ବିଜେପି ବିଧାୟକଙ୍କ ଦୋଷକୁ ରାଜ୍ୟ ସରକାର ଘଣ୍ଟ ଘୋଡାଉଛନ୍ତି: ବିଜେଡି

ଭୁବନେଶ୍ୱର: କଟକ ସଦର ବିଧାୟକ ପ୍ରକାଶ ସେଠୀଙ୍କ ଦ୍ୱାରା ଦୁର୍ବ୍ୟବହାର ଅଭିଯୋଗ ଆଣି ରେଭେନ୍ସା ବିଶ୍ୱ ବିଦ୍ୟାଳୟରେ ସମୂହ ଇସ୍ତଫା ଦେଇଥିବା ତିରିଶ ଜଣ ୱାର୍ଡେନ ଓ ଡେପୁଟି “ୱାର୍ଡେନଙ୍କ ସ୍ଥାନରେ ନୂତନ ଚିପ୍ ୱାଡେନ, ୱାର୍ଡେନ ଓ ଡେପୁଟି ୱାର୍ଡେନ ନିଯୁକ୍ତି ଦିଆଯାଇଛି, ଯାହାକୁ ନେଇ ଆଜି ବିଜୁ ଜନତା ଦଳ ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଛି । ସରକାରଙ୍କ ଚାପରେ ବିଧାୟକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନନେଇ ଉପୁଜିଥିବା ବିବାଦକୁ ଚାପି ଦେବା ପାଇଁ ଉଦ୍ୟମ କରାଯାଇଛି, ଯାହା ରେଭେନ୍ସା ବିଶ୍ୱବିଦ୍ୟାଳୟର ଶୈକ୍ଷିକ ବାତାବରଣକୁ ନଷ୍ଟ କରିଛି ବୋଲି ବିଜେଡି ଅଭିଯୋଗ କରିଛି ।
ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜୁ ଛାତ୍ର ଜନତା ଦଳର ସଭାପତି ଇପ୍ସିତା ସାହୁ ଓ ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ ଲେନିନ ମହାନ୍ତି, ରାଜ୍ୟରେ ବିଜେପି ସରକାରଙ୍କ ଶାସନରେ ଶିକ୍ଷା ଅନୁଷ୍ଠାନରେ ଗୌରୀକ କରଣ ହେବା ସହିତ ଶୈକ୍ଷିକ ବାତାବରଣ ଅବକ୍ଷୟ ହେଉଛି ବୋଲି ଅଭିଯୋଗ କରିଛନ୍ତି ।
ଇପ୍ସିତା ସାହୁ କହିଥିଲେ, ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଛାତ୍ର ମାନଙ୍କ ଦ୍ୱାରା ଆନେ୍ଦାଳନ ଚାଲିଥିଲା ବେଳେ ବିନା ନିମନ୍ତ୍ରଣରେ କଟକ ସଦର ବିଧାୟକ ସେଠାରେ ପହଞ୍ଚି ହସ୍ତକ୍ଷେପ କରିବାକୁ ଚେଷ୍ଟା କରିଥିଲେ । ସେହି ସମୟରେ, ସେଠାରେ ଉପସ୍ଥିତ ଅଧ୍ୟାପକ ମାନଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ଏହାର ପ୍ରତିବାଦରେ ବିଶ୍ୱବିଦ୍ୟାଳୟର ପ୍ରାୟ ତିରିଶ ଜଣ “ୱାର୍ଡେନ ସମୂହ ଇସ୍ତଫା ଦେଇଥିଲେ । ବିଧାୟକ କେଉଁ ଅଧିକାରରେ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ଭିତରକୁ ପ୍ରବେଶ କରିଥିଲେ ବୋଲି ପ୍ରଶ୍ନ ହେବାରୁ ସେ ନିଜକୁ ସିନେଟ ସଦସ୍ୟ ଥିବା ଦାବି କରିଥିଲେ । ଅବଶ୍ୟ ପରେ ସେ ସିନେଟ ସଦସ୍ୟ ନାହାନ୍ତି ବୋଲି ରୋଟା କର୍ତ୍ତୃପକ୍ଷ ସ୍ପଷ୍ଟ କରିଥିଲେ । ବିଧାୟକଙ୍କ ଦୋଷକୁ ଘୋଡାଇବା ଉଦେ୍ଦଶ୍ୟରେ ଏବେ ଇସ୍ତଫା ଦେଇଥିବା ଚିପ୍ ୱାଡେନ, ୱାର୍ଡେନ ଓ ଡେପୁଟି ୱାର୍ଡେନଙ୍କ ସ୍ଥାନରେ କର୍ତ୍ତୃପକ୍ଷ ନୂତନ ଚିପ୍ ୱାଡେନ, ୱାଡେନ ଓ ଡେପୁଟି ୱାଡେନ ନିଯୁକ୍ତି ଦେଇଛନ୍ତି । ରାଜ୍ୟ ସରକାର ଚାପରେ ଏହି ପଦକ୍ଷେପ ନିଆଯାଇଛି । ବିଜେପି ସରକାରଙ୍କ ସମୟରେ ନ୍ୟାୟ ପାଇବାରୁ ବଞ୍ଚିତ ହୋଇ ସୋମ୍ୟାଶ୍ରୀ ଆତ୍ମଦାହ କଲା, ରମାଦେବୀ ବିଶ୍ୱବିଦ୍ୟାଳୟରେ ବିଜେପିର ଗୁଣ୍ଡା ଶ୍ରେଣୀୟ ସମର୍ଥକ ମାନେ ପଶି ଛାତ୍ରୀ ମାନଙ୍କୁ ଦୁର୍ବ୍ୟବହାର କଲେ ଓ ଏବେ ବିଧାୟକ ଅଧ୍ୟାପକ ମାନଙ୍କୁ ଦୁର୍ବ୍ୟବହାର କରିବା ଭଳି ଘଟଣା ରାଜ୍ୟର ଶିକ୍ଷାନୁଷ୍ଠାନରେ ଶୈକ୍ଷିକ ବାତାବରଣକୁ ନଷ୍ଟ କରୁଛି । ପରିସ୍ଥିତି ଏପରି ରହିଲେ, ବିଜୁ ଛାତ୍ର ଜନତା ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ସେ କହିଥିଲେ ।
ଡ.ମହାନ୍ତି କହିଥିଲେ, ରାଜ୍ୟ ସରକାରଙ୍କ ଚାପରେ ବିଧାୟକ ପ୍ରକାଶ ସେଠୀଙ୍କ ଦ୍ୱାରା ଦୁର୍ବ୍ୟବହାର ଯୋଗୁ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଉପୁଜିଥିବା ବିବାଦକୁ ଚାପି ଦେବାକୁ ଉଦ୍ୟମ କରାଯାଇଛି, ଯାହାକୁ ଆମେ ନିନ୍ଦା କରୁଛୁ । ରାଜ୍ୟର ଉଚ୍ଚଶିକ୍ଷାମନ୍ତ୍ରୀ ମଧ୍ୟ ଏହି ପ୍ରସଙ୍ଗରେ ମୁହଁ ଖୋଲିନାହାନ୍ତି, ଯାହା ଦୁର୍ଭାଗ୍ୟଜନକ । ବିଜେପି କ୍ଷମତାସୀନ ହେବା ପରଠାରୁ, ଶିକ୍ଷା ଅନୁଷ୍ଠାନ ଗୁଡିକରେ ଅନାବଶ୍ୟକ ହସ୍ତକ୍ଷେପ, ଶିକ୍ଷା ଅନୁଷ୍ଠାନ ଗୁଡିକରେ ଗୌରୀକ କରଣ ଯୋଗୁ ରାଜ୍ୟର ଶୈକ୍ଷିକ ବାତାବରଣ ନଷ୍ଟ ହେବାରେ ଲାଗିଛି । ପୂର୍ବତନ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ହଠାତ ରେଭେନ୍ସା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ ପାଇଁ ଏକ ଅନାବଶ୍ୟକ ପ୍ରସ୍ତାବ ରଖିଥିଲେ, ଯାହାକୁ ନେଇ ପ୍ରାୟ ୬ ମାସ କାଳ ପ୍ରତିବାଦ ଲାଗି ରହିଥିଲା ଓ ଏଥିଯୋଗୁ ବିଶ୍ୱବିଦ୍ୟାଳୟର ଶୈକ୍ଷିକ ବାତାବରଣ ନଷ୍ଟ ହୋଇଥିଲା । ରେଭେନ୍ସା ବିଶ୍ୱବିଦ୍ୟାଳୟ ପ୍ରସଙ୍ଗରେ ବିଜେଡି ଚୁପ ବସିବ ନାହିଁ । ସମ୍ୱିଧାନର ବିଧି ବ୍ୟବସ୍ଥାରେ ଉପଯୁକ୍ତ ନ୍ୟାୟ ପ୍ରଦାନ ପାଇଁ ଉଦ୍ୟମ ଜାରି ରଖିବ ବୋଲି ଡ. ମହାନ୍ତି କହିଥିଲେ ।

  • Related Posts

    ସଂସଦର ସମୟ ନଷ୍ଟ ହେବା ଯୋଗୁଁ ୨୧୬ କୋଟି କ୍ଷତି : ଅପରାଜିତା

    ସଂସଦରେ ହଙ୍ଗାମା ଓ କାର୍ଯ୍ୟଦିବସ ନଷ୍ଟକୁ ନେଇ ବଡ଼ ବୟାନ ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ସଂସଦ ଯେଉଁଭଳି ଭାବେ ଚାଲିଲା, ତାହା ଅତ୍ୟନ୍ତ ନୈରାଶ୍ୟଜନକ ବୋଲି କହିଛନ୍ତି ଅପରାଜିତା । ତାଙ୍କ କହିବା ଅନୁସାରେ, ସଂସଦର ମୂଲ୍ୟବାନ…

    Continue reading
    ୨୦ ବିଜେପି ସାଂସଦ ଚୁପ୍ ରହି ଓଡ଼ିଶାର ସ୍ୱାର୍ଥକୁ ବିକ୍ରି କରିଦେଲେ:ବିଜେଡି

    ଭୁବନେଶ୍ବର: ଲୋକସଭାରେ ଏମଏମଡିଆର ଆଇନ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଫଳରେ ସର୍ବାଧିକ କ୍ଷତିଗ୍ରସ୍ତ ହେବ ଓଡିଶା । ଓଡ଼ିଶାର ଖଣି ରାଜସ୍ୱ ଦିଲ୍ଲୀ ଚାଲିଯିବ । ବାର୍ଷିକ ୧୨ ହଜାର କୋଟି ଟଙ୍କାର ରାଜସ୍ୱ କ୍ଷତି ସହିବ ଓଡ଼ିଶା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ