ପଶ୍ଚିମବଙ୍ଗ ଓ ତାମିଲନାଡୁରେ ନେତା ବାଛୁଛନ୍ତି ଜନତା

କୋଲକାତା/ଚେନ୍ନାଇ: ପଶ୍ଚିମବଙ୍ଗ ଓ ତାମିଲନାଡୁରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଚାଲିଛି । ପଶ୍ଚିମବଙ୍ଗର ପ୍ରଥମ ପର୍ଯ୍ୟାୟରେ 152ଟି ଆସନ ପାଇଁ ଭୋଟ ଗ୍ରହଣ ହେଉଥିବା ବେଳେ ତାମିଲନାଡୁର 234 ଆସନ ପାଇଁ ମତଦାନ ହେଉଛି । ଶାନ୍ତିଶୃଙ୍ଖଳାରେ ମତଦାନ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ମହାପର୍ବରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ରାଜ୍ୟର ମତଦାତାଙ୍କୁ ଆହ୍ବାନ କରିଛନ୍ତି । ସେହିପରି ସକାଳୁ ସକାଳୁ ମତଦାନ କେନ୍ଦ୍ରରେ ଭୋଟରଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଛି । ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହୋଇ ଭୋଟ ଦେଉଛନ୍ତି ନାଗରିକ ।

ପଶ୍ଚିମବଙ୍ଗର ମୋଟ 294ଟି ବିଧାନସଭା ଆସନ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ16ଟି ଜିଲ୍ଲାର 152ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଜି(ଗୁରୁବାର) ମତଦେନ ହେଉଛି । ସରକାରୀ ତଥ୍ୟ ଅନୁଯାୟୀ, ପ୍ରାୟ 3.6 କୋଟି ଭୋଟର ନିଜର ମତ ସାବ୍ୟସ୍ତ କରିବେ । ଏଥିରେ ପ୍ରାୟ 1.85 କୋଟି ପୁରୁଷ ଏବଂ 1.76 କୋଟି ମହିଳା, ତୃତୀୟ ଲିଙ୍ଗୀ ଭୋଟରମାନେ ସେମାନଙ୍କର ମତାଧିକାର ସାବ୍ୟସ୍ତ କରୁଛନ୍ତି । ସରକାରୀ ତଥ୍ୟ ଅନୁସାରେ, ପ୍ରଥମ ପର୍ଯ୍ୟାୟ ପୂର୍ବରୁ ପ୍ରାୟ 7 ଲକ୍ଷ ନୂତନ ଭୋଟର ଯୋଡା ଯାଇଛି ।ଗତ 2021 ନିର୍ବାଚନରେ 152ଟି ଆସନରୁ ବିଜେପି 59ଟି ଜିତିଥିଲା । ସେହିପରି ଟିଏମସି 93ଟି ଆସନରେ ବିଜୟୀ ହୋଇଥିଲା ।
ତେବେ ପ୍ରଥମ ପର୍ଯ୍ୟାନ ନିର୍ବାଚନରେ ଚର୍ଚ୍ଚାରେ ରହିଥିବା ପ୍ରମୁଖ ନିର୍ବାଚନ ମଣ୍ଡଳୀ ଗୁଡ଼ିକ ମଧ୍ୟରେ ନନ୍ଦିଗ୍ରାମ, ଖଡ଼ଗପୁର ସଦର, ସିଲିଗୁଡ଼ି, ଆସାନସୋଲ ଦକ୍ଷିଣ ଏବଂ ବାହାରମପୁର ଭଳି ରାଜନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଏବଂ ସମ୍ବେଦନଶୀଳ ଆସନ ଅନ୍ତର୍ଭୁକ୍ତ, କାରଣ ବିଜେପି ଏବଂ ଟିଏମସି ଉଭୟ ପକ୍ଷରୁ ପ୍ରମୁଖ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅଛନ୍ତି । ଏହା ଭିତରେ ଭାରତୀୟ ନିର୍ବାଚନ କମିଶନ (ECI) 8,000ରୁ ଅଧିକ ମତଦାନ କେନ୍ଦ୍ରକୁ “ଅତି-ସମ୍ବେଦନଶୀଳ” ଭାବରେ ଚିହ୍ନଟ କରିଛି ଏବଂ ଶାନ୍ତିଶୃଙ୍ଖଳାର ସହ ମତଦାନ କରିବା ପାଇଁ ପର୍ଯ୍ୟବେକ୍ଷକ ଏବଂ ୱେବକାଷ୍ଟିଂ ସୁବିଧା ବ୍ୟତୀତ ସେଠାରେ ଅତିରିକ୍ତ ଫୋର୍ସ ମୁତୟନ କରିଛି ।ରାଜ୍ୟର ଆକାର, ସୁରକ୍ଷା ଚିନ୍ତା ଏବଂ ନିର୍ବାଚନ ସମ୍ବନ୍ଧୀୟ ହିଂସାରକୁ ଦୃଷ୍ଟିରେ ରଖି କମିଶନ ଦୁଇଟି ପର୍ଯ୍ୟାୟରେ ବଙ୍ଗଳା ନିର୍ବାଚନ କରିବାକୁ ନିଷ୍ପତ୍ତି ନେଇଥିଲେ । ବାକି 142ଟି ଆସନରେ ଭୋଟ୍ ଏପ୍ରିଲ 29ରେ ହେବ ଏବଂ ଭୋଟ୍ ଗଣତି ମେ’ 4ରେ ହେବ।

ତାମିଲନାଡୁରେ ନିର୍ବାଚନ

ଆଜି ତାମିଲନାଡୁର ସମସ୍ତ 234 ବିଧାନସଭା ଆସନରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେଉଛି । ସ୍ୱତନ୍ତ୍ର ସଘନ ସଂଶୋଧନ ପରେ 5.67 କୋଟିରୁ ଅଧିକ ଭୋଟର ଭୋଟ ଦେବାକୁ ଯାଉଛନ୍ତି । ରାଜ୍ୟରେ ଶାସକ ଦ୍ରାବିଡ ମୁନେତ୍ର କାଝଗମ (DMK), ବିରୋଧୀ ଅଲ୍ ଇଣ୍ଡିଆ ଆନ୍ନା ଦ୍ରାବିଡ ମୁନେତ୍ର କାଝଗମ (AIADMK) ଏବଂ ଅଭିନେତାରୁ ରାଜନେତା ହୋଇଥିବା ବିଜୟଙ୍କ ନେତୃତ୍ୱରେ ନବଗଠିତ ତାମିଲଗା ଭେଟ୍ଟ୍ରି କାଝଗମ (TVK) ମଧ୍ୟରେ ଏକ କଡ଼ା ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଥିଲା ।

ଶାସକ DMK ନେତୃତ୍ୱାଧୀନ ଧର୍ମନିରପେକ୍ଷ ପ୍ରଗତିଶୀଳ ମେଣ୍ଟ (SPA), ଭାରତୀୟ ଜାତୀୟ କଂଗ୍ରେସ ଏବଂ ଅନ୍ୟାନ୍ୟ ଆଞ୍ଚଳିକ ଦଳ ସହିତ ମିଶି ପୁଣିଥରେ କ୍ଷମତା ବଜାୟ ରଖିବା ପାଇଁ ପ୍ରୟାସ କରିଛି । ସେପଟେ, ଏଆଇଏଡିଏମକେ ନେତୃତ୍ୱାଧୀନ ମୋର୍ଚ୍ଚା ଭାରତୀୟ ଜନତା ପାର୍ଟି ସହିତ ସମ୍ପର୍କ ନବୀକରଣ କରି ଏବଂ ପଟ୍ଟାଲି ମକ୍କାଲ କାଚ୍ଚି (PMK) ଭଳି ସହଯୋଗୀମାନଙ୍କୁ ଫେରାଇ ଆଣି DMK ବିରୋଧୀ ଭୋଟ ଗୁଡ଼ିକୁ ଏକତ୍ରିତ କରିବା ଲକ୍ଷ୍ୟରେ ଏହାର ମେଣ୍ଟକୁ ପୁନଃନିର୍ମାଣ କରିଛି ।ତାମିଲନାଡୁରେ ପ୍ରମୁଖ ନିର୍ବାଚନମଣ୍ଡଳୀ ମଧ୍ୟରେ ଚେନ୍ନାଇ କେନ୍ଦ୍ରୀୟ କ୍ଷେତ୍ର ଆସନ, କୋଏମ୍ବାଟୁର, ମଦୁରାଇ, ସାଲେମ ଏବଂ ତିରୁଚିରାପାଲି ବେଲ୍ଟ ଅନ୍ତର୍ଭୁକ୍ତ । ଗତ 2021 ନିର୍ବାଚନରେ DMK ନେତୃତ୍ବାଧୀନ ମେଣ୍ଟ 234ଟି ଆସନରୁ 159ଟି ଆସନ ଜିତିଥିଲା । ଏକାକି DMK 133ଟି ଆସନରେ ଜିତିଥିଲା ।
କର୍ତ୍ତୃପକ୍ଷମାନେ 1 ଲକ୍ଷ 6 ହଜାର 418ଟି ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (EVM), 75 ହଜାର 64ଟି କଣ୍ଟ୍ରୋଲ୍ ୟୁନିଟ୍ ଏବଂ ସମାନ ସଂଖ୍ୟକ ଭୋଟର୍ ଯାଞ୍ଚଯୋଗ୍ୟ ପେପର୍ ଅଡିଟ୍ ଟ୍ରେଲ୍ (VVPAT) ମେସିନ୍ ନିୟୋଜିତ କରିଛନ୍ତି । 33 ହଜାର 133 ସ୍ଥାନରେ ମୋଟ 75 ହଜାର 64 ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି । ପ୍ରାୟ 3 ଲକ୍ଷ କର୍ମଚାରୀ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ସୁରକ୍ଷା ସୁନିଶ୍ଚିତ କରିବା ପାଇଁ 83 ହଜାର ପୋଲିସ କର୍ମଚାରୀ ଏବଂ 300 କମ୍ପାନୀ ଅର୍ଦ୍ଧସାମରିକ ବାହିନୀ ନିୟୋଜିତ ହୋଇଛନ୍ତି । ଏହା ସହିତ, 62ଟି ଗଣନା କେନ୍ଦ୍ର ଏବଂ 4ଟି ନିୟନ୍ତ୍ରଣ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ।

  • Related Posts

    କଂଗ୍ରେସ ଅଧ୍ୟକ୍ଷଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ

    ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ନୋଟିସ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ। ମଙ୍ଗଳବାର ସେ ତାମିଲନାଡୁ ନିର୍ବାଚନ ପାଇଁ କରୁଥିବା ଗୋଟିଏ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଆତଙ୍କବାଦୀ ଶବ୍ଦ ପ୍ରୟୋଗ କରିଥିଲେ। ଯଦିଓ ସେ ଏହା…

    Continue reading
    ଦିନ 1ଟା ସୁଦ୍ଧା ପଶ୍ଚିମବଙ୍ଗରେ 62.18% ଓ ତାମିଲନାଡୁରେ 56.81% ମତଦାନ

    ଭୋଟ ଦେଉଛନ୍ତି ପଶ୍ଚିମବଙ୍ଗ ଓ ତାମିଲନାଡୁବାସୀ । ସକାଳ 7ଟାରୁ 2ଟି ରାଜ୍ୟରେ ମତଦାନ ଆରମ୍ଭ ହୋଇଛି । ପଶ୍ଚିମବଙ୍ଗରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ବେଳେ ଆଜି ପ୍ରଥମ ପର୍ଯ୍ୟାୟ ଭୋଟିଂ ହେଉଛି । 294ଟି ଆସନ ମଧ୍ୟରୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର