ଭୟଙ୍କର ସଡ଼କ ଦୁର୍ଘଟଣା: ବାପା-ଝିଅଙ୍କ ଚାଲିଗଲା ଜୀବନ

ସମ୍ବଲପୁର: ଧନୁପାଲି ଥାନା ଅନ୍ତର୍ଗତ ଭତରା ଶଙ୍କର ମଠ ଝଙ୍କାର ବନ୍ଧ ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସିରିଜ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏକ ସିମେଣ୍ଟ ମିକ୍ସର ଟ୍ରକ(ଓଡି-୧୪-ଏଏଲ-୫୭୧୦) ପ୍ରଥମେ ଏକ ଇଭି ଅଟୋ(ଓଡି-୧୫-ଏବି-୨୨୩୨)କୁ ଧକ୍କା ଦେବା ପରେ ଏକ କାର୍‌(ଓଆର-୦୨-ବିୟୁ-୩୬୧୧)କୁ ଧକ୍କା ଦେଇଥିଲା। ଫଳରେ କାର୍‌ଟି ଏକ ଖାଲି ପଡ଼ିଯାଇଛି। କାର୍‌ରେ କେହି ନ ଥିବାରୁ କାହାର କ୍ଷତି ହୋଇ ନାହିଁ। ମାତ୍ର ସୁରେନ୍ଦ୍ର(କାଳିଆ) ବେହେରା ନାମକ ଜଣେ ଅଟୋଚାଳକ ତାଙ୍କ ନାବାଳିକା ଝିଅ ଶୁଭଶ୍ରୀ ବେହେରାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ମିଳିଥିବା ସୂଚନାନୁସାରେ, ବିଳମ୍ବିତ ରାତିରେ ଏକ ଇଭି ଅଟୋକୁ ଧନୁପାଲିର ଚାଳକ ସୁରେନ୍ଦ୍ର ନିଜେ ଚଳାଇ ତାଙ୍କ ଝିଅ ଶୁଭଶ୍ରୀଙ୍କୁ ସାଙ୍ଗରେ ନେଇ ଯାଉଥିଲେ। ଏହି ସମୟରେ ପଛପଟୁ ଦ୍ରୁତଗତିରେ ଆସି ଉକ୍ତ ସିମେଣ୍ଟ ମିକ୍ସର ଟ୍ରକ୍‌ ଅଟୋକୁ ଧକ୍କା ଦେଇଥିଲା। ଫଳରେ ଅଟୋରେ ଥିବା ପିତା ସୁରେନ୍ଦ୍ର ଓ ଝିଅ ଶୁଭଶ୍ରୀ ଗୁରୁତର ହୋଇଥିଲେ। ଦୁଘଟଣାସ୍ଥଳରେ ଥିବା ସାକ୍ଷୀ ଗୋପୀନାଥର ଭାଜପା ମଣ୍ଡଳ ସଭାପତି ବଳରାମ ମହାପାତ୍ର ତୁରନ୍ତ ୧୦୮ ଆମ୍ବୁଲାନ୍ସକୁ ଫୋନ କରିବା ସହିତ ଗୁରୁତର ଆହତ ନାବାଳିକା ଶୁଭଶ୍ରୀଙ୍କୁ ନିଜ ବାଇକ୍‌ ଯୋଗେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାସହ ଗୁରୁତର ଆହତ ପିତା କାଳିଆଙ୍କୁ ପ୍ରଥମେ ବୁର୍ଲା ଚିକିତ୍ସାଳୟକୁ ନିଆଯାଇଥିଲା। ମାତ୍ର ସେଠାରେ ଜରୁରୀକାଳିନ(ଇମରଜେନ୍ସି) ବିଭାଗରେ କୌଣସି ଡାକ୍ତର ଉପସ୍ଥିତ ନ ଥିବାରୁ ତାଙ୍କୁ ଚିକିତ୍ସା ପାଇଁ ବୁର୍ଲା ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ସକାଳେ ତାଙ୍କର ମୃତ୍ୟୁ ଘଟିଛି। ଖବର ପାଇ ଧନୁପାଲି ପୋଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଦ୍ବୟକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଅପରପକ୍ଷରେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ଚାଳକ ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି।

  • Related Posts

    ସ୍ୱାମୀ ଲକ୍ଷ୍ମଣାନନ୍ଦ କମିସନ୍‌ ରିପୋର୍ଟ ହଜିବା ଦୁର୍ଭାଗ୍ୟଜନକ ଘଟଣା :ଜଷ୍ଟିସ ଏ.ଏସ୍‌ ନାଇଡୁ

    ଭୁବନେଶ୍ୱର: ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟା ଘଟଣା ନାଇଡୁ କମିସନ୍‌ ରିପୋର୍ଟ ହଜିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଜଷ୍ଟିସ ଏ.ଏସ୍‌ ନାଇଡୁ। ଏହା ଏକ ଦୁର୍ଭାଗ୍ୟ ଜନକ ଘଟଣା ବୋଲି କହିଛନ୍ତି। ଦେଢ଼ ହଜାର ପୃଷ୍ଠାର ରିପୋର୍ଟ ପ୍ରସ୍ତୁତ ହୋଇ ସରକାରଙ୍କୁ ଦିଆ…

    Continue reading
    ଥାର୍ଡ ଡିଗ୍ରୀ : ୨ ଅବକାରୀ ଅଧିକାରୀ ନିଲମ୍ବିତ

    କେନ୍ଦ୍ରାପଡ଼ା : ଚୋରାମଦ ବିକ୍ରି ନେଇ ଅଭିଯୋଗ କରିଥିବା ଯୁବକଙ୍କୁ ଥାର୍ଡ ଡିଗ୍ରୀ କରିବା ଘଟଣା। କେନ୍ଦ୍ରାପଡ଼ା ଜିଲ୍ଲାର ଦୁଇ ଅବକାରୀ ଅଧିକାରୀ ନିଲମ୍ବନ ହୋଇଛନ୍ତି।ନିଲମ୍ବିତ ଅଧିକାରୀ ଦୁଇ ଜଣ ହେଲେ ଅବକାରୀ SI ଛାୟାକାନ୍ତ ନାୟକ, ASI ପ୍ରଦୀପ ମଲ୍ଲିକ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ