ଆନ୍ଧ୍ର ପଞ୍ଚାୟତ ନିର୍ବାଚନ ପୋଷ୍ଟର ଚିରିଲେ କୋଟିଆବାସୀ

ସେମିଳିଗୁଡ଼ା: ଆନ୍ଧ୍ର ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି, କୋଟିଆ ପଞ୍ଚାୟତରେ ରାଜନୈତିକ ଏବଂ ପ୍ରଶାସନିକ ତତ୍ପରତା ସେତିକି ବୃଦ୍ଧି ପାଉଛି। ବର୍ତ୍ତମାନ କୋଟିଆରେ ଆନ୍ଧ୍ରର ପ୍ରଚାରକୁ ନେଇ ତୀବ୍ର ବିରୋଧ ଦେଖିବାକୁ ମିଳିଛି। ଓଡ଼ିଶା ସୀମା ମଧ୍ୟରେ ଅନୁମତି ବିନା ପ୍ରବେଶ କରି ପ୍ରଚାର କରୁଥିବା ଆନ୍ଧ୍ରର ଏକ ନିର୍ବାଚନ ପ୍ରଚାର ଗାଡ଼ିକୁ କୋରାପୁଟ ଜିଲା ପ୍ରଶାସନ ଜବତ କରିଛି। କୋଟିଆ ଓ ପଟ୍ଟାଙ୍ଗି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣା ଉପରେ ନଜର ରଖିଛି। ଅନ୍ୟପଟେ, ଘର କାନ୍ଥରେ ଲଗାଯାଇଥିବା ଆନ୍ଧ୍ର ପଞ୍ଚାୟତ ନିର୍ବାଚନ ପୋଷ୍ଟରକୁ କୋଟିଆବାସୀ ହଟାଇ ଦେଇଛନ୍ତି।
ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ କୋଟିଆ ପଞ୍ଚାୟତକୁ ସାମିଲ କରିଛି। ଏହି ନିର୍ବାଚନରେ କୋଟିଆରୁ ୩ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଫଗୁଣସିନେରୀ, ଉପରସେମ୍ବି ଏବଂ ପାନଗୁଲବାଲସାର ୩ ପ୍ରାର୍ଥୀ ୱାଇଏସ୍‌ଆର୍ ସିପି ଏବଂ ଟିଡିପି ସମର୍ଥନରେ ନିର୍ବାଚନ ଲଢ଼ୁଛନ୍ତି। ଏଥିପାଇଁ ଦୁଇ ଦଳର ପ୍ରାର୍ଥୀମାନେ ନିଜର ନିର୍ବାଚନ ଚିହ୍ନ ପାଇସାରି ଥିବାରୁ ପଞ୍ଚାୟତର ବିଭିନ୍ନ ଗ୍ରାମପୁଞ୍ଜରେ ନିଜର ପୋଷ୍ଟର ଲଗାଇଛନ୍ତି। ଆନ୍ଧ୍ର ପ୍ରଦେଶ ସରକାରଙ୍କ ସୀମା ଉଲ୍ଲଂଘନ ନିର୍ବାଚନ ପ୍ରଚାରକୁ ଭଣ୍ଡୁର କରିବା ପାଇଁ କୋଟିଆବାସୀ ବିରୋଧ କରିଛନ୍ତି। ସୀମାନ୍ତ ନେରେଡିବାଲସା, ଫାଟୁସିନେରୀ, ଫଗୁଣସିନେରୀ, ମାଡକାର, ଡଲିଆମ୍ବ, କୋଟିଆ, ଗଞ୍ଜେଇପଦର, ତଳ ଗଞ୍ଜେଇପଦର, ଉପରସେମ୍ବି, ତଳସେମ୍ବି ଭଳି ବିବାଦୀୟ ଗ୍ରାମପୁଞ୍ଜରେ ପୋଷ୍ଟର ଲଗାଇଛନ୍ତି ଉଭୟ ଦଳର ପ୍ରାର୍ଥୀ। କେତେକ ଗ୍ରାମରେ କାନ୍ଥରେ ଲାଗିଥିବା ପୋଷ୍ଟରକୁ ଗ୍ରାମବାସୀ ଚିରି ଦେଇଥିବା ଦେଖିବାକୁ ମିଳିଛି। ସେଠାରେ କୋରାପୁଟ ଜିଲା ପ୍ରଶାସନର ନିର୍ଦେଶକ୍ରମେ ବ୍ଲକ ପ୍ରଶାସନ, ପୁଲିସ ଏବଂ ପରିବହନ ବିଭାଗ ପକ୍ଷରୁ ଯାଞ୍ଚ ପ୍ରକ୍ରିୟାକୁ କଡାକଡି କରାଯାଇଥିଲା। ପଟ୍ଟାଙ୍ଗି ତହସିଲଦାର ଦେବେନ୍ଦ୍ର ବାହାଦୁରସିଂ ଧାରୁଆ, କୋଟିଆ ଓଏସଡି ସୌରଭକୁମାର ଦାସ, ସୁନାବେଡ଼ା ଏସଡିପିଓ ସୁମିତ୍ରା ଜେନା, କୋଟିଆ ଥାନା ଅଧିକାରୀ ମଧୁସୂଦନ ଭୋଇ, ପଟ୍ଟାଙ୍ଗି ଥାନା ଅଧିକାରୀ ପ୍ରଭାତକୁମାର ବେହେରା ପୁଲିସ ଫୋର୍ସ ସହ ବିଭିନ୍ନ ଗ୍ରାମପୁଞ୍ଜ ପରିଦର୍ଶନ କରି ନିର୍ବାଚନ ପରିଚାଳନା ଅନୁଧ୍ୟାନ କରି ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି।

  • Related Posts

    ପଞ୍ଜାବ ବିଧାନସଭା ନିର୍ବାଚନ: ପ୍ରଥମ ପ୍ରାର୍ଥୀ ତାଲିକା ଜାରି କଲା ଆପ୍

    ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି ।  ଦିଲ୍ଲୀରେ ଆମ୍ ଆଦମୀ ପାର୍ଟିର ଆବାହକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ରାଜନୈତିକ ବ୍ୟାପାର କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା…

    Continue reading
    ବିଜେଡିରେ ସାମିଲ ହେଲେ ରେଙ୍ଗାଲିର ପୂର୍ବତନ ବିଧାୟକ ରମେଶ ପଟୁଆ

    ଭୁବନେଶ୍ୱର: ବିଜେଡିରେ ସାମିଲ ହୋଇଛନ୍ତି ରେଙ୍ଗାଲିର ପୂର୍ବତନ ବିଧାୟକ ଶ୍ରୀ ରମେଶ ପଟୁଆ । ସେ ଶତାଧିକ ସମର୍ଥକଙ୍କ ସହ ବିଜେଡି ମୁଖ୍ୟାଳୟ ଶଙ୍ଖ ଭବନଠାରେ ଆଜି ଆୟୋଜିତ ଏକ ମିଶ୍ରଣ ପର୍ବରେ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ଯୋଗଦାନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି