ଭୁବନେଶ୍ୱରରେ ସିରିଜ୍‌ ଦୁର୍ଘଟଣା,୪ ଗୁରୁତର

ଭୁବନେଶ୍ୱର: ଭୁବନେଶ୍ୱର ପଳାଶୁଣୀ ଛକ ଫୁଟ୍‌ ଓଭରବ୍ରିଜ୍‌ରେ ଭୟଙ୍କର ସିରିଜ୍‌ ଦୁର୍ଘଟଣା। ଭୋର୍ ୪.୧୦ଟାରେ ଘଟି ଦୁର୍ଘଟଣା। ଚା ଦୋକାନ ନିକଟରେ ଲୋକେ ଚା ପିଉଥିବା ବେଳେ ଏକ ମହିନ୍ଦ୍ରା ଏକ୍ସୟୁଭି ନିୟନ୍ତ୍ରଣ ହରାଇ ଦୋକାନ ଉପରକୁ ମାଡ଼ିଯାଇଥିଲା।

ଦୁର୍ଘଟଣାରେ ଏସ୍‌ୟୁଭିଟି ଦୁଇଟି କାର୍‌ ଓ ଦୁଇଟି ବାଇକ୍‌କୁ ଧକ୍କା ଦେବା ସହ ତାହା ଉପରେ ଚଢ଼ିଯାଇଥିଲା। ଧକ୍କା ଏତେ ଜୋର୍‌ଦାର ଥିଲା ଯେ ଗାଡ଼ିଗୁଡ଼ିକ ଗୁଣ୍ଡ ହୋଇଯାଇଛି। ଏହି ଦୁର୍ଘଟଣାରେ ୪ ଜଣ ଗୁରୁତର ହୋଇଥିବା ବେଳେ ଦୁର୍ଘଟଣା ଘଟାଇଥିବା ଯୁବକ ମଧ୍ୟ ଆହତ ହୋଇ କ୍ୟାପିଟାଲ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ଖବର ପାଇ ମଞ୍ଚେଶ୍ୱର ଥାନାର ୨ଟି ପିସିଆର୍‌, ପାହାଳ ଥାନାର ଗୋଟିଏ, ସହିଦନଗର ଥାନାର ଗୋଟିଏ ପିସିଆର୍‌ ଏବଂ ଗୋଟିଏ ହାଇ ପାଟ୍ରୋଲିଂ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ୍‌ ଓ ଉଦ୍ଧାରକାରୀ ଦଳ ଆହତମାନଙ୍କୁ ଉଦ୍ଧାର କରିଥିଲେ। ଜଣେ ଆହତଙ୍କୁ ପିସିଆର୍‌ ଯୋଗେ ଏବଂ ଅନ୍ୟ ଗୁରୁତରଙ୍କୁ ଦୁଇଟି ଆମ୍ବୁଲାନ୍ସ ଯୋଗେ ମେଡିକାଲ ନିଆଯାଇଛି।ଘଟଣା ପରେ ମଞ୍ଚେଶ୍ୱର ଥାନା ପୁଲିସ୍‌ ସମସ୍ତ ଗାଡ଼ିକୁ ଥାନାକୁ ନେଇ ମାମଲା ରୁଜୁ କରିଛି। ଦୁର୍ଘଟଣାର ପ୍ରକୃତ କାରଣ ଏବଂ ଗାଡ଼ିର ଗତି ସମ୍ପର୍କରେ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି।

  • Related Posts

    ଚନ୍ଦ୍ରିକା ମୃତ୍ୟୁ ମାମଲା: ବୟଫ୍ରେଣ୍ଡଙ୍କୁ ମିଳିଲା ଜାମିନ

    କଟକ: ବହୁ ଚର୍ଚ୍ଚିତ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲାରେ ବୟଫ୍ରେଣ୍ଡ ଭୀମସେନ ପ୍ରସାଦ ଟୁଡୁଙ୍କୁ ହାଇକୋର୍ଟରୁ ସର୍ତ୍ତ ମୂଳକ ଜାମିନ ମିଳିଛି। ୫୦ ହଜାର ଟଙ୍କାର ଦୁଇ ଜଣ ଜାମିନଦାର ବଦଳରେ ଜାମିନ ମଞ୍ଜୁର କରିଛନ୍ତି ହାଇକୋର୍ଟ। ସାକ୍ଷୀମାନଙ୍କୁ…

    Continue reading
    ପୂର୍ବତନ ଜିଲ୍ଲାପାଳଙ୍କ ସମେତ ୩ ଜଣଙ୍କୁ ଜେଲ୍‌

    ଢେଙ୍କାନାଳ:ସରକାରୀ ଅର୍ଥ ଆତ୍ମସାତ୍‌ ଓ ଦୁର୍ନୀତି ମାମଲାରେ ଢେଙ୍କାନାଳର ପୂର୍ବତନ ଜିଲ୍ଲାପାଳଙ୍କ ସମେତ ୩ ଜଣଙ୍କୁ ଆଜି (୦୩.୦୯.୨୦୨୬) ଦୋଷୀ ସାବ୍ୟସ୍ତ କରିଛନ୍ତି ଢେଙ୍କାନାଳ ବିଶେଷ ଭିଜିଲାନ୍ସ ଆଦାଲତ। ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିମାନେ ହେଲେ: ନିତ୍ୟାନନ୍ଦ ମହାନ୍ତି, ଅବସରପ୍ରାପ୍ତ ଆଇ.ଏ.ଏସ୍‌…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ