ପୁଣି ଗର୍ଜିଲେ ଶ୍ରୀମୟୀ, ଜେଡିକୁ ପୁଣି ଟାର୍ଗେଟ

ଭୁବନେଶ୍ୱର: ବିଜୁବାବୁଙ୍କ ଶ୍ରାଦ୍ଧ ଦିବସରରେ ବିଜେଡିକୁ ପୁଣି ଟାର୍ଗେଟ କଲେ ବରିଷ୍ଠ ନେତ୍ରୀ ଶ୍ରୀମୟୀ ମିଶ୍ର। ବିଜୁ ଜନତା ଦଳରେ ମହିଳାଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ କରି ତୀବ୍ର ସମାଲୋଚନା କରିଛନ୍ତି ଶ୍ରୀମୟୀ। ସାମାଜିକ ଗଣମାଧ୍ୟମରେ ଏକ ବାର୍ତ୍ତା ପୋଷ୍ଟ କରି ସମାଲୋଚନା କରିଛନ୍ତି ଶ୍ରୀମୟୀ ମିଶ୍ର। ସେ ଲେଖିଛନ୍ତି, ବିଜୁଙ୍କ ନୀତି ଓ ଆଦର୍ଶରେ ଚାଲିଥିବା ମହିଳାଙ୍କୁ ହୋଇଛି ଅଣଦେଖା। ବିଜେଡିରେ ଜଣେ ବି ମହିଳା ଦଳର ସଭାପତି ପାଇଁ ଯୋଗ୍ୟ ହେଲେନି କି ବୋଲି ସେ ପ୍ରଶ୍ନ କରିଛନ୍ତି। ରାଜ୍ୟର ମୁଖିଆ କି ସାଂଗଠନିକ ସମ୍ପାଦକ ହୋଇପାରିଲେ ନାହିଁ। କିଛି ମହିଳା ଅନେକ ଥର ବିଧାନସଭାକୁ ନିର୍ବାଚିତ ହୋଇ ଆସିଛନ୍ତି। ହେଲେ ମୁଖିଆଙ୍କ ନଜରରେ ସେମାନେ ମୁଖିଆ ହେବାର ବୋଧେ ଯୋଗ୍ୟ ନ ଥିଲେ। ୨୪ ବର୍ଷ ଶାସନରେ କେହି ଜଣେ ମହିଳା ମୁଖିଆ ହେବାକୁ ମିଳିଲେ ନାହିଁ ନା ସେ ଦଳର ମୁଖିଆ କାହାକୁ କରେଇ ଦେଲେ ନାହିଁ। ବିଜୁ ଜନତା ଦଳ କେବଳ କଥାରେ ଧୁରନ୍ଧର ବୋଲି କହିଛନ୍ତି ଶ୍ରୀମୟୀ ମିଶ୍ର। ମହିଳାଙ୍କୁ ନିଜ ଦଳ ଓ ସରକାରରେ ସର୍ବୋଚ୍ଚ ପଦ ଦେବାକୁ ସାହାସ ନାହିଁ। ବିଜୁ ଫାଉଣ୍ଡେସନରେ ମଧ୍ୟ କେହି ଜଣେ ମହିଳା ଟ୍ରଷ୍ଟି ନାହାଁନ୍ତି ବୋଲି କହିଛନ୍ତି ଶ୍ରୀମୟୀ।
୨୦୨୫ ମସିହାରେ ଦଳବିରୋଧୀ କାର୍ୟ୍ୟକଳାପ ଅଭିଯୋଗରେ ବିଜେଡି ଶ୍ରୀମୟୀଙ୍କୁ ନିଲମ୍ବିତ କରିଥିଲା। ନିଲମ୍ବନ ପରେ ସେ ଦଳର ନେତୃତ୍ୱ ବିଶେଷ କରି ନବୀନ ପଟ୍ଟନାୟକ ଓ ଭି.କେ. ପାଣ୍ଡିଆନଙ୍କୁ ନିଶାନା କରି ବିଭିନ୍ନ ପୋଷ୍ଟ ଓ ବୟାନ ଦେଇଛନ୍ତି। ଏହାକୁ ନେଇ ସେ ସବୁବେଳେ ଗଣମାଧ୍ୟମରେ ଚର୍ଚ୍ଚାରେ ରହି ଆସିଛନ୍ତି।

  • Related Posts

    ବିଜେପି ରାଜ୍ୟ ପଦାଧିକାରୀ ଏବଂ ସାଂଗଠନିକ ଜିଲ୍ଲା ପ୍ରଭାରୀଙ୍କ ବୈଠକ

    ଭୁବନେଶ୍ୱର: ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବସିବ ବଡ଼ ବୈଠକ। ବିଜେପି ରାଜ୍ୟ ପଦାଧିକାରୀ ଏବଂ ସାଂଗଠନିକ ଜିଲ୍ଲା ପ୍ରଭାରୀଙ୍କୁ ନେଇ ଏହି ବୈଠକ ଅନୁଷ୍ଠିତ ହେବ। ପଞ୍ଚାୟତ ନିର୍ବାଚନକୁ ନେଇ ରଣନୀତି ପ୍ରସ୍ତୁତ କରାଯିବ। ସଂଗଠନ କିପରି ମଜବୁତ୍ ହେବ।…

    Continue reading
    ମମତା ବାନାର୍ଜୀ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ: ରାମକୃଷ୍ଣ ଦାସମହାପାତ୍ର

    କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନରେ ଜିତି ମମତା ବାନାର୍ଜୀ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ । ଏହି ଭବିଷ୍ୟବାଣୀ କରିଛନ୍ତି ପୁରୀର ବରିଷ୍ଠ ଦଇତାପତି ସେବାୟତ ରାମକୃଷ୍ଣ ଦାସମହାପାତ୍ର । ଶ୍ରୀ ଦାସମହାପାତ୍ର କହିଛନ୍ତି, ପ୍ରଭୁ ଜଗନ୍ନାଥ ମମତା ବାନାର୍ଜୀଙ୍କୁ ତାଙ୍କର ବିଶେଷ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ