ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ସମର୍ଥନ କରି ଫଟୋଚିତ୍ର ପ୍ରଦର୍ଶନୀ, ଦସ୍ତଖତ ଅଭିଯାନ

ଭୁବନେଶ୍ୱର: ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ ଭାରତବର୍ଷ ଏବେ ସ୍ୱର୍ଣ୍ଣିମ ଯୁଗଆଡ଼କୁ ଅଗ୍ରସର ହେଉଛି। ବିକଶିତ ଭାରତର ସ୍ୱପ୍ନ ସମ୍ପୂର୍ଣ୍ଣ ହେବାକୁ ଯାଉଛି। ଏହି ବିକାଶମୂଳକ କାର୍ୟ୍ୟରେ ମହିଳମାନଙ୍କ ପୂର୍ଣ୍ଣ ଯୋଗଦାନ ରହିବା ପାଇଁ ନାରୀ ଶକ୍ତି ବନ୍ଦନ ଅଧିନିୟମ ଆସିବାକୁ ଯାଉଛି। ଏହି ଅଧିନିୟମ ଲୋକସଭା ଓ ରାଜ୍ୟ ବିଧାନସଭାଗୁଡ଼ିକରେ ୩୩ ପ୍ରତିଶତ ମହିଳାଙ୍କ ସଂରକ୍ଷଣକୁ ସୁନିଶ୍ଚିତ କରାଇବ। ସମ୍ବିଧାନରେ ଏହି ସଂଶୋଧନ ଭାରତ ଇତିହାସରେ ଏକ ଯୁଗାନ୍ତକାରୀ ପଦକ୍ଷେପ।
ଏପ୍ରିଲ ୧୬ରୁ ୧୮ ପର୍ୟ୍ୟନ୍ତ ନାରୀଶକ୍ତି ବନ୍ଦନ ଅଧିନିୟମ ଉପରେ ସଂସଦରେ ସ୍ୱତନ୍ତ୍ର ଅଧିବେଶନ ହେବାକୁ ଯାଉଛି। ଏନେଇ ଦିଲ୍ଲୀର ବିଜ୍ଞାନ ଭବନରେ ଆଜି ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ନାରୀ ଶକ୍ତି ବନ୍ଦନ ଅଧିନିୟମ ଉପରେ ଅଭିଭାଷଣ ରଖିଥିଲେ। ଏହି ଅଧିନିୟମ ନାରୀମାନଙ୍କ ଅଧିକାରକୁ ସାବ୍ୟସ୍ତ କରିବ ବୋଲି ସେ କହିଥିଲେ। ରାଜ୍ୟ କାର୍ୟ୍ୟାଳୟରେ ମହିଳା ମୋର୍ଚ୍ଚାର କାର୍ୟ୍ୟକର୍ତା, ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସାମାଜିକ କର୍ମୀ, କଲେଜର ଶିକ୍ଷାବିତ୍ ଓ ଛାତ୍ରୀମାନେ ଉପସ୍ଥିତ ରହି ମୋଦିଜୀଙ୍କ ଅଭିଭାଷଣର ସିଧା ପ୍ରସାରଣ ଶୁଣିଥିଲେ। ଏପ୍ରିଲ ୧୬ରୁ ୧୮ ତାରିଖ ପର୍ୟ୍ୟନ୍ତ ସଂସଦରେ ଏନେଇ ଏକ ସ୍ୱତନ୍ତ୍ର ଅଧିବେଶନ ହେବାକୁ ଥିଲାବେଳେ ଏହାକୁ ସମର୍ଥନ କରି ରାଜ୍ୟ କାର୍ୟ୍ୟାଳୟରେ ବହୁ ସଂଖ୍ୟାରେ ମହିଳାମାନେ ଉପସ୍ଥିତ ରହି ୯୬୬୭୧୭୩୩୩୩ ନମ୍ବରରେ ମିସ୍ କଲ୍ କରିଥିଲେ। ଏହି ଅବସରରେ ନାରୀ କଲ୍ୟାଣ ପାଇଁ ବିଜେପି ସରକାର ଦ୍ୱାରା ଆରମ୍ଭ କରାଯାଇଥିବା ସୁଭଦ୍ରା ଯୋଜନା, ମମତା ଯୋଜନା, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା, ଲକ୍ଷ୍ୟପତି ଦିଦି ଯୋଜନା, ଉଜ୍ଜ୍ୱଳା ଯୋଜନା, ମିଶନ ଶକ୍ତି, ସ୍ୱଚ୍ଛ ଭାରତ ମିଶନ, ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା, ପ୍ରଧାନମନ୍ତ୍ରୀ ମାତୃବନ୍ଦନ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମହିଳା ଇ-ହାଟ, ସମେତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ୟ୍ୟ କରିଥିବା ଓଡ଼ିଶାର ମହିୟସୀ ମହିଳାମାନଙ୍କୁ ନେଇ ଫଟୋ ପ୍ରଦର୍ଶନୀ କରାଯାଇଥିଲା। ଏସବୁ ନାରୀ କଲ୍ୟାଣକାରୀ ଯୋଜନା ପାଇଁ ଧନ୍ୟବାଦ ଦେବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା “ଧନ୍ୟବାଦ ମୋଦିଜୀ” ଦସ୍ତଖତ ଅଭିଯାନ ରେ ସହସ୍ରାଧିକ ମା’ ଓ ଭଉଣୀ ସାମିଲ ହୋଇଥିଲେ।
ଏହି କାର୍ୟ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା.ଐଶ୍ୱର୍ୟ୍ୟା ବିଶ୍ୱାଳ, ବରିଷ୍ଠ ସମାଜସେବୀ ଶ୍ରୀମତୀ ସବିତା ରାଏ ପ୍ରମୁଖ ଉପସ୍ଥିତ ଥିଲେ।

  • Related Posts

    କଂଗ୍ରେସ-ବିଜେଡି ଏକ ଅସାଧୁ ମେଣ୍ଟ: ପ୍ରଦୀପ ପୁରୋହିତ

    ଭୁବନେଶ୍ୱର: ଆସନ୍ତା ପଞ୍ଚାୟତ ନିର୍ବାଚନରେ ବିଜେଡ଼ି-କଂଗ୍ରେସ ମେଣ୍ଟ ହୋଇପାରେ ଚର୍ଚ୍ଚା ଜୋର ଧରିଥିବା ବେଳେ କଂଗ୍ରେସ ବିଜେଡିର ମେଣ୍ଟ ହେଉଛି ଏକ ଅସାଧୁ ମେଣ୍ଟ ବୋଲି କହିଛନ୍ତି ସାଂସଦ ପ୍ରଦୀପ ପୁରୋହିତ । ପ୍ରଦୀପ କହିଛନ୍ତି, କୌଣସି ଅସାଧୁ ମେଣ୍ଟ ବିଜେପିକୁ…

    Continue reading
    ସବୁ ବିରୋଧୀ ଏକ ହୁଅନ୍ତୁ: ମନମୋହନ

    ଭୁବନେଶ୍ୱର: ମେଣ୍ଟ ଚର୍ଚ୍ଚାକୁ ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମାଲ କହିଛନ୍ତି ଗଣତନ୍ତ୍ର ବ୍ୟବସ୍ଥାରେ ସମସ୍ତଙ୍କର ସବୁ ଅଧିକାର ଅଛି। ଯେଉଁମାନେ କରୁଛନ୍ତି, ସେମାନେ ତାଙ୍କ ରାସ୍ତାରେ ଯାଉଛନ୍ତି। କିଛି ଭାବିକି ସେମାନେ ଏମିତି କରୁଥିବେ। ଆମେ ବ୍ୟସ୍ତ, ବିବ୍ରତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ