
ଭୁବନେଶ୍ୱର: ବିମାନ ଯୋଗେ ହେଉଛି ନିଶା ସାମଗ୍ରୀ ଚାଲାଣ। ବିଭିନ୍ନ ଏୟାରପୋର୍ଟରେ ନିୟମିତ ମାରିଜୁଆନା (hydroponic weed) ଜବତ ହେଉଛି। ଏହାକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ସୃଷ୍ଟି ହେଉଛି। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଏକାଧିକ ବାର ଏହି ନିଶା ସାମଗ୍ରୀ ଜବତ ହେଉଛି। କିଛିଦିନ ବ୍ୟବଧାନରେ ପୁଣି ମାରିଜୁଆନା ଜବତ ଘଟଣା ସାମ୍ନାକୁ ଆସିଛି।
ମଙ୍ଗଳବାର ଭୁବନେଶ୍ୱର ଏୟାରପୋର୍ଟରେ ଦୁଇ ଯାତ୍ରୀଙ୍କ ଠାରୁ ୧୧ କେଜିର ମାରିଜୁଆନା ଜବତ କରାଯାଇଛି। ଅନ୍ତର୍ଜାତୀୟ ବଜାରରେ ଏହାର ମୂଲ୍ୟ ୫ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି। ଏହି ଘଟଣାରେ ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଓଡ଼ିଶାର ଦିଲୀପ ଓ ପଶ୍ଚିମବଙ୍ଗର ଇର୍ଫାନ୍ ଖାନ୍। କଷ୍ଟମ୍ସ ଟିମ୍ ସହ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (DRI) ଭୁବନେଶ୍ୱର ୟୁନିଟ୍ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।ନିଶା କାରବାର କରିଥିବା ଜଣାପଡ଼ିଛି। ଏହି ଘଟଣାରେ DRI ଅଧିକ ତଦନ୍ତ ଚଲାଇଛି। ଏହି ମାରିଜୁଆନା ପଶ୍ଚିମବଙ୍ଗ ଚାଲାଣ ହୋଇଥାନ୍ତା ବୋଲି DRI ତଦନ୍ତ ବେଳେ ଜାଣିବାକୁ ପାଇଛି। ଏହି ଘଟଣାରେ DRI ଅଧିକ ତଦନ୍ତ ଚଲାଇଛି। DRI ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ବ୍ୟାଙ୍କକ୍ରୁ ଉଡ଼ାଣ ଭରିଥିବା ଏକ ବିମାନ ଭୋର୍ ପ୍ରାୟ ସାଢ଼େ ୫ଟାରେ ଭୁବନେଶ୍ଵର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲା। ପୂର୍ବରୁ ସୂଚନା ପାଇ ଡିଆର୍ଆଇ ଟିମ୍ ୨ଜଣ ଯୁବକଙ୍କୁ କାବୁ କରିଥିଲା। ଏହା ପରେ ଉଭୟଙ୍କ ଲଗେଜ୍ ବ୍ୟାଗ୍ ସ୍କାନ୍ କରିବା ପରେ ସେଥିରେ ନିଶାସାମଗ୍ରୀ ଥିବା ଜଣାପଡ଼ିଥିଲା। ଅଭିଯୁକ୍ତଦ୍ଵୟ ଚକୋଲେଟ୍ ବକ୍ସ ଓ ଚିପ୍ସ ପ୍ୟାକେଟରେ ଗୁଡ଼ାଇ ମାରିଜୁଆନା ଆଣିଥିଲେ।




