ଭୁବନେଶ୍ୱର, ୨୮ ।୧୦ : ବିଶୃଙ୍ଖଳିତ ଆଚରଣ ପାଇଁ ଯାଜପୁର ସରକାରୀ ପଲିଟେକ୍ନିକ୍ରେ କାର୍ଯ୍ୟରତ ତିନି ଜଣ ଅଧ୍ୟାପକ, ଅଧ୍ୟାପିକାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ନିଲମ୍ୱିତ କରାଯାଇଛି ।
ଏମାନେ ହେଲେ ବରିଷ୍ଠ ଅଧ୍ୟାପକ ନୃସିଂହ ଚରଣ ବେହେରା, ଅଧ୍ୟାପକ ସନ୍ଦୀପ ମହାପାତ୍ର ଏବଂ ଅଧ୍ୟାପିକା ପି. ଆରାଧନା । ଅଭିଯୋଗ ଅନୁଯାୟୀ ଅକ୍ଟୋବର ୨୬ ତାରିଖରେ ଏକ ବୈଠକରେ ଏବଂ ପରବର୍ତ୍ତୀ ସମୟରେ ଏହି ଅଧ୍ୟାପକମାନେ ନିଜ ନିଜ ଭିତରେ ଯୁକ୍ତିତର୍କ, ମାରପିଟ ଏବଂ ଅନ୍ୟାନ୍ୟ ମର୍ଯ୍ୟାଦାହୀନ କାର୍ଯ୍ୟରେ ସଂପୃକ୍ତ ହୋଇଥିଲେ ।
ଅଧ୍ୟାପନା ଭଳି ଏକ ମର୍ଯ୍ୟାଦାଜନକ ବୃତ୍ତିରେ ଥାଇ ମଧ୍ୟ ବୈଠକରେ ଏବଂ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଏଭଳି ମର୍ଯ୍ୟାଦାବିହୀନ କାର୍ଯ୍ୟରେ ଜଡିତ ହେବା ଦ୍ୱାରା ସେମାନେ ଶିକ୍ଷାନୁଷ୍ଠାନର ଭାବମୂର୍ତ୍ତି ଉପରେ ଆଞ୍ଚ ଆଣିବା ସହିତ ସମଗ୍ର ଅନୁଷ୍ଠାନର ଶୈକ୍ଷିକ ପରିବେଶ ଉପରେ ଗୁରୁତର ପ୍ରତିକୂଳ ପ୍ରଭାବ ପକାଇଛନ୍ତି । ସେଥିପାଇଁ ମୁଖ୍ୟମନ୍ତ୍ରୀ ଏହି ତିନି ଜଣ ଅଧ୍ୟାପକଙ୍କୁ ନିଲମ୍ୱିତ କରିବା ସହିତ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
୧୭ଟି ଜିଲ୍ଲାରେ ଜାରି ହେଲା ଆକସ୍ମିକ ବନ୍ୟା ସୂଚନା
ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ, ନୟାଗଡ଼, ବୌଦ୍ଧ, ସୁବର୍ଣ୍ଣପୁର, ବରଗଡ଼, ସମ୍ବଲପୁର, ଅନୁଗୁଳ, ଖୋର୍ଦ୍ଧା, ପୁରୀ, ନୂଆପଡ଼ା, ବଲାଙ୍ଗୀର ଓ ଝାରସୁଗୁଡ଼ା ଆଦି ୧୭ଟି ଜିଲ୍ଲାରେ ଆକସ୍ମିକ ବନ୍ୟା ନେଇ…



