ମଙ୍ଗଳବାର ଓଡ଼ିଶା ଆସିବ ପଦ୍ମଶ୍ରୀ ଅଶୋକ ମହାପାତ୍ରଙ୍କ ମରଶରୀର

-ଗାର୍ଡ ଅଫ୍ ଅନର ପରେ ପୁରୀରେ ହେବ ଅନ୍ତ୍ୟେଷ୍ଟି କ୍ରିୟା
ଭୁବନେଶ୍ବର: ଦିଲ୍ଲୀ ଏମ୍ସରେ ପଦ୍ମଶ୍ରୀ ଅଶୋକ ମହାପାତ୍ରଙ୍କ ପରଲୋକ । ମଙ୍ଗଳବାର ଓଡ଼ିଶା ଆସିବ ମରଶରୀର । ସକାଳ ୯ଟା ୧୫ରେ ବିମାନ ଯୋଗେ ଭୁବନେଶ୍ବରରେ ପହଞ୍ଚିବ ମରଶରୀର । ଓଡ଼ିଶା ସରକାରଙ୍କ ଦ୍ବାରା ଦିଆଯିବ ଗାର୍ଡ ଅଫ୍ ଅନର୍ । ଏହାପରେ ପୁରୀରେ ହେବ ଅନ୍ତ୍ୟେଷ୍ଟି କ୍ରିୟା ।
ଡା ମହାପାତ୍ର ମସ୍ତିଷ୍କ କର୍କଟରେ ଆକ୍ରାନ୍ତ ଥିଲେ। ସେପ୍ଟେମ୍ବର ୨୭ ତାରିଖରେ ତାଙ୍କୁ ନୂଆଦିଲ୍ଲୀ ଏମ୍ସକୁ ଚିକିତ୍ସା ପାଇଁ ନିଆଯାଇଥିଲା।ସେଠାରେ ଅକ୍ଟୋବର ୫ତାରିଖରେ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା। ତାଙ୍କର ଦେହାନ୍ତ ହୋଇଥିବାବେଳେ ସାରା ରାଜ୍ୟରେ ଖେଳିଯାଇଛି ଶୋକର ଛାୟା ।ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ଅସ୍ତ୍ରୋପଚାର କ୍ଷେତ୍ରରେ ତାଙ୍କର ଅବଦାନ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ସୁନାମ ଆଣି ଦେଇଥିଲା।୧୯୫୨ ମସିହାରେ ପୁରୀଠାରେ ଜନ୍ମଗ୍ରହଣ କରିଥିବା ଡା.ମହାପାତ୍ର ୧୯୭୦ ମସିହାରେ ଏମ୍କେସିଜି ମେଡିକାଲ କଲେଜରେ ନାମ ଲେଖାଇଥିଲେ।ସେଠାରୁ ଏମ୍ବିବିଏସ ସମ୍ପୂର୍ଣ୍ଣ କରିବା ପରେ ଏମ୍ସ,ନୂଆଦିଲ୍ଲୀରୁ ନ୍ୟୁରୋସର୍ଜରିରେ ଏମ୍ଏସ୍ ନ୍ୟୁରୋ ସର୍ଜରିର ଜଣେ ଅଧ୍ୟାପକ ଭାବେ କାର୍ଯ୍ୟ କରିଥିଲେ।

  • Related Posts

    “ଜୀବନ ଓ ସମ୍ପତ୍ତି ସୁରକ୍ଷା ପାଇଁ ସରକାରଙ୍କ ବ୍ୟାପକ ପ୍ରସ୍ତୁତି”

    ଭୁବନେଶ୍ୱର: ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ସୃଷ୍ଟି ହୋଇଥିବା ଗମ୍ଭୀର ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ଗ୍ରହଣ କରାଯାଇଛି । ରାଜୀବ ଭବନ ସ୍ଥିତ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟଠାରେ ମାନ୍ୟବର ମନ୍ତ୍ରୀ, ରାଜସ୍ୱ ଓ…

    Continue reading
    ଡାକ୍ତର ଅଶୋକ ମହାପାତ୍ରଙ୍କ ପରଲୋକ

    ଭୁବନେଶ୍ୱର: ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଦେଶର ପ୍ରଖ୍ୟାତ ସ୍ନାୟୁ ଶଲ୍ୟ (ନ୍ୟୁରୋ ସର୍ଜରୀ) ବିଶେଷଜ୍ଞ ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କର ଆଜି ରାତି ୯ଟା ୧୫ ମିନିଟରେ ପରଲୋକ ହୋଇଯାଇଛି। ଦିଲ୍ଲୀ ଏମ୍ସର ନ୍ୟୁରୋ ସର୍ଜରୀ ବିଭାଗରେ ଚିକିତ୍ସାଧୀନ ଅବସ୍ଥାରେ ସେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି