ମହିଳା ସଂରକ୍ଷଣ ପ୍ରସଙ୍ଗ ୨୪ ଓ ୨୫ରେ ରାଜ୍ୟରେ ମହିଳା ଆକ୍ରୋଶ ସମ୍ମିଳନୀ:ବିଜେପି

 ରାଜ୍ୟର ପ୍ରତ୍ୟେକ ସାଂଗଠାନିକ ଜିଲ୍ଲାରେ ୫ ହଜାରରୁ ଊର୍ଦ୍ଧ୍ୱ ମହିଳା ସାମିଲ ହେବେ
 ସମାଜର ପ୍ରତ୍ୟେକ ବର୍ଗର ମହିଳା ବହୁ ସଂଖ୍ୟାରେ ଏହି ଯାତ୍ରାରେ ସାମିଲ ହେବାକୁ ଅନୁରୋଧ
 ରାଜଧାନୀ ଭୁବନେଶ୍ୱରରେ ହୋଇଥିବା ବିଶାଳ “ଜନ ଆକ୍ରୋଶ ମହିଳା ପଦ ଯାତ୍ରା”ରେ ସାମିଲ ଥିବା ଭଉଣୀମାନଙ୍କୁ ଧନ୍ୟବାଦ ଦେଲେ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ
ଭୁବନେଶ୍ୱର,ତା.୨୩/୦୪: ନାରୀଶକ୍ତି ବନ୍ଦନ ଅଧିନିୟମକୁ ସଂସଦରେ ପାରିତ କରିବାରେ କଂଗ୍ରେସ ନେତୃତ୍ୱାଧୀନ ବିରୋଧୀମାନେ ପ୍ରତିବନ୍ଧକ ସାଜିଥିଲେ । ସେମାନେ ଏହି ବିଲ୍ ବିରୋଧରେ ଭୋଟିଂଦେଇ ରାଜନୀତିିିିିିିିିିିିିିିିିିିି କ୍ଷେତ୍ରରେ ମହିଳାମାନଙ୍କ ଭାଗିଦାରୀ ଚାହୁଁ ନଥିବା ସ୍ପଷ୍ଟ କରିଛନ୍ତି । ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ସ୍ୱାଧୀନତାର ସାତ ଦଶନ୍ଧୀ ପରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ଏହି ଅଧିନିୟମ ଆଣିଥିଲେ । ପୁରଷ ଓ ମହିଳାମାନଙ୍କ ମଧ୍ୟରେ ରାଜନୀତି କ୍ଷେତ୍ରରେ ଥିବା ବ୍ୟବଧାନକୁ ଦୂର କରିବା ପାଇଁ ଏହି ଅଧିନିୟମ ଏକାନ୍ତ ଆବଶ୍ୟକ ଥିଲା । ମାତ୍ର ଏହି ଅଧିନିୟମକୁ ବିରୋଧୀମାନେ ସଂସଦରେ ପାରିତ କରିବାକୁ ଦେଇ ନଥିଲେ । ଏଥିଯୋଗୁ ଏବେ ସେମାନେ ଦେଶର ମହିଳା ମାନଙ୍କ ଆକ୍ରୋଶର ଶିକାର ହେଉଛନ୍ତି । କେବଳ ମହିଳା ନୁହନ୍ତି ମହିଳା ସଶକ୍ତୀକରଣରେ ବିଶ୍ୱାସ ରଖୁଥିବା ଅନେକ ପୁରଷମାନେ ମଧ୍ୟ ଏହି ଆକ୍ରୋଶକୁ ସମର୍ଥନ କରୁଛନ୍ତି ।
ମହିଳାମାନଙ୍କ ଆକ୍ରୋଶକୁ ସମ୍ମାନ ଓ ସମର୍ଥନ ଜଣାଇ ଭାରତୀୟ ଜନତା ପାର୍ଟି ତରଫରୁ ଗତକାଲି ରାଜଧାନୀ ଭୁବନେଶ୍ୱରରେ ଗତକାଲି ବିଶାଳ “ଜନ ଆକ୍ରୋଶ ମହିଳା ପଦ ଯାତ୍ରା” ଆୟୋଜନ କରାଯାଇଥିଲା । ଏଥିରେ ସମାଜର ପ୍ରତ୍ୟେକ ବର୍ଗର ୫୦ ହଜାରରୁ ଊର୍ଦ୍ଧ୍ୱ ମହିଳା ସାମିଲ୍ ହୋଇ ପଥପ୍ରାନ୍ତ ସଭା କରିବା ସହ ବିରୋଧୀ ନେତାଙ୍କ କୁଶପୁତଳିକା ଦାହ କରିଥିଲେ । ନିଜ ଅଧିକାର ପାଇଁ ଆଗକୁ ଆସି ଏହି “ଜନ ଆକ୍ରୋଶ ମହିଳା ପଦ ଯାତ୍ରା”ରେ ସାମିଲ ହୋଇଥିବା ସମସ୍ତ ଭଉଣୀମାନଙ୍କୁ ଧନ୍ୟବାଦ । ସେହିପରି ଏପ୍ରିଲ ୨୪ ଓ ୨୫ ତାରିଖ ଦିନ ରାଜ୍ୟର ସମସ୍ତ ସାଂଗଠନିକ ଜିଲ୍ଲାରେ ମହିଳା ଆକ୍ରୋଶ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ମହିଳାମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା. ଐଶ୍ଚର୍ଯ୍ୟା ବିଶ୍ୱାଳ କହିଛନ୍ତି ।
ଡା. ବିଶ୍ୱାଳ କହିଛନ୍ତି ଯେ, ନାରୀଶକ୍ତି ବନ୍ଦନ ଅଧିନିମୟ ଲୋକସଭା ଓ ରାଜ୍ୟ ବିଧାନସଭା ଗୁଡ଼ିକରେ ୩୩ ପ୍ରତିଶତ ଆସନ ସଂରକ୍ଷଣକୁ ସୁନିଶ୍ଚିତ କରୁଥିଲା । ରାଜନୀତିିିିିିିିିିିିିିିିିିିି କ୍ଷେତ୍ରରେ ମହିଳାମାନଙ୍କ ଭାଗିଦାରିତାକୁ ଦୃଢୀଭୁତ କରୁଥିଲା । ମାତ୍ର ବିରୋଧୀ କଂଗ୍ରେସ ଏବଂ ଏହାର ସହଯୋଗୀ ଦଳଗୁଡ଼ିକର ମହିଳା ବିରୋଧୀ ଆଭିମୁଖ୍ୟ ଯୋଗୁ ଏହି ବିଲ୍ ଆଗତ ହୋଇପାରି ନ ଥିଲା । ତଥ୍ୟ ଅନୁସାରେ ଲୋକସଭାରେ ଏବେ ମାତ୍ର ୧୪% ମହିଳା ଥିଲାବେଳେ ଦେଶର ୧୮ଟି ରାଜ୍ୟରେ ମହିଳା ବିଧାୟକଙ୍କ ସଂଖ୍ୟା ମାତ୍ର ୧୦ ପ୍ରତିଶତରୁ କମ୍ ରହିଛି । କେତୋଟି ରାଜ୍ୟରେ ଏହି ସଂଖ୍ୟା ଶୂନ ମଧ୍ୟ ରହିଛି । କଂଗ୍ରେସ ସରକାର ଅମଳରେ ଇଚ୍ଛାଶକ୍ତିର ଅଭାବ ଯୋଗୁ ଅନେକ କ୍ଷେତ୍ରରେ ମହିଳାମାନଙ୍କ ଭାଗିଦାରିତା ନ ଥିଲା । ମାତ୍ର ମୋଦିଜୀଙ୍କ ନେତୃତ୍ୱରେ ଆଜି ସବୁ କ୍ଷେତ୍ରରେ ମହିଳାମାନେ ନିଜର ଶ୍ରେଷ୍ଠତା ପ୍ରତିପାଦନ କରିଛନ୍ତି । ଉଡାଜାହାଜରୁ ସେନାବାହିନୀ ପର୍ଯ୍ୟନ୍ତ ସବୁକ୍ଷେତ୍ରରେ ସେମାନେ ନିଜର ଦକ୍ଷତା ପ୍ରଦର୍ଶନ କରିଛନ୍ତି । ରାଜନୀତି କ୍ଷେତ୍ରରେ ମଧ୍ୟ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀ ଏହି ଅଧିନିୟମ ଆଣିଥିଲେ । ମାତ୍ର ମହିଳାମାନଙ୍କୁ ଅଧିକାରରୁ ବଂଚିତ କରିବା ପାଇଁ ସଂସଦରେ ଏହି ଅଧିନିୟମ ବିରୋଧରେ କଂଗ୍ରେସ ସମେତ ଡିଏମ୍‌କେ, ଟିଏମ୍‌ସି, ସମାଜବାଦୀ ପାର୍ଟି ଓ ଆମ ଆଦମୀ ପାର୍ଟି ପ୍ରମୁଖ ଭୋଟ ଦେଇଥିବାବେଳେ ବିଜେଡି ସେମାନଙ୍କୁ ସମର୍ଥନ ଜଣାଇଥିଲା । ଏହି ବିରୋଧୀମାନେ ମହିଳାମାନଙ୍କ ଉନ୍ନତି ଓ ପ୍ରଗତି ଚାହୁଁ ନ ଥିବା ଦେଶବାସୀ ଜାଣିସାରିଲେଣି । ଓଡ଼ିଶାର ମହିଳାମାନେ ଏହାକୁ କେବେବି କ୍ଷମା ଦେବେ ନାହିଁ । ଏନେଇ ପାର୍ଲିଆମେଂଟରୁ ପଂଚାୟତ ପର୍ଯ୍ୟନ୍ତ ଚାଲିଥିବା ଆନ୍ଦୋଳନ ଆଗକୁ ମଧ୍ୟ ଜାରି ରହିବ । ରାଜ୍ୟର ପ୍ରତ୍ୟେକ ସାଙ୍ଗଠାନିକ ଜିଲ୍ଲାରେ ମହିଳା ଆକ୍ରୋଶ ସମ୍ମିଳନୀ ଆୟୋଜନ କରାଯାଇ କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ଦଳଗୁଡିକର ମହିଳା ବିରୋଧୀ ଚେହେରାକୁ ଲୋକଲୋଚନକୁ ଅଣାଯିବ । ଏଥିରେ ପ୍ରତ୍ୟେକ ସାଂଗଠାନିକ ଜିଲ୍ଲାରେ ୫ ହଜାରରୁ ଊର୍ଦ୍ଧ୍ୱ ମହିଳା ଯୋଗଦେଇ କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ଦଳଗୁଡିକ ଦ୍ୱାରା ମହିଳାମାନଙ୍କ ପ୍ରତି କରାଯାଇଥିବା ଅନ୍ୟାୟର ପ୍ରତିବାଦ କରିବେ । ମହିଳାମାନଙ୍କୁ ସେମାନଙ୍କ ସାମ୍ବିଧାନିକ ଅଧିକାର ଦେବା ପାଇଁ ଜିଲ୍ଲାରୁ ମଣ୍ଡଳ ଓ ବୁଥସ୍ତର ପର୍ଯ୍ୟନ୍ତ ବିଜେପି ଲଢ଼େଇ ଜାରି ରଖିବ । ରାଜ୍ୟର ପ୍ରତି ସାଂଗଠାନିକ ଜିଲ୍ଲାରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ସମାଜର ସବୁ ବର୍ଗର ମହିଳାମାନେ ବହୁ ସଂଖ୍ୟାରେ ସାମିଲ ହେବାକୁ ଡା. ବିଶ୍ୱାଳ ଅନୁରୋଧ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ରାଜ୍ୟ ସମ୍ପାଦିକା ଶ୍ରୀମତୀ ନିୟତି ଗିରି, ପୂର୍ବଚନ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶ୍ରୀମତୀ ଜୟନ୍ତୀ ପଢ଼ିଆରୀ ପ୍ରମୁଖ ଉପସ୍ଥିତ ଥିଲେ ।

  • Related Posts

    ବିଜେଡି-କଂଗ୍ରେସ ମେଣ୍ଟ !

    ଭୁବନେଶ୍ୱର : ଆଗାମୀ ଦିନରେ ବିଜେଡି ଏବଂ କଂଗ୍ରେସ ଏକାଠି ହୋଇ ନିର୍ବାଚନ ଲଢ଼ିପାରନ୍ତି । ଏହି ମେଣ୍ଟ ସମ୍ଭାବନା ସମ୍ପର୍କରେ ଉଭୟ ଦଳର ଟୀକା ଟିପ୍ପଣୀ ଏବେ ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ଗତ ରାଜ୍ୟସଭା ନିର୍ବାଚନରେ…

    Continue reading
    ବାଚସ୍ପତିଙ୍କୁ କାର୍ଯ୍ୟକ୍ରମରେ ଧକ୍କା ମରାଯିବା ତାଙ୍କ ପଦର ମର୍ଯ୍ୟାଦାକୁ କ୍ଷୁଣ୍ଣ କରିଛି : ବିଜେଡି

    ଭୁବନେଶ୍ୱର, ୨୩/୦୪/୨୦୨୬: ରାଜ୍ୟରେ ବିଜେପି ସରକାର କ୍ଷମତାସୀନ ହେବା ପରେ, ସାମ୍ୱିଧାନିକ ପଦରେ ଥିବା ଦଳୀୟ ନେତାମାନେ ବାରମ୍ୱାର ନିଜ ପଦ ମର୍ଯ୍ୟାଦାର ଉଲ୍ଲଙ୍ଘନ କରୁଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି । ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର