ଦିଲ୍ଲୀପଙ୍କ ବିଜୟ ନିଶ୍ଚିତ: ମନ୍ତ୍ରୀ

ଭୁବନେଶ୍ଵର : ଓଡ଼ିଶାର ୪ ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ। ମଇଦାନରେ ଅଛନ୍ତି ୫ ଯୋଦ୍ଧା। ମନମୋହନ, ସୁଜିତ, ସଂତୃପ୍ତ, ଦତ୍ତେଶ୍ଵର ଏବଂ ଦିଲ୍ଲୀପଙ୍କ ପ୍ରାର୍ଥିପତ୍ର କାଏମ। ଚତୁର୍ଥ ଆସନରେ ହେବ ରୋଚକ ଲଢେଇ। ବିଜେଡି ଓ କଂଗ୍ରେସର କମନ୍ କ୍ୟାଣ୍ଡିଡେଟ୍ ଦତ୍ତେଶ୍ଵର ହୋତା ଏବଂ ବିଜେପି ସମର୍ଥିତ ସ୍ଵାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ମଧ୍ୟରେ ଫାଇଟ୍। ତେବେ ରାଜ୍ୟସଭା ଭୋଟ୍ ପୂର୍ବରୁ ଦିଲ୍ଲୀପଙ୍କ ବିଜୟ ନିଶ୍ଚିତ ବୋଲି କହିଛନ୍ତି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ।

ଗୋକୁଳାନନ୍ଦ କହିଛନ୍ତି ଯେ, ରାଜନୀତି ଏକ ଗହନ ବିଷୟ। ଦିଲ୍ଲୀପ ରାୟଙ୍କ ସବୁ ଦଳ ସହିତ ବହୁତ ଭଲ ସମ୍ପର୍କ ରହିଛି। ସବୁ ଦଳ ଲୋକ ତାଙ୍କୁ ଭଲ ପାଉଛନ୍ତି। ଏହାକୁ ଦେଖିଲେ ଦିଲ୍ଲୀପ ରାୟ ନିଶ୍ଚୟ ବିଜୟ ଲାଭ କରିବେ। ଦିଲ୍ଲୀପ ରାୟ ଜଣେ ଜଣାଶୁଣା ବ୍ୟକ୍ତିତ୍ୱ। ତାଙ୍କର ରାଜନୈତିକ ଅଭିଜ୍ଞତା ରହିଛି। ୨୦୦୨ରେ ଦିଲ୍ଲୀପ ରାୟ କେମିତି ରାଜ୍ୟସଭା ଯାଇଥିଲେ, ସେ ସୂତ୍ର ତାଙ୍କୁ ଭଲ ଭାବେ ଜଣା। ରାଜ୍ୟସଭା ବିଜୟ ସୂତ୍ରରେ ଯିଏ ପାରଙ୍ଗମ ସିଏ ଆଗକୁ ଯିବ।

  • Related Posts

    ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଫାଇଲ୍ ଚୋରି ଅସମ୍ଭବ: କଂଗ୍ରେସ

    ଭୁବନେଶ୍ବର : ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଫାଇଲ ଚୋରି ହେବା ଏବଂ ଏହାକୁ ନେଇ ଥାନାରେ ଏତଲା ଦାଏର କରାଯିବାକୁ କଂଗ୍ରେସ ନିନ୍ଦା କରିଛି। କଂଗ୍ରେସର ବରିଷ୍ଠ ନେତା ଶିବାନନ୍ଦ ରାୟ ରବିବାର କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ପ୍ରକୃତରେ…

    Continue reading
    ୧୮ରେ ଖୋଲିବ ସ୍କୁଲ

    ଭୁବନେଶ୍ୱର: ଗ୍ରୀଷ୍ମ ଛୁଟି ପରେ ଆସନ୍ତା ଜୁନ୍ ୧୮ ତାରିଖରେ ରାଜ୍ୟର ସମସ୍ତ ସ୍କୁଲ ଖୋଲିବ ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି । ତେବେ ପାଣିପାଗ ସ୍ଥିତି ଉପରେ ସରକାରଙ୍କ ନଜର ରହିଥିବାବେଳେ ଆବଶ୍ୟକ ପଡ଼ିଲେ ପରବର୍ତ୍ତୀ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ