ଗଣତନ୍ତ୍ରକୁ ମଜବୁତ କରିବାରେ ସୁସ୍ଥ ଆଲୋଚନା ଓ ସଦଭାବପୂର୍ଣ୍ଣ ସହଯୋଗ ଅପରିହାର୍ଯ୍ୟ: ଉପରାଷ୍ଟ୍ରପତି

ଭୁବନେଶ୍ୱର : ଭାରତର ଉପରାଷ୍ଟ୍ରପତି  ସି.ପି. ରାଧାକ୍ରିଷ୍ଣନ୍ ଆଜି ଭୁବନେଶ୍ୱରସ୍ଥିତ ଓଡ଼ିଶା ବିଧାନସଭାର ୧୭ତମ ସଦସ୍ୟମାନଙ୍କ ପାଇଁ ଆୟୋଜିତ ଅଭିମୁଖ୍ୟ (ଓରିଏଣ୍ଟେସନ୍) କାର୍ଯ୍ୟକ୍ରମରେ ଯୋଗଦେଇ ସମ୍ବୋଧିତ କରିଛନ୍ତି। ଭାରତର ସମୃଦ୍ଧ ଗଣତାନ୍ତ୍ରିକ ପରମ୍ପରାକୁ ବଜାୟ ରଖିବାକୁ ବିଧାୟକମାନଙ୍କୁ ଆହ୍ଵାନ ଦେଇ ସେ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକୁ ଅଧିକ ସୁଦୃଢ଼ କରିବା ଦିଗରେ ସଚ୍ଚେତନ ଆଲୋଚନା, ଗୁଣାତ୍ମକ ବିଚାରବିମର୍ଷ, ଆଇନଗତ ଦକ୍ଷତା ଏବଂ ଜନକୈନ୍ଦ୍ରିକ ଶାସନ ବ୍ୟବସ୍ଥାର ଗୁରୁତ୍ୱ ଉପରେ ବିଶେଷ ଆଲୋକପାତ କରିଛନ୍ତି।ଏଭଳି ଏକ ଅଭିମୁଖ୍ୟ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ଉପରାଷ୍ଟ୍ରପତି ବାଚସ୍ପତି ସୁରମା ପାଢ଼ୀଙ୍କୁ ପ୍ରଶଂସା କରିବା ସହ ଏଭଳି ପଦକ୍ଷେପ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକୁ ମଜବୁତ କରିବା ଏବଂ ବିଧାୟକମାନଙ୍କୁ ସେମାନଙ୍କ ସାମ୍ବିଧାନିକ ଦାୟିତ୍ୱ ସଫଳତାର ସହ ନିର୍ବାହ କରିବାରେ ସହାୟକ ହେବ ବୋଲି ମତବ୍ୟକ୍ତ କରିଛନ୍ତି।

ଭାରତର ପ୍ରାଚୀନ ଗଣତାନ୍ତ୍ରିକ ପରମ୍ପରାକୁ ସ୍ମରଣ କରି ଉପରାଷ୍ଟ୍ରପତି ବୈଶାଳୀର ଗଣତାନ୍ତ୍ରିକ ବ୍ୟବସ୍ଥା ଏବଂ ଚୋଳ ଯୁଗର ‘କୁଡ଼ାଭୋଲାଇ’ ପ୍ରଥାର ଉଦାହରଣ ଦେଇ କହିଥିଲେ ଯେ, ଭାରତର ସଭ୍ୟତାଗତ ଇତିହାସରେ ଗଣତନ୍ତ୍ରର ଗଭୀର ମେରୁଦଣ୍ଡ ରହିଛି। ଭାରତ ‘ଗଣତନ୍ତ୍ରର ମାତା’ (Mother of Democracy) ଭାବେ ଗର୍ବ ଅନୁଭବ କରୁଥିବା ବେଳେ ଓଡ଼ିଶାର ବିଧାୟକମାନେ ଏହି ଗୌରବମୟ ପରମ୍ପରାକୁ ଆଗକୁ ବଢ଼ାଇବେ ବୋଲି ସେ ଆଶା ପ୍ରକାଶ କରିଥିଲେ।

ନିର୍ବାଚନରେ ଜିତିବା ପରେ ଏହାକୁ ଅର୍ଥପୂର୍ଣ୍ଣ ଜନସେବାରେ ପରିଣତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱରୋପ କରି ସେ କହିଛନ୍ତି, “ଆମେ ଭୋଟ୍ ମାଧ୍ୟମରେ ନିର୍ବାଚନ ଜିତିଥାଉ, କିନ୍ତୁ କେବଳ ସେବା ମାଧ୍ୟମରେ ହିଁ ଲୋକଙ୍କ ଆଦର ଓ ସମ୍ମାନ ଅର୍ଜନ କରିପାରିବା।” ସେ କହିଥିଲେ ଯେ ବିଧାନସଭା କେବଳ ବିତର୍କର ଏକ ମଞ୍ଚ ନୁହେଁ, ବରଂ ଏଠାରେ ପ୍ରତ୍ୟେକଟି ନୀତି, ପ୍ରଶ୍ନ ଏବଂ ଆଇନ ଅନେକ ନାଗରିକଙ୍କ ଜୀବନଧାରାରେ ସକାରାତ୍ମକ ପରିବର୍ତ୍ତନ ଆଣିବାର କ୍ଷମତା ରଖିଥାଏ।
ଭାରତର ବିକାଶ ଯାତ୍ରାରେ ଓଡ଼ିଶାର ଅଗ୍ରଗତି ମୁଖ୍ୟ ଭୂମିକା ଗ୍ରହଣ କରିବ। ୨୦୩୬ ମସିହାରେ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ଭାବେ ଗଠିତ ହେବାର ଶତବର୍ଷ ପୂର୍ତ୍ତି କରିବାକୁ ଯାଉଥିବାପ୍ରସଙ୍ଗକୁ ଉଲ୍ଲେଖ କରି ସେ ‘ଭିଜନ ଓଡ଼ିଶା 2036’ ମାଧ୍ୟମରେ ରାଜ୍ୟକୁ ଏକ ବିକଶିତ, ସମୃଦ୍ଧ ଓ ଅନ୍ତର୍ଭୁକ୍ତିକର ରାଜ୍ୟରେ ପରିଣତ କରିବାରେ ବିଧାୟକମାନଙ୍କ ଗୁରୁଦାୟିତ୍ୱ ରହିଛି ବୋଲି ମତବ୍ୟକ୍ତ କରିଛନ୍ତି। ଯୁବପିଢ଼ିଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବା ଏବଂ ପ୍ରତିଟି ଗ୍ରାମ ଓ ପରିବାର ପର୍ଯ୍ୟନ୍ତ ବିକାଶ ପହଞ୍ଚାଇବାରେ ସେମାନେ ପ୍ରମୁଖ ଭୂମିକା ନେବେ ବୋଲି ସେ ଆଶାପ୍ରକାଶ କରିଛନ୍ତି।

ବିଧାନସଭା କାର୍ଯ୍ୟକ୍ରମରେ ବାଧାବିଘ୍ନ ପ୍ରସଙ୍ଗରେ ମତଦେଇ ଉପରାଷ୍ଟ୍ରପତି କହିଛନ୍ତି ଯେ ମତାମତର ପାର୍ଥକ୍ୟ କେବେ ମଧ୍ୟ ଜନସାଧାରଣ ଓ ସମ୍ବିଧାନ ପ୍ରତି ଥିବା ବଡ଼ ପ୍ରତିବଦ୍ଧତାଗତ ପଥର ପ୍ରତିବନ୍ଧକ ହେବା ଉଚିତ ନାହିଁ। ସେ ମତ ଦେଇଛନ୍ତି, “ଗଣତନ୍ତ୍ରରେ ଆମେ ଏକମତ ନ ହୋଇ ମଧ୍ୟ ଭିନ୍ନମତ ରଖିପାରିବା, କିନ୍ତୁ ଦେଶ ଓ ସମ୍ବିଧାନ ପାଇଁ ଆମର ପ୍ରତିବଦ୍ଧତା କ୍ଷେତ୍ରରେ ସମସ୍ତେ ଏକମତ ହେବା ଉଚିତ୍।” ଆଲୋଚନା, ବିତର୍କ କିମ୍ବା ବେଳେବେଳେ ହେଉଥିବା ପ୍ରତିବନ୍ଧକ ଏକ ସଠିକ୍ ନିଷ୍ପତ୍ତି ଆଡକୁ ଗତି କରିବା ଉଚିତ ବୋଲି ମତ ଦେଇ ସେ ସୁସ୍ଥ ବିତର୍କ ଏବଂ ସହଯୋଗ ମାଧ୍ୟମରେ ଗଣତନ୍ତ୍ରକୁ ଆଗକୁ ବଢ଼ାଇବାକୁ ପରାମର୍ଶ ଦେଇଛନ୍ତି।

ନିରନ୍ତର ଶିକ୍ଷଣ ଏବଂ ପ୍ରସ୍ତୁତିର ଗୁରୁତ୍ୱକୁ ବର୍ଣ୍ଣନା କରି ସେ ସଦସ୍ୟମାନଙ୍କୁ ବିଧାନସଭା ନିୟମାବଳୀ, ବଜେଟ୍ ପ୍ରକ୍ରିୟା, କମିଟି ବ୍ୟବସ୍ଥା, ସଂସଦୀୟ ପରମ୍ପରା ଏବଂ ଆଚରଣବିଧି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଜ୍ଞାନ ହାସଲ କରିବାକୁ ପରାମର୍ଶ ଦେଇଛନ୍ତି।

ବିଶେଷ କରି ‘ପ୍ରଶ୍ନକାଳ’ ଏବଂ ‘ଶୂନ୍ୟକାଳ’ର ମହତ୍ତ୍ୱ ଉପରେ ଆଲୋକପାତ କରି ସେଗୁଡ଼ିକୁ ପ୍ରତ୍ୟେକ ସଦସ୍ୟଙ୍କ ପାଇଁ ନିଜ ନିଜ ନିର୍ବାଚନ ମଣ୍ଡଳୀର ସମସ୍ୟା ଏବଂ ଗୁରୁତ୍ୱପୂର୍ଣ୍ଣ ନୀତିଗତ ବିଷୟ ଉତ୍ଥାପନ କରିବାର ମୁଖ୍ୟ ମାଧ୍ୟମ ବୋଲି ବର୍ଣ୍ଣନା କରିଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ସଂସଦୀୟ ବ୍ୟବସ୍ଥାଗୁଡ଼ିକ ଯେପରି ବିନା ବାଧାରେ ଚାଲିବ, ସେଥିପାଇଁ ସଦସ୍ୟମାନେ କକ୍ଷାଧ୍ୟକ୍ଷଙ୍କୁ ସହଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି।

ସଭାର କାର୍ଯ୍ୟସୂଚୀକୁ ନେଇ ସହମତି ସୃଷ୍ଟି କରିବାରେ ‘ବ୍ୟାପାର ପରାମର୍ଶଦାତା କମିଟି’ (BAC) ର ଭୂମିକା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଛନ୍ତି। କମିଟି ମଧ୍ୟରେ ଅଧିକ ସହମତି ସୃଷ୍ଟି ହେଲେ ବିଧାନସଭା କାର୍ଯ୍ୟ ଅଧିକ ସୁଗମ ଓ ଫଳପ୍ରଦ ହେବ ବୋଲି ସେ ମତ ଦେଇଛନ୍ତି।

ବିଧାନସଭା କାର୍ଯ୍ୟରେ ପ୍ରଯୁକ୍ତିବିଦ୍ୟାର ବର୍ଦ୍ଧିତ ଭୂମିକାକୁ ପ୍ରଶଂସା କରି ଉପରାଷ୍ଟ୍ରପତି ‘ଜାତୀୟ ଇ-ବିଧାନ ଆପ୍ଲିକେସନ୍’ ଅଧୀନରେ ଓଡ଼ିଶା ବିଧାନସଭାରେ ‘ଡିଜିଟାଲ ହାଉସ୍’ର ଉଦଘାଟନକୁ ସ୍ୱାଗତ କରିଛନ୍ତି। ରାଜ୍ୟସଭାରେ ଡିଜିଟାଲ ପ୍ଲାଟଫର୍ମର ବ୍ୟବହାରକୁ ଦର୍ଶାଇ ସେ କହିଛନ୍ତି ଯେ ବର୍ତ୍ତମାନ ପ୍ରଯୁକ୍ତିବିଦ୍ୟା ସହାୟତାରେ ସଂସଦୀୟ କାଗଜପତ୍ର, ପ୍ରଶ୍ନ ଏବଂ ବିତର୍କଗୁଡ଼ିକ ଏକାଧିକ ଭାଷାରେ ଉପଲବ୍ଧ ହୋଇପାରୁଛି। ବିଧାନସଭାଗୁଡ଼ିକୁ ଭବିଷ୍ୟତୋପଯୋଗୀ କରିବା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ଏବଂ ପ୍ରାକୃତିକ ଭାଷା ପ୍ରକ୍ରିୟାକରଣ (NLP) ଭଳି ଉଦୀୟମାନ ପ୍ରଯୁକ୍ତିବିଦ୍ୟାକୁ ଆପଣାଇବାକୁ ସେ ବିଧାୟକମାନଙ୍କୁ ଆହ୍ୱାନ କରିଛନ୍ତି।

କାର୍ଯ୍ୟକ୍ରମର ଶେଷରେ ଉପରାଷ୍ଟ୍ରପତି ବିଧାୟକମାନଙ୍କୁ ସେମାନଙ୍କ ଦାୟିତ୍ୱର ଗୁରୁତ୍ୱ ଏବଂ ଏହାର ପରିବର୍ତ୍ତନକାରୀ କ୍ଷମତା ସମ୍ପର୍କରେ ମନେ ପକାଇ ଦେଇଥିଲେ। ଗୋଟିଏ ଚିନ୍ତାଶୀଳ ହସ୍ତକ୍ଷେପ ନୀତିଗତ ପରିବର୍ତ୍ତନ ଆଣିପାରୁଥିବା ବେଳେ ଏକ ସହାନୁଭୂତିପୂର୍ଣ୍ଣ ନିଷ୍ପତ୍ତି ଅନେକ ନାଗରିକଙ୍କ ଜୀବନରେ ଆଶାର ସଞ୍ଚାର କରିପାରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି। ସେ ୧୭ତମ ଓଡ଼ିଶା ବିଧାନସଭାର ସମସ୍ତ ସଦସ୍ୟଙ୍କ ଏହି ଅଭିମୁଖ୍ୟ କାର୍ଯ୍ୟକ୍ରମର ସଫଳତା ଏବଂ ଏକ ସମୃଦ୍ଧ ବିଧାନସଭା ଯାତ୍ରା କାମନା କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ରାଜ୍ୟପାଳ  ବ୍ରଜମୋହନ ରାମ, ଓଡ଼ିଶାର ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ, ଓଡ଼ିଶା ବିଧାନସଭାର ବାଚସ୍ପତି  ସୁରମା ପାଢ଼ୀ, ଉପବାଚସ୍ପତି  ଭବାନୀ ଶଙ୍କର ଭୋଇ ଏବଂ ୧୭ତମ ଓଡ଼ିଶା ବିଧାନସଭାର ମାନ୍ୟବର ସଦସ୍ୟଗଣ ପ୍ରମୁଖ ଉପସ୍ଥିତ ଥିଲେ।

  • Related Posts

    ଜଳସେଚନ ବିଭାଗର ବଡ଼ ତତ୍ପରତା: ୩ ଡ୍ୟାମ୍‌ରୁ ଜଳ ନିଷ୍କାସନ ଆରମ୍ଭ

    ଭୁବନେଶ୍ଵର : ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଜଳସେଚନ ବିଭାଗର ବଡ଼ ତତ୍ପରତା । ଗଞ୍ଜାମ, ଗଜପତି, କନ୍ଧମାଳରେ ବେଶୀ ବର୍ଷା ନେଇ EICଙ୍କ ସୂଚନା । ୨୧ରେ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ଅଛି । ସେଥିପାଇଁ…

    Continue reading
    ବିଧାନସଭା ପାଇଁ ଭୁବନେଶ୍ୱରରେ ଟ୍ରାଫିକ୍ କଟକଣା

    ଭୁବନେଶ୍ୱର:୧୮ରୁ ବିଧାନସଭାର ଅଷ୍ଟମ ଅଧିବେଶନ। ଭୁବନେଶ୍ୱରରେ ଟ୍ରାଫିକ୍ କଟକଣା ପାଇଁ ଘୋଷଣା । ଏନେଇ ବିଜ୍ଞପ୍ତି ଜାରି କଲା କମିଶନରେଟ୍ ପୋଲିସ୍ । ବିଧାନସଭା ଦେଇ ବା ସଂଲଗ୍ନ ରାସ୍ତାରେ ସର୍ବସାଧାରଣ ଯାତାୟତ ମନା । ବିଧାନସଭା ପରିସରରେ ସୁରକ୍ଷା ଦୃଷ୍ଟିରୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଆଜି ବିଶ୍ୱ ମଧୁମେହ ଦିବସ, ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ନିରାକରଣ

    ଆଜି ବିଶ୍ୱ ମଧୁମେହ ଦିବସ, ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ନିରାକରଣ

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !