ଭୟ ଦେଖାଇ ଶାରୀରିକ ସଂପର୍କକୁ ‘ସହମତି’ କୁହାଯିବନାହିଁ: ହାଇକୋର୍ଟ

କଟକ: ନଗ୍ନ ଫଟୋ ଭାଇରାଲ୍ କରିଦେବାର ଭୟ ଦେଖାଇ ଶାରୀରିକ ସଂପର୍କ ରଖିବା ଅର୍ଥ ନୁହେଁ ‘ସହମତି’ରେ ସମ୍ପର୍କ ରଖିବା । ଏହା ଦୁଷ୍କର୍ମ । ଏହି ପରିପ୍ରେକ୍ଷୀରେ ନିମ୍ନ ଅଦାଲତଙ୍କ ଦ୍ୱାରା ୧୦ବର୍ଷ ଜେଲ୍ ଦଣ୍ଡ ପାଇଥିବା ଦୁଷ୍କର୍ମ ଆସାମୀ ଶଙ୍କର ବେହେରାର ଦଣ୍ଡାଦେଶକୁ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଏସ୍. କେ. ପାଣିଗ୍ରାହୀ କାଏମ୍ ରଖିବା ସହ ଆବେଦନକାରୀର ଅପିଲ୍‌କୁ ଖାରଜ କରି ଦେଇଛନ୍ତି ।

୨୦୧୫ ମସିହା ଜୁନ୍ ୭ରେ ଗଞ୍ଜାମ ଥାନାରେ ଏତଲା ଦାଏର ହୋଇଥିଲା କି ଅଢ଼େଇ ବର୍ଷ ତଳେ ଆସାମୀ ପୀଡ଼ିତାଙ୍କୁ କାଜୁ ବଗିଚାରେ ଦୁଷ୍କର୍ମ କରିବା ସହ ନଗ୍ନ ଫଟୋ ଉଠାଇଥିଲା । ପରେ ଗ୍ରାମ୍ୟ କମିଟି ପୀଡ଼ିତାଙ୍କୁ ବିବାହ କରିବାକୁ ତାଙ୍କୁ କହିଥିଲେ । ହେଲେ ସେ ରାଜି ହୋଇନଥିଲେ । ପୁଲିସ୍ ଆସାମୀକୁ ଗିରଫ କରିଥିଲା । ବ୍ରହ୍ମପୁର ପୋକ୍ସୋ ଅଦାଲତ ଆସାମୀକୁ ୧୦ ବର୍ଷ ଜେଲ୍ ଦଣ୍ଡ ଦେଇଥିଲେ । ଏହାକୁ ଚାଲେଞ୍ଜ କରି ଆସାମୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ।

ଆବେଦନକାରୀ ପକ୍ଷରୁ ଦର୍ଶାଯାଇଥିଲା ଯେ, ପୀଡ଼ିତାଙ୍କ ସହ ସହମତିରେ ସମ୍ପର୍କ ରହିଥିଲା । ତେଣୁ ଏହାକୁ ଦୁଷ୍କର୍ମ କୁହାଯାଇ ପାରିବନାହିଁ । ହାଇକୋର୍ଟ ଏହି ଯୁକ୍ତିକୁ ଅଗ୍ରାହ୍ୟ କରି ଦେଇଛନ୍ତି ।

  • Related Posts

    ନୂତନ ଜ୍ଞାନକୌଶଳକୁ ବିକଶିତ କରିବା ସମୟରେ ସୁରକ୍ଷାକୁ ଦୃଷ୍ଟିରେ ରଖିବା ଆବଶ୍ୟକ : ଡ଼ିଜିପି କ୍ରାଇମ୍ ବ୍ରାଂଚ

    ଭୁବନେଶ୍ୱର, ୩୦/୦୪ : ନୂତନ ଜ୍ଞାନକୌଶଳକୁ ବିକଶିତ କରିବା ସମୟରେ ଏହା ଯେପରି କୌଣସି ବିପଦ ସୃଷ୍ଟି ନକରେ ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ବୋଲି ବୁଧବାର ଓଡ଼ିଶା ସିଆଇଡି-କ୍ରାଇମ୍ ବ୍ରାଂଚର ନିର୍ଦ୍ଦେଶକ ଶ୍ରୀ ବିନୟତୋଷ ମିଶ୍ର କହିଛନ୍ତି। ଶିକ୍ଷା ଓ…

    Continue reading
    ମେ’୨ରେ ମାଟ୍ରିକ ରେଜଲ୍ଟ

    ଆସନ୍ତା ମେ’ ୨ରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ । ବୋଡର଼୍ ଅଫ ସେକେଣ୍ଡାରୀ ଏଡ଼ୁକେସନ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଷ୍ଟେଟ ଓପନ ସ୍କୁଲ୍‌ ଓ ମଧ୍ୟମା ଫଳ ବି ସେହିଦିନ ପ୍ରକାଶ ପାଇବ । ମେ’…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା