ଓଡ଼ିଶାରେ ଲୋକସଭା ଆସନ ସଂଖ୍ୟା ୨୧ରୁ ୩୧ କିମ୍ବା ୩୨କୁ ବଢ଼ିପାରେ

ଭୁବନେଶ୍ବର: କେନ୍ଦ୍ର ସରକାର ଦେଶରେ ଲୋକସଭା ଆସନ ଏବଂ ସମସ୍ତ ରାଜ୍ୟର ବିଧାନସଭା ଆସନ ସଂଖ୍ୟା ୫୦% ଲେଖାଏଁ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସଂସଦର ସ୍ବତନ୍ତ୍ର ଅଧିବେଶନରେ ଡିଲିମିଟେସନ୍ ବିଲ୍,୨୦୨୬ ଆସିବାକୁ ଯାଉଛି। ଏ ନେଇ ଏକ ଚିଠା ବିଲ୍ ଆଜି ସାଂସଦମାନଙ୍କୁ ଦିଆଯାଇଛି। ଏହି ଆଧାରରେ ଦେଶରେ ଲୋକସଭା ଆସନ ସଂଖ୍ୟା ୫୪୩ରୁ ୮୫୦କୁ ବୃଦ୍ଧି ପାଇବାକୁ ଥିବାବେଳେ ଓଡ଼ିଶାରେ ଲୋକସଭା ଆସନ ସଂଖ୍ୟା ୨୧ରୁ ୩୧ କିମ୍ବା ୩୨କୁ ବଢ଼ିପାରେ। ସେହିପରି ବିଧାନସଭା ଆସନ ସଂଖ୍ୟା ୭୩ କିମ୍ବା ୭୪ଟି ବଢ଼ିପାରେ। ଏହାହେଲେ ଓଡ଼ିଶାରେ ବିଧାନସଭା ଆସନ ସଂଖ୍ୟା ୨୨୦ କିମ୍ବା ୨୨୧ ହେବ। ରାଜ୍ୟରେ ଲୋକସଭା ଓ ବିଧାନସଭା ଆସନ ସଂଖ୍ୟା ବଢ଼ିବାକୁ ଯାଉଥିବାରୁ ସବୁ ରାଜନୈତିକ ଦଳର ନେତାଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।
ଅପରପକ୍ଷେ ଏପ୍ରିଲ ୧୬ରୁ ଅାରମ୍ଭ ହେବାକୁ ଥିବା ସଂସଦର ସ୍ବତନ୍ତ୍ର ଅଧିବେଶନରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ଆସିବାକୁ ଥିବାବେଳେ ଉଭୟ ଲୋକସଭା ଓ ବିଧାନସଭାରେ ମହିଳାଙ୍କୁ ୩୩% ସଂରକ୍ଷଣ ଦେବାକୁ ଆଇନ ଲାଗୁ ହେବ। ଏହାସହ ୨୦୧୧ ଜନଗଣନା ଆଧାରରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା, ଡିଲିମିଟେସନ୍ କମିସନ୍‌ ଗଠନ କରିବା ପାଇଁ ଏହି ବିଲ୍‌ରେ ନିୟମ ରହିଛି। ଓଡ଼ିଶା ଅପେକ୍ଷାକୃତ ଭାବେ ଉଭୟ ଲୋକସଭା ଓ ବିଧାନସଭାରେ ଅଧିକ ଆସନ ପାଇବାକୁ ଥିବାରୁ ସମସ୍ତ ରାଜନୈତିକ ଦଳ ମଧ୍ୟରେ ଉତ୍ସାହ ଦେଖାଦେଇଛି। କେଉଁ କେଉଁ ଲୋକସଭା ଆସନ ଭାଙ୍ଗି ନୂଆ ଆସନ ହେବ ତାହା ଉପରେ ଏବେଠୁ ଅଙ୍କକଷା ଆରମ୍ଭ ହୋଇଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ବର ଓ କଟକ ‌େଲାକସଭା ଆସନ ସମେତ କେବିକେ ତଥା କଳାହାଣ୍ଡି-ବଲାଙ୍ଗୀର-କୋରାପୁଟ ଅଞ୍ଚଳରେ ଅଧିକ ଆସନ ସୃଷ୍ଟି ହୋଇପାରେ।
ଆସିକା, ମୟୂରଭଞ୍ଜ, ସୁନ୍ଦରଗଡ଼ ଲୋକସଭା ଆସନକୁ ଭାଙ୍ଗି ନୂଆ ଲୋକସଭା ଆସନ କରାଯାଇପାରେ। ସେହିପରି ଲୋକସଭା ଆସନ ପୁନଃଗଠନ ହେବା‌ ପରେ ସେହି ଆଧାରରେ ବିଧାନସଭା ଆସନ ସୀମା ପୁନଃନିର୍ଦ୍ଧାରଣ କରାଯିବ। ଏଥିରେ ଲୋକସଭା ଆସନ ନ ବଦଳିଲେ ବି ବିଧାନସଭା ଆସନ ଭାଗ ଭାଗ ହେବ। ୨୦୨୯ ସାଧାରଣ ନିର୍ବାଚନକୁ ନଜରରେ ରଖି ଶାସକ ଦଳ ନିର୍ବାଚନମଣ୍ଡଳୀ ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା ଏବଂ ମହିଳା ସଂରକ୍ଷଣ କରିବାକୁ ଥିବାରୁ ବିରୋଧୀ ଦଳର ବିଧାୟକଙ୍କ ମଧ୍ୟରେ ଛନକା ପଶିଛି। ଯେଉଁଠି ବିରୋଧୀ ଶକ୍ତିଶାଳୀ ଅଛନ୍ତି ସେଠାରେ ଶାସକ ଦଳ ନିର୍ବାଚନମଣ୍ଡଳୀ ଅଦଳବଦଳ କରିବା ସହ ମହିଳା ସଂରକ୍ଷଣ କରିପାରେ। ଏହାସହ କେତେକ ସ୍ଥାନରେ ଏସ୍‌ଟି/ଏସ୍‌ସିଙ୍କ ପାଇଁ ଆସନ ସଂରକ୍ଷଣ କରି ବିରୋଧୀଙ୍କୁ ମାତ୍ ଦେଇପାରେ।
ମହିଳା ସଂରକ୍ଷଣ ବିଲ୍‌ ପ୍ରସଙ୍ଗରେ ବିଜେଡିର ଆଭିମୁଖ୍ୟ କ’ଣ ହେବ, ତାହା ଉପରେ ସମସ୍ତଙ୍କର ନଜର ରହିବ। ବିଜେଡି ମହିଳାଙ୍କୁ ସଂରକ୍ଷଣ ଦେବା କ୍ଷେତ୍ରରେ ଆଗରେ ଥିବାରୁ ନାରୀ ଶକ୍ତି ବନ୍ଦନ ଅଧିନିୟମ ସମର୍ଥନରେ କହିବା ନିଶ୍ଚିତ। ଏପରିକି ଲୋକସଭା ନିର୍ବାଚନରେ ୩୩% ଆସନରେ ବିଜେଡି ମହିଳା ପ୍ରାର୍ଥୀ ଦେଇଥିଲା। ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳ ନେତା ମାନସ ମଙ୍ଗରାଜ କହିଛନ୍ତି ଯେ ମହିଳା ସଂରକ୍ଷଣ ବିଲ ସପକ୍ଷରେ ବିଜେଡି ସବୁବେଳେ ରହିଛି। ପୂର୍ବରୁ ବିଜୁ ପଟ୍ଟନାୟକ ପଞ୍ଚାୟତ ନିର୍ବାଚନରେ ମହିଳାଙ୍କ ପାଇଁ ୩୩% ଆସନ ସଂରକ୍ଷଣ କରିଥିଲେ। ନବୀନ ପଟ୍ଟନାୟକ ତାହାକୁ ୫୦% କରିଥିଲେ। ତେଣୁ ବିଜେଡି ସବୁବେଳେ ମହିଳା ସଶକ୍ତୀକରଣ ପାଇଁ ପଦକ୍ଷେପ ନେଇଛି। ତେବେ ନିକଟରେ ତାମିଲନାଡ଼ୁ ଓ ପଶ୍ଚିମବଙ୍ଗ ନିର୍ବାଚନ ଥିବାବେଳେ ଏହି ସମୟରେ ବିଲ୍‌ଟି ଅଣାଯାଉଥିବାରୁ ସରକାରଙ୍କ ଆଭିମୁଖ୍ୟ ସନ୍ଦେହଜନକ ରହିଛି। ଏହି ପ୍ରସଙ୍ଗ ବି ବିଜେଡି ସଂସଦରେ ଉଠାଇବ। ଅପରପକ୍ଷେ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମା‌ଝୀ କହିଛନ୍ତି ଯେ ଆମେ ଖୁବ୍‌ଶୀଘ୍ର ନୂତନ ବିଧାନସଭା ନିର୍ମାଣ କରିବୁ। ଏଠାରେ ୩୦୦ ବିଧାୟକ ବସିବା ଭଳି ବ୍ୟବସ୍ଥା ରହିବ। ବିଜେପି ଏବେ ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ସମର୍ଥନ କରି ଜୋରଦାର୍ ପ୍ରଚାର କରୁଥିବାରୁ ସଂସଦରେ ବିଜେପି ସାଂସଦମାନେ କିପରି ଏହାଦ୍ବାରା ଓଡ଼ିଶା ଉପକୃତ ହେବ ସେ ନେଇ ବକ୍ତବ୍ୟ ରଖିବାକୁ ପ୍ରସ୍ତୁତି କରିଛନ୍ତି।

  • Related Posts

    bjp focus on gen-z ଜେନ ଜିଙ୍କୁ ସାଙ୍ଗରେ ଧରି ଆଗେଇବ ବିଜେପି

    ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ଜେନ୍-ଜିଙ୍କୁ ନେଇ ଚର୍ଚ୍ଚା ଜୋର । ସବୁ ରାଜନୈତିକ ଦଳ ଜେନ-ଜିଙ୍କୁ ନିଜ ସପକ୍ଷରେ ରଖିବା ପାଇଁ ଆରମ୍ଭ କରି ଦେଇଛନ୍ତି କସରତ । ବିଜେପିର କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ ଗୋଟିଏ ପାଦ ଆଗକୁ ଯାଇ…

    Continue reading
    ବିଜୁ ଜନତା ଦଳର ଏସସି ସେଲ୍ ପୁନର୍ଗଠିତ

    ଭୁବନେଶ୍ବର : ବିଜୁ ଜନତା ଦଳ ପକ୍ଷରୁ ଦଳର ଅନୁସୂଚିତ ଜାତି (SC) ସେଲ୍କୁ ନୂତନ ଭାବେ ପୁନର୍ଗଠିତ କରାଯାଇଛି । ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏହି ନୂତନ ପଦାଧିକାରୀଙ୍କ ନାମ ଘୋଷଣା କରାଯାଇଛି । ଦଳର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ