ଚାନ୍ଦା ଆଦାୟ କରି ଓଜେସି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

କଟକ : କଟକରେ ଓଡ଼ିଶା ଜନତା କଂଗ୍ରେସ (ଓଜେସି)ର ଡଵା ଧରି ଚାନ୍ଦାମଗା ଆନ୍ଦୋଳନ । ଚାନ୍ଦା ଡବା ଧରି, ଚାନ୍ଦା ଆଦାୟ କରି ଆଜି ଓଜେସି ପକ୍ଷରୁ କଟକ ମ୍ୟୁନିସିପାଲ କର୍ପୋରେସନ- ସିଏମସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସିଏମସି ଅଧିକାରୀ, ବିଶେଷକରି ମେୟର ବିଭିନ୍ନ ଉନ୍ନୟନମୂଳକ କାମରୁ ଚାନ୍ଦା ଆଦାୟ କରି କୋଟି କୋଟି ଟଙ୍କାର ସମ୍ପତ୍ତି ଠୁଳ କରିଥିବା କହି ଏଭଳି ଚାନ୍ଦା ଡବା ଆନ୍ଦୋଳନ କରିଛି ଓଜେସି । ମେୟରଙ୍କ ଏଭଳି ଦୁର୍ନୀତି ଯୋଗୁଁ ସହରରେ ପରିମଳ ଓ ଜଳବନ୍ଦୀ ଅବସ୍ଥା ଗୁରୁତର ହେଉଛି ବୋଲି ଓଜେସି ଅଭିଯୋଗ କରିଛି । ସେପଟେ ପ୍ରତିକ୍ରିୟା ରଖି ମେୟର କହିଛନ୍ତି, ମହମ୍ମଦ ମୋକିମ୍ ସହରରେ ଅନେକ ଜଳାଶୟ ପୋତି କୋଠା ତିଆରି କରିଥିଵା କାରଣରୁ ଜଳବନ୍ଦୀ ଅବସ୍ଥା ସୃଷ୍ଟି ହେଉଛି ।
କଟକ ମହାନଗର ନିଗମ ଅଫିସ ଆଗରେ ନିଆରା ଢଙ୍ଗରେ ବିକ୍ଷୋଭ କରିଛି ଓଜେସି । ଓଡ଼ିଶାର ଏହି ନୂତନ ଦଳର କର୍ମକର୍ତ୍ତା ମାନେ ଡଵା ଧରି ଚାନ୍ଦା ମାଗି ଆନ୍ଦୋଳନ କରିଛନ୍ତି । ଏହାସହ ବିକ୍ଷୋଭ ସ୍ଥଳରେ ଫ୍ୟାନ୍ସି ନୋଟ୍ ଉଡାଇ ସିଏମସି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଛନ୍ତି, ଓଡ଼ିଶା ଜନତା କଂଗ୍ରେସ କାର୍ଯ୍ୟକର୍ତ୍ତା । ଓଜେସି କାର୍ଯ୍ୟକର୍ତ୍ତାଙ୍କ ଅଭିଯୋଗ ସହରର ପରିମଳ, ଜଳ ନିଷ୍କାସନ ଓ ଅନ୍ୟ ଉନ୍ନୟନ କାମ ନାଁରେ ଵ୍ୟାପକ ଟଙ୍କା ହରିଲୁଟ ହେଉଛି । ଏସବୁ ଟଙ୍କାର ସିଙ୍ଘ ଭାଗ ସିଏମସି ଅଧିକାରୀ ଓ ମେୟର ସୁବାସ ସିଂଙ୍କ ପକେଟକୁ ଯାଉଛି ବୋଲି ଓଜେସି କାର୍ଯ୍ୟକର୍ତ୍ତା ଅଭିଯୋଗ କରିଛନ୍ତି । ମେୟର ପୂର୍ବରୁ ବାମପନ୍ଥୀ ସଙ୍ଗଠନ ପାଇଁ ଡଵା ଧରି ଚାନ୍ଦା ମାଗୁଥିଲେ । ଏବେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଆସୁଥିବା ଶହ ଶହ କୋଟି ଟଙ୍କାରୁ ସେହିଭଳି ଚାନ୍ଦା ନେଇ ମେୟର ମାଲାମାଲ୍ ହେଉଛନ୍ତି, ବୋଲି ରାଜ୍ୟ ଉପସଭାନେତ୍ରୀ ଗିରିବାଳା ବେହେରା ଅଭିଯୋଗ କରିଛନ୍ତି ।
ସେପଟେ ଓଡ଼ିଶା ଜନତା କଂଗ୍ରେସର ଅଭିଯୋଗର କଡା ଜବାବ ରଖିଛନ୍ତି ମେୟର ସୁବାସ ସିଂ । ମେୟର କହିଛନ୍ତି, “ତାଙ୍କ ବିରୋଧରେ ଯଦି ଦୁର୍ନୀତିର ପ୍ରମାଣ ରହିଛି, ତେବେ ଓଡ଼ିଶା ଜନତା କଂଗ୍ରେସ ଭିଜିଲାନ୍ସରେ ଅଭିଯୋଗ କରୁ । ଏହାସହ ଓଡ଼ିଶା ଜନତା କଂଗ୍ରେସ ପ୍ରତିଷ୍ଠାତା ମହମ୍ମଦ ମୋକିମ୍ କଟକ ସହରରେ ଜଳବନ୍ଦୀ ଅବସ୍ଥା ପାଇଁ ଦାୟୀ,” ବୋଲି କହିଛନ୍ତି ମେୟର । ମେୟରଙ୍କ ଅଭିଯୋଗ ଅନୁସାରେ କଟକ ସହରରେ ଥିବା ଜଳାଶୟ ଗୁଡିକୁ ପୋତି ମୋକିମ୍ ଏକାଧିକ ଆପାର୍ଟମେଣ୍ଟ ଛିଡା କରିଛନ୍ତି । ଜଳାଶୟ ପୋତି ଦେଵାରୁ ସହରରୁ ଜଳ ନିଷ୍କାସନ ସମସ୍ୟା ସୃଷ୍ଟି ହେଉଛି ବୋଲି କହିଛନ୍ତି ମେୟର ।

  • Related Posts

    ସଂସଦର ସମୟ ନଷ୍ଟ ହେବା ଯୋଗୁଁ ୨୧୬ କୋଟି କ୍ଷତି : ଅପରାଜିତା

    ସଂସଦରେ ହଙ୍ଗାମା ଓ କାର୍ଯ୍ୟଦିବସ ନଷ୍ଟକୁ ନେଇ ବଡ଼ ବୟାନ ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ସଂସଦ ଯେଉଁଭଳି ଭାବେ ଚାଲିଲା, ତାହା ଅତ୍ୟନ୍ତ ନୈରାଶ୍ୟଜନକ ବୋଲି କହିଛନ୍ତି ଅପରାଜିତା । ତାଙ୍କ କହିବା ଅନୁସାରେ, ସଂସଦର ମୂଲ୍ୟବାନ…

    Continue reading
    ବିଜେପି ବିଧାୟକଙ୍କ ଦୋଷକୁ ରାଜ୍ୟ ସରକାର ଘଣ୍ଟ ଘୋଡାଉଛନ୍ତି: ବିଜେଡି

    ଭୁବନେଶ୍ୱର: କଟକ ସଦର ବିଧାୟକ ପ୍ରକାଶ ସେଠୀଙ୍କ ଦ୍ୱାରା ଦୁର୍ବ୍ୟବହାର ଅଭିଯୋଗ ଆଣି ରେଭେନ୍ସା ବିଶ୍ୱ ବିଦ୍ୟାଳୟରେ ସମୂହ ଇସ୍ତଫା ଦେଇଥିବା ତିରିଶ ଜଣ ୱାର୍ଡେନ ଓ ଡେପୁଟି “ୱାର୍ଡେନଙ୍କ ସ୍ଥାନରେ ନୂତନ ଚିପ୍ ୱାଡେନ, ୱାର୍ଡେନ ଓ ଡେପୁଟି ୱାର୍ଡେନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ