
ରାଇକିଆ: କେନ୍ଦ୍ର ଶିକ୍ଷାମନ୍ତ୍ରୀ,ତଥା ସମ୍ବଲପୁର ଲୋକସଭା କ୍ଷେତ୍ରର ଲୋକପ୍ରିୟ ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ ଅବସରରେ ରାଇକିଆ ଭାଜପା ମଣ୍ଡଳ ପକ୍ଷରୁ ସେବାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।କନ୍ଧମାଳ ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ସନ୍ତୋଷ କୁମାର ଲେଙ୍କାଙ୍କ ନେତୃତ୍ୱରେ ଭାଜପା କାର୍ଯ୍ୟକର୍ତ୍ତା ମାନେ ରାଇକିଆସ୍ଥିତ ମା’ ବନଦୁର୍ଗା ମନ୍ଦିରରେ ସମୂହ ଦୀପଦାନ କରି ମା’ ବନଦୁର୍ଗାଙ୍କ ନିକଟରେ ଶ୍ରୀ ପ୍ରଧାନଙ୍କ ଦୀର୍ଘାୟୁ, ସୁସ୍ଥ ଓ ନିରାମୟ ଜୀବନ କାମନା କରିଥିଲେ। ରାଇକିଆ, ଓଡ଼ିଶା ଓ ସମଗ୍ର ଦେଶର ସର୍ବାଙ୍ଗୀନ ବିକାଶ ପାଇଁ ଶ୍ରୀ ପ୍ରଧାନଙ୍କୁ ଅଧିକ ଶକ୍ତି, ଆତ୍ମବଳ ଓ ସମର୍ପଣ ଭାବନା ସହ କାର୍ଯ୍ୟ କରିବାକୁ ଦେବୀଙ୍କ ଆଶୀର୍ବାଦ କାମନା କରିଥିଲେ । ପରେ ରାଇକିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଚିକିତ୍ସାଧୀନ ରୋଗୀମାନଙ୍କୁ ଫଳ ଓ ବ୍ରେଡ ବଣ୍ଟନ କରାଯାଇଥିଲା। ରୋଗୀମାନଙ୍କ ଆଶୁ ଆରୋଗ୍ୟ କାମନା କରି ସେମାନଙ୍କ ସହ କିଛି ସମୟ ଅତିବାହିତ କରିଥିଲେ ଭାଜପା କାର୍ଯ୍ୟକର୍ତ୍ତା ଗଣ । ଏହି ଅବସରରେ ରାଇକିଆ ଭାଜପା ପକ୍ଷରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇ ତାଙ୍କର ସୁଦୀର୍ଘ ଜୀବନ, ଉତ୍ତମ ସ୍ୱାସ୍ଥ୍ୟ ଓ ଜନସେବାରେ ନିରନ୍ତର ସଫଳତା କାମନା କରିଥିଲେ । କାର୍ଯ୍ୟକ୍ରମରେ ରାଇକିଆ ଭାଜପା ମଣ୍ଡଳର ଜିତେନ୍ଦ୍ର ମଲ୍ଲିକ, ଗଦାଧର ସାହୁ, ଧରଣୀଧର କଂହର, ବାଦଲ କୁମାର ସାହୁ, ରାଜମୋହନ ଦିଗାଳ, ବିଟୁ ଦିଗlଳ, ବିପିନ ବିହାରୀ ପଣ୍ଡା, ଅରୁଣ ପଣ୍ଡା, ସୁଧାଂଶୁ ପାଣିଗ୍ରାହୀ,ସୁଦର୍ଶନ ବେହେରା ସମେତ ସମସ୍ତ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।
ରିପୋର୍ଟର ଦୁତି କୃଷ୍ଣ ପଣ୍ଡା


