ଗଞ୍ଜାମ ଓ ଗଜପତିରେ ବନ୍ୟା ପରିଚାଳନାରେ ବିଜେପି ସରକାର ସମ୍ପୂର୍ଣ୍ଣ ଫେଲ ମାରିଛି: ବିଜେଡି

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପ୍ରବଳ ବର୍ଷା ଓ ସମ୍ଭାବ୍ୟ ବନ୍ୟା ସମ୍ପର୍କରେ ଆଗୁଆ ସତର୍କ ସୂଚନା ଜାରି ହୋଇଥିବା ସତ୍ତ୍ୱେ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବାତ୍ୟା ଓ ବନ୍ୟା ମୁକାବିଲା ପାଇଁ ଆବଶ୍ୟକ ପ୍ରସ୍ତୁତି କରିବାରେ ସରକାରଙ୍କ ବିଫଳତାକୁ ନେଇ ତୀବ୍ର ସମାଲୋଚନା କରିଛି ବିଜେଡି ।
ଆଜି ଶଙ୍ଖ ଭବନ ଠାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ବିଜେଡିର ବରିଷ୍ଠ ଉପସଭାପତି ତଥା ଓଡ଼ିଶା ବିଧାନସଭାରେ ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ ଏବଂ ବିଜେଡି ଉପସଭାପତି ଶ୍ରୀ ପ୍ରତାପ ଜେନା, ସରକାରଙ୍କ ପ୍ରସ୍ତୁତି ଓ ବନ୍ୟା ପରିସ୍ଥିତିର ମୁକାବିଲା ନେଇ ପ୍ରଶ୍ନ ଉଠାଇଥିଲେ ।
ଶ୍ରୀମତୀ ପ୍ରମିଳା ମଲ୍ଲିକ କହିଥିଲେ ଯେ, ବାତ୍ୟା ‘ଅର୍ଣ୍ଣବ’ ଯୋଗୁଁ ଗଞ୍ଜାମ ଓ ଗଜପତିରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସରକାର ଯଦି ଆଗୁଆ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିଥାନ୍ତେ, ତେବେ ଏପରି ଅବସ୍ଥା ହୋଇନଥାନ୍ତା । ବିଶେଷକରି ଜଳଭଣ୍ଡାର ପରିଚାଳନା, ଜଳ ନିଷ୍କାସନର ବ୍ୟବସ୍ଥା ଏବଂ ଦୁର୍ବଳ ନଦୀବନ୍ଧ ଗୁଡ଼ିକର ମରାମତି ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ଥିଲା । ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଅବୈଧ ବାଲି ଉତ୍ତୋଳନ ଯୋଗୁଁ ଅନେକ ନଦୀବନ୍ଧ କ୍ଷତିଗ୍ରସ୍ତ ହୋଇଥିଲା, ଯାହାଫଳରେ ବନ୍ୟା ବିଭୀଷିକା ସୃଷ୍ଟି ହେଲା । ଅତ୍ୟଧିକ ବର୍ଷା ହେବା ନେଇ ଆଗୁଆ ସୂଚନା ଥିବା ସତ୍ତ୍ୱେ ସରକାର କାହିଁକି ଆଗୁଆ ପଦକ୍ଷେପ ନେଲେ ନାହିଁ ? ବନ୍ୟା ବିପନ୍ନ ଲୋକଙ୍କୁ ସହାୟତା ଯୋଗାଇବା ଦେବା ପରିବର୍ତ୍ତେ ସରକାର ନିଜ ପ୍ରଚାର ଓ ପ୍ରସାରରେ ବ୍ୟସ୍ତ । ବନ୍ୟା ପ୍ରଭାବିତ ଅଞ୍ଚଳରୁ ପ୍ରାୟ ୫୦ ହଜାର ଲୋକଙ୍କୁ ଉଦ୍ଧାର କରାଯାଇଥିବା ନେଇ ସରକାର ଦାବି କରୁଛନ୍ତି । କିନ୍ତୁ ଉଦ୍ଧାର କାର୍ଯ୍ୟରେ କେତୋଟି ହେଲିକପ୍ଟର ନିୟୋଜିତ ହୋଇଥିଲା ଓ ବନ୍ୟା ବିପନ୍ନ ଲୋକଙ୍କୁ କେତେ ସହାୟତା ଯୋଗାଇ ଦିଆଇଯାଇଛି, ତାହା ସାର୍ବଜନୀନ କରନ୍ତୁ ସରକାର । ବନ୍ୟା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବନ୍ୟା ପ୍ରଭାବିତ ଲୋକଙ୍କ ପାଖରେ ତୁରନ୍ତ ରନ୍ଧାଖାଦ୍ୟା ପହଞ୍ଚାଇବା ସହ ରିଲିଫ ଓ ଥଇଥାନ ବ୍ୟବସ୍ଥାକୁ ତ୍ୱରାନିତ କରନ୍ତୁ ରାଜ୍ୟ ସରକାର ।
ଶ୍ରୀ ପ୍ରତାପ ଜେନା କହିଥିଲେ ଯେ, ଗଞ୍ଜାମ ଓ ଗଜପତି ଜିଲ୍ଲାର ହଜାର ହଜାର ଲୋକ ବନ୍ୟା ଯୋଗୁଁ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି । ସରକାରଙ୍କ ପ୍ରସ୍ତୁତିକୁ ନେଇ ଦାବି ଓ ବାସ୍ତବ ସ୍ଥିତି ମଧ୍ୟରେ ଆକାଶପାତାଳ ପାର୍ଥକ୍ୟ ରହିଛି । ଅନେକ ବନ୍ୟା ବିପନ୍ନ ପରିବାର ପାଖରେ ରିଲିଫ୍ ସାମଗ୍ରୀ ପହଞ୍ଚିପାରିନାହିଁ । ସରକାର ତୁରନ୍ତ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ବନ୍ୟା ପ୍ରଭାବିତ ଲୋକଙ୍କୁ ବିନା ପକ୍ଷପାତିତାରେ ସହାୟତା ଯୋଗାଇ ଦିଅନ୍ତୁ । ରନ୍ଧା ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ ଓ ଅତ୍ୟାବଶ୍ୟକ ସାମଗ୍ରୀ ସମୟୋଚିତ ଭାବେ ବଣ୍ଟନ କରାଯାଉ । ବନ୍ୟା ପରବର୍ତ୍ତୀ କ୍ଷୟକ୍ଷତିର ଆକଳନ କରି କ୍ଷତିଗ୍ରସ୍ତ ପରିବାର ଗୁଡ଼ିକୁ ଯଥେଷ୍ଟ କ୍ଷତିପୂରଣ ପ୍ରଦାନ କରନ୍ତୁ ସରକାର । ଦୁର୍ବଳ ନଦୀବନ୍ଧ ଗୁଡ଼ିକର ତୁରନ୍ତ ମରାମତି ଓ ସୁଦୃଢ଼ୀକରଣ କରାଯାଉ । ଅବୈଧ ବାଲି ଉତ୍ତୋଳନ କରି ନଦୀବନ୍ଧ କ୍ଷତିଗ୍ରସ୍ତ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉ । ସରକାର ଯଦି ବନ୍ୟା ପ୍ରଭାବିତ ଲୋକଙ୍କ ପ୍ରତି ଅବହେଳା କରିବେ, ତେବେ ବିଜୁ ଜନତା ଦଳ ସରକାରଙ୍କ ବିରୋଧରେ ନିଜର ଗଣତାନ୍ତ୍ରିକ ଆନେ୍ଦାଳନକୁ ଆହୁରି ତୀବ୍ର କରିବ । ମୁଖ୍ୟମନ୍ତ୍ରୀ ଓ ସମ୍ପୃକ୍ତ ମନ୍ତ୍ରୀମାନେ ରାଜନୈତିକ ବିଚାରଧାରାରୁ ଊଦ୍ଧ୍ୱର୍ରେ ରହି ଗଞ୍ଜାମ ଓ ଗଜପତି ଜିଲ୍ଲାର ଲୋକଙ୍କ ସୁରକ୍ଷା, ଜୀବିକା ଓ ଥଇଥାନକୁ ପ୍ରାଥମିକତା ଦିଅନ୍ତୁ ।

  • Related Posts

    ପଞ୍ଜାବ ବିଧାନସଭା ନିର୍ବାଚନ: ପ୍ରଥମ ପ୍ରାର୍ଥୀ ତାଲିକା ଜାରି କଲା ଆପ୍

    ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି ।  ଦିଲ୍ଲୀରେ ଆମ୍ ଆଦମୀ ପାର୍ଟିର ଆବାହକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ରାଜନୈତିକ ବ୍ୟାପାର କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା…

    Continue reading
    ବିଜେଡିରେ ସାମିଲ ହେଲେ ରେଙ୍ଗାଲିର ପୂର୍ବତନ ବିଧାୟକ ରମେଶ ପଟୁଆ

    ଭୁବନେଶ୍ୱର: ବିଜେଡିରେ ସାମିଲ ହୋଇଛନ୍ତି ରେଙ୍ଗାଲିର ପୂର୍ବତନ ବିଧାୟକ ଶ୍ରୀ ରମେଶ ପଟୁଆ । ସେ ଶତାଧିକ ସମର୍ଥକଙ୍କ ସହ ବିଜେଡି ମୁଖ୍ୟାଳୟ ଶଙ୍ଖ ଭବନଠାରେ ଆଜି ଆୟୋଜିତ ଏକ ମିଶ୍ରଣ ପର୍ବରେ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ଯୋଗଦାନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି