଼ା ଜେଲରେ ଥିଲା ସେହି ସମୟର ଦୁଇ ଜଣ ପଶ୍ଚିମବଙ୍ଗ ଲୁଟେରାଙ୍କ ସହ ସମ୍ପର୍କ ହୋଇଥିଲା ।

  • Related Posts

    ସୌମ୍ୟ ହତ୍ୟା ମାମଲା :୧୧ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ

    ବାଲିଅନ୍ତାର ବହୁଚର୍ଚ୍ଚିତ ସୌମ୍ୟ ହତ୍ୟାକାଣ୍ଡ ମାମଲାରେ ବଡ଼ ଖବର । ଏହି ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଆଜି କୋର୍ଟରେ ୧୧ ଜଣ ଅଭିଯୁକ୍ତଙ୍କ ବିରୋଧରେ ୭୬୭ ପୃଷ୍ଠାର ଏକ ବିସ୍ତୃତ ଚାର୍ଜସିଟ୍ ଦାଖଲ କରିଛି । ଦୀର୍ଘ ଦିନର ତଦନ୍ତ ପରେ…

    Continue reading
    ପାଠ୍ୟପୁସ୍ତକ ତ୍ରୁଟି ମାମଲା; ୨୦୦ରୁ ୨୫୦ ଜଣ ସମ୍ପୃକ୍ତ କହିଲେ କ୍ରାଇମବ୍ରାଞ୍ଚ ଡିଜି

    ଭୁବନେଶ୍ୱର: ସ୍କୁଲ ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ କ୍ରାଇମବ୍ରାଞ୍ଚ ଟିମ୍ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଛି । ଏହି ଘଟଣାରେ ମଙ୍ଗଳବାର କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । ଏହି ମାମଲାରେ ପ୍ରାୟ ୨୦୦ରୁ ୨୫୦…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ