
ଗଞ୍ଜାମ: ବ୍ରିଜରେ ପିଟିହେଲା ବାଇକ୍, ଦୁଇ ଯୁବକ ମୃତ। ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ପିପଳପଙ୍କା ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗତକାଲି ରାତିରେ ବାଇକରେ ନିଜ ଘରକୁ ଫେରୁଥିବା ବେଳେ ଅଡ଼ାଙ୍ଗି ବ୍ରିଜରେ ପିଟି ହୋଇଥିଲା ବାଇକ୍।
ଘଟଣାସ୍ଥଳରେ ହିଁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମେଡିକାଲରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଦୁଇଜଣ ହେଲେ ହାତୀଗଡ଼ା ଗାଁର ରିଣ୍ଟୁ ଗୌଡ଼ ଓ ମନୋଜ ପ୍ରଧାନ। ଖବର ପାଇ ସୋରଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।






