ଟନେଲ ଭୁଶୁଡ଼ି ୨୦ ଶ୍ରମିକ ମୃତ

ନୂଆଦିଲ୍ଲୀ: ସିକ୍କିମର ନାମଚି ଜିଲ୍ଲାରେ ସୋମବାର ଭୂସ୍ଖଳନ ଯୋଗୁ ଏକ ନିର୍ମାଣାଧୀନ ସୁଡ଼ଙ୍ଗ (ଟନେଲ) ଭୁଶୁଡ଼ି ପଡ଼ିଛି । ଫଳରେ ୨୦ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଅନ୍ୟ ୫ ଜଣ ଏବେ ବି ଫସି ରହିଛନ୍ତି । ୧୬ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ନ୍ୟାସନାଲ ହାଇଡ୍ରୋଇଲେକ୍ଟ୍ରିକ୍ ପାୱାର କର୍ପୋରସେନ୍ (ଏନ୍ଏଚ୍ପିସି)ର ତିସ୍ତା ଷ୍ଟେଜ-୬ ଜଳବିଦ୍ୟୁତ୍ ପ୍ରକଳ୍ପର ଏହି ସୁଡ଼ଙ୍ଗ ନିର୍ମାଣ କରାଯାଉଥିଲା । ଭୂସ୍ଖଳନ ଯୋଗୁ ସୁଡ଼ଙ୍ଗ ଭୁଶୁଡ଼ି ପଡ଼ିଥିଲା । ଫଳରେ ସୁଡ଼ଙ୍ଗର ଉଭୟ ପ୍ରବେଶ ପଥ ବନ୍ଦ ହୋଇଯାଇଥିଲା । ତେଣୁ ଶ୍ରମିକମାନେ ବାହାରକୁ ବାହାରି ପାରିନଥିଲେ ।
ଏହି ସମୟରେ ସେଠାରେ ମିଥେନ୍ ଗ୍ୟାସ୍ ବିସ୍ଫୋରଣ ହୋଇଥିବା କୁହାଯାଉଛି । ସୁଡ଼ଙ୍ଗ ଭିତରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ଲାଗି ଏନ୍ଡିଆରଏଫ୍, ଏସ୍ଡିଆରଏଫ୍, ରାଜ୍ୟ ପୁଲିସ ଏବଂ ଅଗ୍ନିଶମ ବିଭାଗ ପକ୍ଷରୁ ଅଭିଯାନ ଜାରି ରହିଛି । ମୃତ ଓ ଫସି ରହିଥିବା ଶ୍ରମିକମାନେ ଝାଡ଼ଖଣ୍ଡ, ଆସାମ, ପଞ୍ଜାବ ଏବଂ ଜମ୍ମୁ-କାଶ୍ମୀରର ବାସିନ୍ଦା । ଇତିମଧ୍ୟରେ ସୁଡ଼ଙ୍ଗ ବିସ୍ଫୋରଣ ଘଟଣାରେ ଲୋକଙ୍କ ମୃତ୍ୟୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ମୋଦି ଏହି ପ୍ରସଙ୍ଗରେ ରାଜ୍ୟ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗଙ୍କ ସହ କଥା ହୋଇଛନ୍ତି । ସେ ଉଦ୍ଧାର ଅଭିଯାନର ସମୀକ୍ଷା କରିଥିଲେ । ଏଥିସହ ସେ ପ୍ରତ୍ୟେକ ମୃତକଙ୍କ ପରିଜନଙ୍କୁ ୨ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ପ୍ରଦାନ ଲାଗି ଘୋଷଣା କରିଛନ୍ତି । ସେହିଭଳି ରାଜ୍ୟ ସରକାର ମୃତକଙ୍କ ପରିଜନଙ୍କୁ ୪ ଲକ୍ଷ ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ଦେବେ । ଏଥିସହ ଘଟଣାର ସବିଶେଷ ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ଏନ୍ଏଚ୍‌ପିସି ଅନୁସାରେ, ଗତକାଲି (ସୋମବାର) ଦିନ ପ୍ରାୟ ୧.୦୪ ମିନିଟ୍‌ରେ ସମରଡୁଙ୍ଗ ନିକଟ ତିସ୍ତା ଷ୍ଟେଜ-୬ ଜଳବିଦ୍ୟୁତ ପ୍ରକଳ୍ପର ୭ କିମି ଲମ୍ବା ନିର୍ମାଣାଧୀନ ସୁଡ଼ଙ୍ଗରେ ଏହି ଦୁର୍ଘଟଣା ଘଟିଛି । ଏନ୍ଏଚ୍‌ପିସି ଲାଗି ପଟେଲ ଇଞ୍ଜିନିୟରିଂ କମ୍ପାନି ସେହି ସୁଡ଼ଙ୍ଗକୁ ନିର୍ମାଣ କରୁଛି । ଦୁର୍ଘଟଣା ସମୟରେ ସେଠାରେ ୨୭ ଜଣ ଶ୍ରମିକ କାମ କରୁଥିଲେ । ସୁଡ଼ଙ୍ଗ ଖୋଳା ଚାଲିଥିବାବେଳେ ହଠାତ୍ ଭୂସ୍ଖଳନ ହୋଇଥିଲା ଏବଂ ସୁଡ଼ଙ୍ଗ ମଧ୍ୟରେ ପଥର ଚଟାଣ ସନ୍ଧିରେ ଥିବା ମିଥେନ୍ ଗ୍ୟାସ୍ ଅଚାନକ ବିସ୍ଫୋରକ ଭାବେ ବାହାରି ଆସିଥିଲା । ସେଥିଯୋଗୁ ସୁଡ଼ଙ୍ଗ ମଧ୍ୟରେ ପ୍ରବଳ ଧୂଆଁ ଏବଂ ବିଷାକ୍ତ ଗ୍ୟାସ୍ ବ୍ୟାପିଯାଇଥିଲା ।
ସୌଭାଗ୍ୟକୁ ୨ ଜଣ ଶ୍ରମିକ ସେଠାରୁ ବାହାରିବାରେ ସଫଳ ହୋଇଥିଲେ । ଅନ୍ୟମାନେ କିନ୍ତୁ ଫସି ଯାଇଥିଲେ । ରିପୋର୍ଟ ଲେଖାଯିବା ସୁଦ୍ଧା ସେମାନଙ୍କ ମଧ୍ୟରୁ ୨୦ ଜଣ ପ୍ରାଣ ହରାଇଛନ୍ତି । ଘଟଣା ସାମ୍ନାକୁ ଆସିବା ପରେ ଉଦ୍ଧାରକାରୀ ଦଳ ତୁରନ୍ତ ସଡ଼ଙ୍ଗ ମଧ୍ୟକୁ ପ୍ରବେଶ କରିଥିଲେ । କିନ୍ତୁ ସେଠାରେ ମିଥେନ୍ ଗ୍ୟାସ୍‌ର ଅତ୍ୟଧିକ ମାତ୍ରା ଯୋଗୁ ଫେରିବାକୁ ବାଧ୍ୟ ହୋଇଥିଲେ । ଏପରିକି କିଛି ଉଦ୍ଧାରକାରୀ ମଧ୍ୟ ଅଚେତ ହୋଇଯାଇଥିବା କୁହାଯାଉଛି ।

  • Related Posts

    ଆସନ୍ତା ଆର୍ଥିକ ବର୍ଷରୁ ପ୍ଲାଷ୍ଟିକ୍‌ ନୋଟ୍‌

    ମୁମ୍ବାଇ: ଆସନ୍ତା ଆର୍ଥିକ ବର୍ଷ ୧ା ୨୦୨୭-୨୮ଠାରୁ ଦେଶରେ ପ୍ଲାଷ୍ଟିକ୍ ନୋଟ୍‌ ପ୍ରଚଳନ ଆରମ୍ଭ କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଲକ୍ଷ୍ୟ ରଖିଛି। ଏ ସମ୍ପର୍କରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି ଯେ ଯୋଜନା ଅନୁସାରେ ପରୀକ୍ଷଣ ସଫଳ…

    Continue reading
    ରେପୋରେଟ୍ ସ୍ଥିର ରଖିଲା RBI

    ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଦ୍ରାସ୍ପୀତି ବୈଠକରେ ବଡ଼ ନିଷ୍ପତ୍ତି ନେଇଛି । ରେପୋରେଟ୍ ହାରକୁ ୫.୨୫% ରେ ସ୍ଥିର ରଖିବାକୁ ନିଷ୍ପତ୍ତି ନେଇଛି ଆରବିଆଇ । ଯାହାର ଅର୍ଥ ହେଉଛି ଆପଣଙ୍କର EMI ବର୍ତ୍ତମାନ ପାଇଁ ହ୍ରାସ ପାଇବ ନାହିଁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ